ଶପଥ ନେଲେ ମୋହନ ସରକାର, ବିଜେଡି ମାର୍କା ବାବୁଙ୍କ ଛାତି ଧଡ ଧଡ
ନଗର ଉନ୍ନୟନ ବିଭାଗରେ ୧୦ ବର୍ଷ ଆଉ ସଂସଦୀୟ ବ୍ୟାପାର ବିଭାଗରେ ୧୩ ବର୍ଷ ହେଲା ପ୍ରମୁଖ ସଚିବ ରହିଲେଣି ଏହି ଅଧିକାରୀ।
ଶପଥ ନେଲେ ମୋହନ ସରକାର । ବିଜେଡି ମାର୍କା ବାବୁଙ୍କ ଛାତି ଧଡ ଧଡ । ଚିନ୍ତାରେ ଗାଦି ମାଡି ବସିଥିବା ଆଇଏଏସ ବାବୁ । କିଏ ୭ ବର୍ଷ ତ କିଏ ୧୦ ବର୍ଷ ଧରି ଜାବୁଡ଼ି ବସିଛନ୍ତି ଗୋଟିଏ ଗୋଟିଏ ବିଭାଗ। ଏଇ ଯେମିତି ଆଇଏଏସ୍ ଜି ମାଥିଭାଥନନ୍ । ନଗର ଉନ୍ନୟନ ବିଭାଗରେ ୧୦ ବର୍ଷ ଆଉ ସଂସଦୀୟ ବ୍ୟାପାର ବିଭାଗରେ ୧୩ ବର୍ଷ ହେଲା ପ୍ରମୁଖ ସଚିବ ରହିଲେଣି ଏହି ଅଧିକାରୀ।