୩ରୁ କୁଇଜ୍‌ ମହାକୁମ୍ଭ ‘ମେଟଲ ମିଟ୍‌’

ଭୁବନେଶ୍ୱର,୨।୮(ଅସମାପିକା ସାହୁ):ଦୈନିକ ଇଂଲିଶ୍‌ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ପ୍ରତିବର୍ଷ ଆୟୋଜିତ ହେଉଥିବା କୁଇଜର ମହାକୁମ୍ଭ ‘ମେଟଲ ମିଟ୍‌’ ଚଳିତବର୍ଷ ତା’ର ଷଷ୍ଠ ସଂସ୍କରଣ ଆୟୋଜନ କରିବ। ଆସନ୍ତା ୩ ତାରିଖରୁ ଏହା ଆରମ୍ଭ ହେବ। ଭୁବନେଶ୍ୱରସ୍ଥିତ କ୍ରିଷ୍ଟାଲ କ୍ରାଉନ ହୋଟେଲରେ ହେବାକୁ ଥିବା ଏହି ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତା ଦୁଇଦିନ ଧରି ଅନୁଷ୍ଠିତ ହେବ। ପ୍ରଥମ ଦିନ ପ୍ରିଲିମ୍‌ ହେବାକୁ ଥିବାବେଳେ ଦ୍ୱିତୀୟ ଦିନ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ। କ୍ୱିଜିଙ୍ଗ ପ୍ରତି ଛାତ୍ରୀଛାତ୍ରଙ୍କ ଆଗ୍ରହ […] The post ୩ରୁ କୁଇଜ୍‌ ମହାକୁମ୍ଭ ‘ମେଟଲ ମିଟ୍‌’ appeared first on Dharitri Odia News.

୩ରୁ କୁଇଜ୍‌ ମହାକୁମ୍ଭ ‘ମେଟଲ ମିଟ୍‌’

ଭୁବନେଶ୍ୱର,୨।୮(ଅସମାପିକା ସାହୁ):ଦୈନିକ ଇଂଲିଶ୍‌ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ପ୍ରତିବର୍ଷ ଆୟୋଜିତ ହେଉଥିବା କୁଇଜର ମହାକୁମ୍ଭ ‘ମେଟଲ ମିଟ୍‌’ ଚଳିତବର୍ଷ ତା’ର ଷଷ୍ଠ ସଂସ୍କରଣ ଆୟୋଜନ କରିବ। ଆସନ୍ତା ୩ ତାରିଖରୁ ଏହା ଆରମ୍ଭ ହେବ। ଭୁବନେଶ୍ୱରସ୍ଥିତ କ୍ରିଷ୍ଟାଲ କ୍ରାଉନ ହୋଟେଲରେ ହେବାକୁ ଥିବା ଏହି ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତା ଦୁଇଦିନ ଧରି ଅନୁଷ୍ଠିତ ହେବ। ପ୍ରଥମ ଦିନ ପ୍ରିଲିମ୍‌ ହେବାକୁ ଥିବାବେଳେ ଦ୍ୱିତୀୟ ଦିନ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ।
କ୍ୱିଜିଙ୍ଗ ପ୍ରତି ଛାତ୍ରୀଛାତ୍ରଙ୍କ ଆଗ୍ରହ ବୃଦ୍ଧି କରିବା ସହିତ ରାଜ୍ୟରେ କ୍ୱିଜିଙ୍ଗକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ ୨୦୧୬ରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ତା’ର ଲକ୍ଷ୍ୟ ହାସଲ କରିପାରିଛି। ୨୦୧୬ ପ୍ରଥମ ସଂସ୍କରଣରେ ମାତ୍ର ୧୮ଟି ଶିକ୍ଷାନୁଷ୍ଠାନ ଭାଗ ନେଇଥିବାବେଳେ ଏବେ ତାହା ୮୦ ଉପରେ ପହଞ୍ଚତ୍ଛି। ଏହି ଉଚ୍ଚମାନର କ୍ୱିଜିଙ୍ଗ ପ୍ରତି ଛାତ୍ରୀଛାତ୍ରଙ୍କ ଆଗ୍ରହ ବଢ଼ିଥିବାବେଳେ ପ୍ରତିବର୍ଷ ଅଂଶଗ୍ରହଣ କରିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ଚଳିତବର୍ଷ ସାରା ରାଜ୍ୟରୁ ମୋଟ ୮୨ଟି ଶିକ୍ଷାନୁଷ୍ଠାନରୁ ଛାତ୍ରୀଛାତ୍ରମାନେ ଅଂଶଗ୍ରହଣ କରିଛନ୍ତି। ଜୁନିୟର ଗ୍ରୁପରେ ୪୨ଟି ଟିମ୍‌ ଥିବାବେଳେ ସିନିୟର ଗ୍ରୁପରେ ୪୦ଟି ଟିମ୍‌ ରହିଛନ୍ତି। ଜୁନିୟର ଗ୍ରୁପରେ ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ବୁର୍ଲା, ବାଲେଶ୍ବର, ଭଦ୍ରକ ଓ ଢେଙ୍କାନାଳର ଶିକ୍ଷାନୁଷ୍ଠାନରୁ ଛାତ୍ରୀଛାତ୍ର ଭାଗ ନେଇଥିବାବେଳେ ସିନିୟର ଗ୍ରୁପରେ ଭୁବନେଶ୍ୱର, କଟକ, ପୁରୀ, କୋରାପୁଟ, ବାଲେଶ୍ବର, ବ୍ରହ୍ମପୁର, ରାଉରକେଲା ଏବଂ ବୁର୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଛାତ୍ରୀଛାତ୍ର ଭାଗ ନେଇଛନ୍ତି। ଏଥର ବି ‘ମେଟଲ ମିଟ୍‌’ରେ ଛାତ୍ରୀଛାତ୍ରମାନେ କୁଇଜ୍‌ ମାଷ୍ଟର ଅଜୟ ପୁନିଆଙ୍କ ଉଚ୍ଚସ୍ତରୀୟ ପ୍ରଶ୍ନବାଣର ସମ୍ମୁଖୀନ ହେବେ।

The post ୩ରୁ କୁଇଜ୍‌ ମହାକୁମ୍ଭ ‘ମେଟଲ ମିଟ୍‌’ appeared first on Dharitri Odia News.