ଶନିବାର ରାଶିଫଳ (୦୪-୦୧-୨୦୨୫)

ମେଷ: ଅଚାନକ ଖୁସି ଖବର ପାଇପାରନ୍ତି। ଧନ ଲାଭ ହେବ। ଜମି କିଣିବାର ସୁଯୋଗ ରହିଛି। ବୈବାହିକ ଜୀବନ ସୁଖମୟ ହେବ। ଖର୍ଚ୍ଚ ନିୟନ୍ତ୍ରଣରେ ରହିବ। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିବ। ବୃଷ: ଦିନଟି ସବୁ ଦୃଷ୍ଟିରୁ ଭଲ ରହିବ। ପ୍ରେମ ବ୍ୟାପାରରେ ସଫଳ ହୋଇପାରନ୍ତି। ନୂଆ କଣ୍ଟ୍ରାକ୍ଟରେ ଚୁକ୍ତି କରିପାରନ୍ତି। ଅଯଥା ଖର୍ଚ୍ଚରୁ ଦୂରେଇ ରହୁନ୍ତୁ। କାର୍ଯ୍ୟରେ ସଫଳତା ପ୍ରାପ୍ତି। ମିଥୁନ: ଦୂରସ୍ଥାନ ଭ୍ରମଣ କରିବାକୁ ସୁଯୋଗ ମିଳିବ। ଭାଗ୍ୟ ଆପଣଙ୍କୁ ସାଥ୍‌ ଦେବ। […]

ଶନିବାର ରାଶିଫଳ (୦୪-୦୧-୨୦୨୫)
saturday horoscope

ମେଷ: ଅଚାନକ ଖୁସି ଖବର ପାଇପାରନ୍ତି। ଧନ ଲାଭ ହେବ। ଜମି କିଣିବାର ସୁଯୋଗ ରହିଛି। ବୈବାହିକ ଜୀବନ ସୁଖମୟ ହେବ। ଖର୍ଚ୍ଚ ନିୟନ୍ତ୍ରଣରେ ରହିବ। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିବ।

ବୃଷ: ଦିନଟି ସବୁ ଦୃଷ୍ଟିରୁ ଭଲ ରହିବ। ପ୍ରେମ ବ୍ୟାପାରରେ ସଫଳ ହୋଇପାରନ୍ତି। ନୂଆ କଣ୍ଟ୍ରାକ୍ଟରେ ଚୁକ୍ତି କରିପାରନ୍ତି। ଅଯଥା ଖର୍ଚ୍ଚରୁ ଦୂରେଇ ରହୁନ୍ତୁ। କାର୍ଯ୍ୟରେ ସଫଳତା ପ୍ରାପ୍ତି।

ମିଥୁନ: ଦୂରସ୍ଥାନ ଭ୍ରମଣ କରିବାକୁ ସୁଯୋଗ ମିଳିବ। ଭାଗ୍ୟ ଆପଣଙ୍କୁ ସାଥ୍‌ ଦେବ। ପରିବାରରେ ସୁଖଶାନ୍ତି ବୃଦ୍ଧି ପାଇବ। ସମସ୍ୟା ଅଧିକ ଦିନ ରହିବନି। କ୍ୟାରିୟରରେ ଉନ୍ନତି ପାଇଁ ନୂତନ ଦିଗ ଚୟନ କରିବେ।

କର୍କଟ: ସମସ୍ତ ଦିଗକୁ ଲକ୍ଷ୍ୟ ରଖି କାର୍ଯ୍ୟ କରିବା ଭଲ। ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ବ୍ୟବସାୟରେ ଡିଲ୍‌ କରିବାକୁ ସୁଯୋଗ ମିଳିବ। ଗୁରୁଜନଙ୍କ ପରାମର୍ଶ ନେଇ କାର୍ଯ୍ୟ ଆରମ୍ଭ କରନ୍ତୁ।

ସିଂହ: କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ରହିବ। ପାରିବାରିକ ଜୀବନରେ ସୁଖଶାନ୍ତି ଦେଖାଦେବ। ଗାଡ଼ି ଚାଳନା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ରାଜନୀତିରେ ସକ୍ରିୟ ରହିପାରନ୍ତି।

କନ୍ୟା: ନୂତନ ଲୋକଙ୍କ ସହିତ ଜଡ଼ିତ ହୋଇପାରନ୍ତି। ସହକର୍ମୀମାନଙ୍କ ସହ ସାମାନ୍ୟ ତର୍କ ବିତର୍କ ହୋଇପାରେ। ତୀର୍ଥରେ ଯାଇପାରନ୍ତି। ପ୍ରତିଶୋଧ ପରାୟଣ ହୋଇ କାର୍ଯ୍ୟ କରିବାରୁ ନିବୃତ୍ତ ରୁହନ୍ତୁ।

ତୁଳା: କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରି ନିଷ୍ପତ୍ତି ନିଅନ୍ତୁ। ନିଜ ଲୋକ ଶତ୍ରୁ ସାଜିପାରନ୍ତି। କର୍ମକ୍ଷେତ୍ରରେ ସଫଳତା ପାଇବା ପାଇଁ ଅନେକ ଉତ୍ତମ ଅବସର ପ୍ରାପ୍ତି ହେବ।

ବିଛା: କର୍ମକ୍ଷେତ୍ରରେ ଜଗି ରଖି ଚଳନ୍ତୁ। ମଧୁର ବଚନ ଦ୍ବାରା ସମସ୍ତଙ୍କ ସହଯୋଗ ମିଳିବ। ସରକାରି ଚାକିରିଆଙ୍କ ପାଇଁ ଭଲ ସମୟ। ବିଦେଶ ଯାତ୍ରା ପାଇଁ ସୁଯୋଗ ମିଳିପାରେ। ସଞ୍ଚୟ କରନ୍ତୁ।

ଧନୁ: ଭାଗିଦାରୀ କାର୍ଯ୍ୟରୁ ଲାଭାନ୍ବିତ ହେବେ। ଆର୍ଥିକ ସ୍ଥିତିରେ ସମନ୍ବୟ ରକ୍ଷା କରିବେ। ଛାତ୍ରମାନେ ଅଗ୍ରଗତି ପାଇଁ ନୂତନ ସୁଯୋଗ ପାଇବେ। କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି।

ମକର: ଜୀବଶୈଳୀ ତଥା ବ୍ୟକ୍ତିତ୍ବରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ। ଉଦାରପଣ ପାଇଁ ପ୍ରଶଂସାର ପାତ୍ର ହେବେ। ଚାକିରି ବଦଳାଇବାକୁ ଚିନ୍ତା କରିବେ। ପରିବାରବର୍ଗଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ।

କୁମ୍ଭ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ପରିବାରର ପରିବେଶ ସକରାତ୍ମକପୂର୍ଣ୍ଣ ହେବ। ଅନ୍ୟମାନଙ୍କ ପ୍ରତି ଦୟାଳୁ ସ୍ବଭାବ ରହିବ। କର୍ମସ୍ଥଳୀରେ ଭଲ ଫଳାଫଳ ପାଇ ଉତ୍ସାହିତ ହେବେ।

ମୀନ: କୌଣସି କାର୍ଯ୍ୟ ପାଇଁ ପରିବାର ଉପରେ ନିର୍ଭର ହେବାକୁ ପଡ଼ିପାରେ। ସାଙ୍ଗସାଥୀଙ୍କ ସହ ଅଧିକ ସମୟ ଅତିବାହିତ କରିବେ। ଜୀବନରେ ନୂତନ ପରିବର୍ତ୍ତନ ଦେଖା ଦେବ। ଖର୍ଚ୍ଚ ବଢ଼ିବ।