ଶନିବାର ରାଶିଫଳ (୧୦-୦୮-୨୦୨୪)
ମେଷ: ଦିନଟି ଭଲରେ କଟିବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଭୁଲବୁଝାମଣା ଦେଖାଦେବ। ନୂତନ ଯାନବାହନ କ୍ରୟ କରିପାରନ୍ତି। ବିଦ୍ୟାର୍ଥୀଙ୍କ କାର୍ଯ୍ୟରେ ଅଭିଭାବକ ଖୁସି ଅନୁଭବ କରିବେ। ବୃଷ: ଜମିବାଡ଼ି କିଣିବା ଯୋଗ ଅଛି। ଆଇଟି ଓ ବ୍ୟାଙ୍କ କ୍ଷେତ୍ରରେ ସଫଳତା ମିଳିବ। କୌଣସି ଶୁଭ ସମାଚାର ପ୍ରାପ୍ତ ହେବ। ଆୟ ଅନୁସାରେ ବ୍ୟୟ ହେବ। ଅତିଥି ସତ୍କାର କରିପାରନ୍ତି। ମିଥୁନ: ଛାତ୍ରଛାତ୍ରୀ ପଢ଼ାରେ ମନଯୋଗ ଦେବେ। ବ୍ୟବସାୟରେ ପରିବର୍ତ୍ତନ ଆଣିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଧାର୍ମିକ ପୁସ୍ତକ […]

ମେଷ: ଦିନଟି ଭଲରେ କଟିବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଭୁଲବୁଝାମଣା ଦେଖାଦେବ। ନୂତନ ଯାନବାହନ କ୍ରୟ କରିପାରନ୍ତି। ବିଦ୍ୟାର୍ଥୀଙ୍କ କାର୍ଯ୍ୟରେ ଅଭିଭାବକ ଖୁସି ଅନୁଭବ କରିବେ।
ବୃଷ: ଜମିବାଡ଼ି କିଣିବା ଯୋଗ ଅଛି। ଆଇଟି ଓ ବ୍ୟାଙ୍କ କ୍ଷେତ୍ରରେ ସଫଳତା ମିଳିବ। କୌଣସି ଶୁଭ ସମାଚାର ପ୍ରାପ୍ତ ହେବ। ଆୟ ଅନୁସାରେ ବ୍ୟୟ ହେବ। ଅତିଥି ସତ୍କାର କରିପାରନ୍ତି।
ମିଥୁନ: ଛାତ୍ରଛାତ୍ରୀ ପଢ଼ାରେ ମନଯୋଗ ଦେବେ। ବ୍ୟବସାୟରେ ପରିବର୍ତ୍ତନ ଆଣିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଧାର୍ମିକ ପୁସ୍ତକ ପ୍ରତି ରୁଚି ବଢ଼ିବ। ଦୂରସ୍ଥାନକୁ ଯାତ୍ରାଯୋଗ ଅଛି।
କର୍କଟ : ଦିନଟି ବ୍ୟସ୍ତତା ଭିତରେ କଟିବ। ଛାତ୍ରଛାତ୍ରୀ ପଢ଼ାରେ ମନୋନିବେଶ କରିବେ। ଉଚ୍ଚଶିକ୍ଷା ପାଇଁ ଅନୁକୂଳ ସମୟ। ମହିଳାମାନଙ୍କ ଦାୟିତ୍ବ ବୃଦ୍ଧି ପାଇବ।
ସିଂହ: ପରିବାର ସହ ଯାତ୍ରା ଯୋଗ ରହିଛି। ଘରକୁ ଅତିଥି ଆଗମନ କରିବେ। ମାଆଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିପାରନ୍ତି। ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ।
କନ୍ୟା: ପରିବାରରେ କୌଣସି ସଦସ୍ୟଙ୍କୁ ନେଇ ଚିନ୍ତାରେ ରହିବେ। ବ୍ୟବସାୟକୁ ଆଗକୁ ବଢ଼ାଇବାରେ ସଫଳ ହେବେ। ରିୟଲ ଇଷ୍ଟେଷ୍ଟ ବ୍ୟବସାୟରେ ଲାଭ ହେବ। ବନ୍ଧୁଙ୍କ ଦ୍ବାରା ଧନପ୍ରାପ୍ତି ଯୋଗ ରହିଛି।
ତୁଳା: ବ୍ୟସ୍ତତା ଭିତରେ ପରିବାର ପାଇଁ ସମୟ ବାହାର କରିବେ। ମନ ପ୍ରସନ୍ନ ରହିବ। ଖର୍ଚ୍ଚ ବୃଦ୍ଧି ପାଇବ। ମନପସନ୍ଦର କୌଣସି କାର୍ଯ୍ୟ କରିବେ। ବିବାହକୁ ନେଇ ଶୁଭ ସମାଚାର ମିଳିବ।
ବିଛା: ବରିଷ୍ଠ ଅଧିକାରୀଙ୍କ ସହ କଥାବାର୍ତ୍ତା ସମୟରେ ସଂଯମତା ରକ୍ଷା କରନ୍ତୁ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ବୈବାହିକ ଜୀବନରେ ମନୋମାଳିନ୍ୟ ଆସିବ।
ଧନୁ: ପ୍ରେମ ଜୀବନରେ ପ୍ରଗାଢ଼ତା ଆସିବ। ନୂଆ ଯାନବାହନ କିଣିବାର ଯୋଗ ଅଛି। କୌଣସି ନୂଆ କାମ ମିଳିବ। ନିବେଶ ପାଇଁ ଭଲ ସମୟ। କାମ ପାଇଁ ପ୍ରଶଂସିତ ହେବେ। ଅଚାନକ ଖୁସି ଖବର ପାଇପାରନ୍ତି।
ମକର: ରାଜନୀତିରେ କ୍ୟାରିୟର ପାଇଁ ଭଲ ସମୟ ରହିବ। ନୂଆ ଲୋକଙ୍କୁ ଭେଟିବାର ସୁଯୋଗ ଜୁଟିବ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରିବେ। ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ।
କୁମ୍ଭ: ସଫଳତା ପାଇଁ ଅଧିକ ପରିଶ୍ରମ କରିବେ। ପରିବାରର ସହଯୋଗ ମିଳିବ। ଚାକିରିେର ପଦୋନ୍ନତି ସମ୍ଭାବନା ରହିଛି। ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ମୀନ: କୌଣସି ନୂଆ ବିଷୟ ପ୍ରତି ଆଗ୍ରହ ବଢ଼ିବ। ବିଦେଶ ଯାତ୍ରା ଯୋଗ ରହିବ। ଅଫିସ୍ରେ ସହକର୍ମୀଙ୍କ ସହଯୋଗ ମିଳିବ। ମହିଳାମାନେ ଅଳଙ୍କାର କିଣାକିଣିରେ ସମୟ ବିତାଇବେ ।