ଶମ୍ଭୁ ସୀମାରେ ଅଘଟଣ: ଆନ୍ଦୋଳନରତ ଚାଷୀଙ୍କ ଚାଲିଗଲା ଜୀବନ
ନୂଆଦିଲ୍ଳୀ,୧୬।୨: ଏମ୍ଏସ୍ପି ଗ୍ୟାରେଣ୍ଟି ଦାବିରେ ବିଭିନ୍ନ ଚାଷୀ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଶୁକ୍ରବାର ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି। ଏପରିକି ଦିଲ୍ଳୀର ଶମ୍ଭୁ ସୀମାରେ କୃଷକ ଆନ୍ଦୋଳନକୁ ଜୋରଦାର କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆନ୍ଦୋଳନରତ ଜଣେ ଚାଷୀଙ୍କ ହୃଦ୍ଘାତରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ଚାଷୀ ହେଲେ ୬୫ ବର୍ଷୀୟ ଜ୍ଞାନ ସିଂ। ମିଳିଥିବା ସୂଚନା ମୁତାବକ, ଆନ୍ଦୋଳନରେ ସାମିଲ ହୋଇଥିବା ଜ୍ଞାନ ସିଂ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ […] The post ଶମ୍ଭୁ ସୀମାରେ ଅଘଟଣ: ଆନ୍ଦୋଳନରତ ଚାଷୀଙ୍କ ଚାଲିଗଲା ଜୀବନ appeared first on Dharitri Odia News.
ନୂଆଦିଲ୍ଳୀ,୧୬।୨: ଏମ୍ଏସ୍ପି ଗ୍ୟାରେଣ୍ଟି ଦାବିରେ ବିଭିନ୍ନ ଚାଷୀ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଶୁକ୍ରବାର ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି। ଏପରିକି ଦିଲ୍ଳୀର ଶମ୍ଭୁ ସୀମାରେ କୃଷକ ଆନ୍ଦୋଳନକୁ ଜୋରଦାର କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆନ୍ଦୋଳନରତ ଜଣେ ଚାଷୀଙ୍କ ହୃଦ୍ଘାତରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ଚାଷୀ ହେଲେ ୬୫ ବର୍ଷୀୟ ଜ୍ଞାନ ସିଂ।
ମିଳିଥିବା ସୂଚନା ମୁତାବକ, ଆନ୍ଦୋଳନରେ ସାମିଲ ହୋଇଥିବା ଜ୍ଞାନ ସିଂ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜ୍ଞାନଙ୍କ ମୃତ୍ୟୁ ଘଟିଥିଲା।
ହସ୍ପିଟାଲରୁ ମୃତଦେହକୁ ଧାରଣାସ୍ଥଳକୁ ଅଣାଯିବ ବୋଲି ସୂଚନା ମିଳିଛି। ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଜଣାପଡିଛି।
The post ଶମ୍ଭୁ ସୀମାରେ ଅଘଟଣ: ଆନ୍ଦୋଳନରତ ଚାଷୀଙ୍କ ଚାଲିଗଲା ଜୀବନ appeared first on Dharitri Odia News.