ଶନିବାରଠୁ ଚଳଚଞ୍ଚଳ ରଥଖଳା, ପ୍ରଥମ ନିର୍ମାଣ ହେବ ତିନିରଥର ତୁମ୍ବ
ପୁରୀ ୧୧।୦୫ : ଶୁକ୍ରବାର ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥନିର୍ମାଣ କାର୍ଯ୍ୟର ଅନୁକୁଳ ହୋଇଥିଲା । ଏହାପରେ ଶନିବାରଠୁ ବିଧିବଦ୍ଧ ଭାବେ ରଥଖଳାରେ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଶ୍ରୀନହର ସ୍ଥିତ ରଥଖଳାରେ ବିଶ୍ଵକର୍ମା ମହାରଣା ରଥନିର୍ମାଣ କାମ ଆରମ୍ଭ କରିଛନ୍ତି।ତେବେ ପ୍ରାଥମିକ ଭାବରେ ତିନିରଥ ପାଇଁ ତୁମ୍ବ ନିର୍ମାଣ କାମ ଜାରୀ ରହିଛି। ରଥ ନିର୍ମାଣ ପାଇଁ ଭୋଇ ସେବାୟତ ମାନେ ରଥଖଳାରେ ଆବଶ୍ୟକୀୟ କାଠ ପହଞ୍ଚାଇବା ପରେ କରତି ସେବାୟତମାନେ ତୁମ୍ୱ ନିର୍ମାଣ ପାଇଁ ଫାଶୀ କାଠ ଚିରଟ ଆରମ୍ଭ କରିଛନ୍ତି। ପ୍ରଥମ ଦିନରେ ତିନି ରଥ ପାଇଁ ତିନୋଟି ତୁମ୍ଭ ନିର୍ମାଣ କରାଯାଉଥିବା ବେଳେ ରଥଖଳାରୁ ସର୍ବସାଧାରଣଙ୍କୁ ଦୂରରେ ରଖାଯାଇଛି।
ପୁରୀ ୧୧।୦୫ : ଶୁକ୍ରବାର ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥନିର୍ମାଣ କାର୍ଯ୍ୟର ଅନୁକୁଳ ହୋଇଥିଲା । ଏହାପରେ ଶନିବାରଠୁ ବିଧିବଦ୍ଧ ଭାବେ ରଥଖଳାରେ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଶ୍ରୀନହର ସ୍ଥିତ ରଥଖଳାରେ ବିଶ୍ଵକର୍ମା ମହାରଣା ରଥନିର୍ମାଣ କାମ ଆରମ୍ଭ କରିଛନ୍ତି।
ତେବେ ପ୍ରାଥମିକ ଭାବରେ ତିନିରଥ ପାଇଁ ତୁମ୍ବ ନିର୍ମାଣ କାମ ଜାରୀ ରହିଛି। ରଥ ନିର୍ମାଣ ପାଇଁ ଭୋଇ ସେବାୟତ ମାନେ ରଥଖଳାରେ ଆବଶ୍ୟକୀୟ କାଠ ପହଞ୍ଚାଇବା ପରେ କରତି ସେବାୟତମାନେ ତୁମ୍ୱ ନିର୍ମାଣ ପାଇଁ ଫାଶୀ କାଠ ଚିରଟ ଆରମ୍ଭ କରିଛନ୍ତି। ପ୍ରଥମ ଦିନରେ ତିନି ରଥ ପାଇଁ ତିନୋଟି ତୁମ୍ଭ ନିର୍ମାଣ କରାଯାଉଥିବା ବେଳେ ରଥଖଳାରୁ ସର୍ବସାଧାରଣଙ୍କୁ ଦୂରରେ ରଖାଯାଇଛି।