ଶତୃତାକୁ କେନ୍ଦ୍ର କରି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୧୪ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ପଞ୍ଚାୟତ ଅଧିନ ମେଘଝୋଳି ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଜାଗିଲି ନାୟକଙ୍କୁ ହ୍ଯଯା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ପଡୋଶୀ ସୁଶାନ୍ତ ନାୟକଙ୍କ ମାଡରେ ଜାଗିଲିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ବାମ ହାତ ଭାଙ୍ଗିଥିବା ଜଣାପଡିଛି। ଅଭିଯୁକ୍ତ ଓ ତାଙ୍କ ପରିବାର ସଦ୍ଯଯମାନେ ସଂଘବଦ୍ଧ ଭାବେ ଜାଗିଲିଙ୍କ ସ୍ତ୍ରୀ ମନାସ ନାୟକଙ୍କୁ ମଧ୍ୟ ଟଣାଓଟରା କରିଥିବା ମନାସ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି। […] The post ଶତୃତାକୁ କେନ୍ଦ୍ର କରି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗଲେ ଜେଲ appeared first on Dharitri Odia News.

ଶତୃତାକୁ କେନ୍ଦ୍ର କରି  ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୧୪ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ପଞ୍ଚାୟତ ଅଧିନ ମେଘଝୋଳି ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଜାଗିଲି ନାୟକଙ୍କୁ ହ୍ଯଯା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ପଡୋଶୀ ସୁଶାନ୍ତ ନାୟକଙ୍କ ମାଡରେ ଜାଗିଲିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ବାମ ହାତ ଭାଙ୍ଗିଥିବା ଜଣାପଡିଛି। ଅଭିଯୁକ୍ତ ଓ ତାଙ୍କ ପରିବାର ସଦ୍ଯଯମାନେ ସଂଘବଦ୍ଧ ଭାବେ ଜାଗିଲିଙ୍କ ସ୍ତ୍ରୀ ମନାସ ନାୟକଙ୍କୁ ମଧ୍ୟ ଟଣାଓଟରା କରିଥିବା ମନାସ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି। ଜାଗିଲି ଓ ସୁଶାନ୍ତ ଦୁଇ ପଡୋଶୀ ହୋଇଥିବା ବେଳେ ଉଭୟ ପରିବାରଙ୍କ ମଧ୍ୟରେ ପୂର୍ବରୁ ଘର ଢିଅକୁ ନେଇ ବିବାଦ ଲାଗି ରହିଥିଲା। ଗତ ୩ ତାରିଖ ସକାଳେ ସୁଶାନ୍ତ ଘର ନିର୍ମାଣ କରୁଥିବା ବେଳେ ମନାସ ସେହି ଜାଗାକୁ ନିଜର କହି ପ୍ରତିବାଦ କରିଥିଲେ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କରୁ ଘଟଣା ଉଗ୍ରରୂପ ନେଇଥିଲା। ଘଟଣାସ୍ଥଳରେ ଜାଗିଲି ପହଞ୍ଚିବାରୁ ସୁଶାନ୍ତ ଏକ ଇଟାଖଣ୍ଡ ଧରି ଜାଗିଲିଙ୍କ ମୁଣ୍ଡକୁ ଆଘାତ କରିଥିଲା। ଗୁରୁତର ଅବସ୍ଥାରେ ଜାଗିଲିଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରୁ ଫେରିବାପରେ ଜାଗିଲି ଙ୍କ ସ୍ତ୍ରୀ କେ. ନୂଆଗାଁ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ଆଇଆଇସି କିଶୋର କୁମାର ସାମଲ ଥାନା ମାମଲା ନଂ. ୯୨୫ ଅନୁଯାୟୀ ମଙ୍ଗଳବାର ଅଭିଯୁକ୍ତ ସୁଶାନ୍ତଙ୍କୁ ଗିରଫ କରି ଦିଗପହଣ୍ଡି କୋର୍ଟ ଚାଲାଣ କରିଥିଲେ। ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।

The post ଶତୃତାକୁ କେନ୍ଦ୍ର କରି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗଲେ ଜେଲ appeared first on Dharitri Odia News.