ଶତ୍ରୁକୁ ସଂହାର କରିବ ସାଗର କବଚ, ଆତଙ୍କବାଦୀ ଧରିବାକୁ ନୌସେନା ପ୍ରସ୍ତୁତ

ପାରାଦୀପ ୧୯।୦୩ : ପାରାଦୀପରେ ଆରମ୍ଭ ହୋଇଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ ସାଗର କବଚ । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କ ତରଫରୁ ପ୍ରତି ବର୍ଷ ଦୁଇଥର ଆୟୋଜିତ ହେଉଛି ଏହି ମିଳିତ ସମରାଭ୍ୟାସ ସାଗର କବଚ। ଚଳିତ ବର୍ଷର ପ୍ରଥମ ସମରାଭ୍ୟାସ ସାଗର କବଚ-୧ ଦୁଇଦିନ ଧରି ଗଭୀର ସମୁଦ୍ରରେ ଆରମ୍ଭ ହୋଇଛି। ଏହି ମିଳିତ ସମରାଭ୍ୟାସରେ ଯୁଦ୍ଧ କଳାକୌଶଳ ପ୍ରଦର୍ଶନ କରିବେ ୧୦ ରୁ ଅଧିକ ବିଭାଗ। ଗଭୀର ସମୁଦ୍ରରେ ଇଣ୍ଡିଆନ ନ୍ୟାଭି, କୋଷ୍ଟଗାର୍ଡ,ମତ୍ସ୍ୟ ବିଭାଗ ଓ ସମୁଦ୍ର କୂଳରେ ମେରାଇନ ପୋଲିସ ସହିତ ଅନ୍ୟ ବିଭାଗ ସୁରକ୍ଷା ଦେଉଛନ୍ତି। ରେଡ୍ ଟିମ ଆତଙ୍କବାଦୀ ବେଶରେ ଜଳପଥରୁ ଆସି ସ୍ଥଳପଥରେ ପ୍ରବେଶ କରି ଆକ୍ରମଣ କରିବାକୁ ଯୋଜନା କରିବେ । ଏହି ଆକ୍ରମଣକୁ ପଣ୍ଡ କରିବା ପାଇଁ ବ୍ଲୁ ଟିମ ସ୍ଥଳଭାଗରେ ପ୍ରତିରୋଧ କରିବେ । ସକାଳୁ ଜଳପଥ ସମେତ ସ୍ଥଳ ପଥରେ ସମରାଭ୍ୟାସ ଆରମ୍ଭ ହୋଇଯାଇଛି।ଭୟାନକ ଯୁଦ୍ଧର ହେବ ପରିସମାପ୍ତି, ପୁଟିନଙ୍କ ସହ ଲମ୍ୱା ଆଲୋଚନା ପରେ କହିଲେ ଡୋନାଲ୍ଡ ଟ୍ରମ୍ପ

ଶତ୍ରୁକୁ ସଂହାର କରିବ ସାଗର କବଚ, ଆତଙ୍କବାଦୀ ଧରିବାକୁ ନୌସେନା ପ୍ରସ୍ତୁତ

ପାରାଦୀପ ୧୯।୦୩ : ପାରାଦୀପରେ ଆରମ୍ଭ ହୋଇଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ ସାଗର କବଚ । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କ ତରଫରୁ ପ୍ରତି ବର୍ଷ ଦୁଇଥର ଆୟୋଜିତ ହେଉଛି ଏହି ମିଳିତ ସମରାଭ୍ୟାସ ସାଗର କବଚ। 

ଚଳିତ ବର୍ଷର ପ୍ରଥମ ସମରାଭ୍ୟାସ ସାଗର କବଚ-୧ ଦୁଇଦିନ ଧରି ଗଭୀର ସମୁଦ୍ରରେ ଆରମ୍ଭ ହୋଇଛି। ଏହି ମିଳିତ ସମରାଭ୍ୟାସରେ ଯୁଦ୍ଧ କଳାକୌଶଳ ପ୍ରଦର୍ଶନ କରିବେ ୧୦ ରୁ ଅଧିକ ବିଭାଗ। ଗଭୀର ସମୁଦ୍ରରେ ଇଣ୍ଡିଆନ ନ୍ୟାଭି, କୋଷ୍ଟଗାର୍ଡ,ମତ୍ସ୍ୟ ବିଭାଗ ଓ ସମୁଦ୍ର କୂଳରେ ମେରାଇନ ପୋଲିସ ସହିତ ଅନ୍ୟ ବିଭାଗ ସୁରକ୍ଷା ଦେଉଛନ୍ତି। ରେଡ୍ ଟିମ ଆତଙ୍କବାଦୀ ବେଶରେ ଜଳପଥରୁ ଆସି ସ୍ଥଳପଥରେ ପ୍ରବେଶ କରି ଆକ୍ରମଣ କରିବାକୁ ଯୋଜନା କରିବେ । ଏହି ଆକ୍ରମଣକୁ ପଣ୍ଡ କରିବା ପାଇଁ ବ୍ଲୁ ଟିମ ସ୍ଥଳଭାଗରେ ପ୍ରତିରୋଧ କରିବେ । ସକାଳୁ ଜଳପଥ ସମେତ ସ୍ଥଳ ପଥରେ ସମରାଭ୍ୟାସ ଆରମ୍ଭ ହୋଇଯାଇଛି।

ଭୟାନକ ଯୁଦ୍ଧର ହେବ ପରିସମାପ୍ତି, ପୁଟିନଙ୍କ ସହ ଲମ୍ୱା ଆଲୋଚନା ପରେ କହିଲେ ଡୋନାଲ୍ଡ ଟ୍ରମ୍ପ