ଶମ୍ଭୁ ବର୍ଡରରେ ଉତ୍ତେଜନା, ଦିଲ୍ଲୀ ଅଭିମୁଖେ ଯାଉଥିବା ଚାଷୀଙ୍କ ଉପରକୁ ପୋଲିସର ଟିୟର ଗ୍ୟାସ ମାଡ଼

ନୂଆଦିଲ୍ଲୀ: ବିଭିନ୍ନ ଦାବି ନେଇ ଦିଲ୍ଲୀ ଅଭିମୁଖେ ଯାଉଥିବା ୧୦୧ ଚାଷୀଙ୍କ ଏକ ଗୋଷ୍ଠୀକୁ ଶମ୍ଭୁ ବର୍ଡରରେ ପୋଲିସ ଅଟକାଇଛି । ଚାଷୀଙ୍କ ପାଖରେ ହତିଆର ରହିଛି ଏବଂ ଦିଲ୍ଲୀରେ ପ୍ରବେଶ କରିବାକୁ ଅନୁମତି ନଥିବା ଦର୍ଶାଇ ପୋଲିସ ସେମାନଙ୍କୁ ସୀମାରେ ଅଟକାଇଛି। ତେବେ ପୋଲିସ ଅଟକାଇବା କାରଣରୁ ଚାଷୀ ବ୍ୟାରିକେଡ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ହେଲେ ଏହି ସମୟରେ ହରିୟାଣା ପୋଲିସ ଲୁହ ବୁହା ଗ୍ୟାସର ପ୍ରୟୋଗ କରିଥିଲା। ଫଳରେ ସେଠାରେ ଉତ୍ତେଜନା ଦେଖିବାକୁ ମିଳିଛି। ଲୁହ ବୁହା ଗ୍ୟାସର ଗୁଳି ବାଜିବା କାରଣରୁ ବିକେୟୁ କ୍ରାନ୍ତିକାରୀର ରେଶମ ସିଂହ ଆହତ ହୋଇଛନ୍ତି । ଶମ୍ଭୁ ବର୍ଡରରେ ପୋଲିସ ଏବଂ ଅର୍ଦ୍ଧସାମରିକ ବଳ ବଡ଼ ଆକାରରେ ନିୟୋଜିତ ଅଛନ୍ତି।ସେପଟେ ହରିୟାଣା ପୋଲିସ କହିଛି ଚାଷୀଙ୍କୁ ଚିହ୍ନଟ କରାଯିବା ପରେ ଆଗକୁ ଯିବାକୁ ଦିଆଯିବ। ଆମ ପାଖରେ ଥିବା ୧୦୧ ଚାଷୀଙ୍କ ତାଲିକାରେ ଏମାନଙ୍କ ନାଁ ନାହିଁ। ସେମାନେ ଆମକୁ ସେମାନଙ୍କ ଚିହ୍ନଟ କରିବାକୁ ଦେଉନାହାଁନ୍ତି। ଚାଷୀ ହତିଆର ଆଣି ଆସିଛନ୍ତି। ଏମିତିରେ ସେମାନଙ୍କୁ ଆଗକୁ ଯିବାକୁ ଦିଆଯାଇପାରିବ ନାହିଁ। ସେହିଭଳି ଚାଷୀ ନେତା ସରବନ ସିଂହ ପନ୍ଧେର କହିଛନ୍ତି ଆମେ ୧୦୧ ଚାଷୀଙ୍କ ତାଲିକା ମିଳିଛି ଆଉ ସେମାନେ ଏହି ଚାଷୀ।ସେହିଭଳି କଂଗ୍ରେସ ମହାସଚିବ ଏବଂ ସିରସା ସାଂସଦ କୁମାରୀ ସୈଲଜା ରବିବାର ଅଭିଯୋଗ ଆଣିଛନ୍ତି ଯେ, ସରକାର ଚାଷୀଙ୍କ ସହ କଥାବାର୍ତ୍ତା କରିବାକୁ ଚ

ଶମ୍ଭୁ ବର୍ଡରରେ ଉତ୍ତେଜନା, ଦିଲ୍ଲୀ ଅଭିମୁଖେ ଯାଉଥିବା ଚାଷୀଙ୍କ ଉପରକୁ ପୋଲିସର ଟିୟର ଗ୍ୟାସ ମାଡ଼

ନୂଆଦିଲ୍ଲୀ: ବିଭିନ୍ନ ଦାବି ନେଇ ଦିଲ୍ଲୀ ଅଭିମୁଖେ ଯାଉଥିବା ୧୦୧ ଚାଷୀଙ୍କ ଏକ ଗୋଷ୍ଠୀକୁ ଶମ୍ଭୁ ବର୍ଡରରେ ପୋଲିସ ଅଟକାଇଛି । ଚାଷୀଙ୍କ ପାଖରେ ହତିଆର ରହିଛି ଏବଂ ଦିଲ୍ଲୀରେ ପ୍ରବେଶ କରିବାକୁ ଅନୁମତି ନଥିବା ଦର୍ଶାଇ ପୋଲିସ ସେମାନଙ୍କୁ ସୀମାରେ ଅଟକାଇଛି। ତେବେ ପୋଲିସ ଅଟକାଇବା କାରଣରୁ ଚାଷୀ ବ୍ୟାରିକେଡ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ହେଲେ ଏହି ସମୟରେ ହରିୟାଣା ପୋଲିସ ଲୁହ ବୁହା ଗ୍ୟାସର ପ୍ରୟୋଗ କରିଥିଲା। ଫଳରେ ସେଠାରେ ଉତ୍ତେଜନା ଦେଖିବାକୁ ମିଳିଛି। ଲୁହ ବୁହା ଗ୍ୟାସର ଗୁଳି ବାଜିବା କାରଣରୁ ବିକେୟୁ କ୍ରାନ୍ତିକାରୀର ରେଶମ ସିଂହ ଆହତ ହୋଇଛନ୍ତି । ଶମ୍ଭୁ ବର୍ଡରରେ ପୋଲିସ ଏବଂ ଅର୍ଦ୍ଧସାମରିକ ବଳ ବଡ଼ ଆକାରରେ ନିୟୋଜିତ ଅଛନ୍ତି।

ସେପଟେ ହରିୟାଣା ପୋଲିସ କହିଛି ଚାଷୀଙ୍କୁ ଚିହ୍ନଟ କରାଯିବା ପରେ ଆଗକୁ ଯିବାକୁ ଦିଆଯିବ। ଆମ ପାଖରେ ଥିବା ୧୦୧ ଚାଷୀଙ୍କ ତାଲିକାରେ ଏମାନଙ୍କ ନାଁ ନାହିଁ। ସେମାନେ ଆମକୁ ସେମାନଙ୍କ ଚିହ୍ନଟ କରିବାକୁ ଦେଉନାହାଁନ୍ତି। ଚାଷୀ ହତିଆର ଆଣି ଆସିଛନ୍ତି। ଏମିତିରେ ସେମାନଙ୍କୁ ଆଗକୁ ଯିବାକୁ ଦିଆଯାଇପାରିବ ନାହିଁ। ସେହିଭଳି ଚାଷୀ ନେତା ସରବନ ସିଂହ ପନ୍ଧେର କହିଛନ୍ତି ଆମେ ୧୦୧ ଚାଷୀଙ୍କ ତାଲିକା ମିଳିଛି ଆଉ ସେମାନେ ଏହି ଚାଷୀ।

ସେହିଭଳି କଂଗ୍ରେସ ମହାସଚିବ ଏବଂ ସିରସା ସାଂସଦ କୁମାରୀ ସୈଲଜା ରବିବାର ଅଭିଯୋଗ ଆଣିଛନ୍ତି ଯେ, ସରକାର ଚାଷୀଙ୍କ ସହ କଥାବାର୍ତ୍ତା କରିବାକୁ ଚାହନୁନାହାଁନ୍ତି। କୁମାରୀ ସୈଲଜା ଏକ୍ସରେ ପୋଲିସ କରି ଚାଷୀ ନିଜ ଦାବି ନେଇ ଦିଲ୍ଲୀ ଆସିବାକୁ ଚାହୁଛନ୍ତି, କିନ୍ତୁ ତାଙ୍କୁ ରୋକା ଯାଉଛି। ସେ କହିଛନ୍ତି ହାଇକୋର୍ଟ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଚାଷୀଙ୍କୁ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନର ଅଧିକାର ରହିଛି ଏବଂ ସରକାରଙ୍କୁ ସେମାନଙ୍କ ସହ ଆଲୋଚନା କରିବା ଦରକାର। ଏହା ପରେବି ସରକାର କଥାବାର୍ତ୍ତା ହେବାକୁ ଚାହୁନାହାଁନ୍ତି।