ଶରଣ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ର ଗଲା ତୁଳସୀ ହାର, ଜଗାକୁ ଲାଗି ହେବ ୩୫୧ ଫୁଟର ତୁଳସୀ ମାଳ

ଢେଙ୍କାନାଳ: ଜଗାର ତୁଳସୀ ଦୟଣା ମାଳ ଭାରି ପ୍ରିୟ । ସେଥିପାଇଁ ତ କାଳିଆ ସାଆନ୍ତଙ୍କ ଅନ୍ୟାନ୍ୟ ସେବା ଭିତରେ ଅନ୍ୟତମ ସେବା ହେଉଛି ତୁଳସୀ ସେବା । ପବିତ୍ର ବାହୁଡା ଦଶମୀ ଉପଲକ୍ଷେ ୩୫୧ ଫୁଟର ତୁଳସୀ ମାଳ, ୨୫୧ ଫୁଟର ପଦ୍ମମାଳ ଓ ଗେଣ୍ଡୁମାଳ ଇତ୍ୟାଦି ପ୍ରସ୍ତୁତ କରାଯାଇଛି । ଏହି ତୁଳସୀ ମାଳ ଓ ପଦ୍ମଫୁଲ ହାର ଶ୍ରୀକ୍ଷେତ୍ରରେ କାଳିଆ ସାଆନ୍ତଙ୍କ ଠାରେ ଲାଗି ହେବ । ପ୍ରତି ବର୍ଷ ପରି ଚଳିତ […] The post ଶରଣ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ର ଗଲା ତୁଳସୀ ହାର, ଜଗାକୁ ଲାଗି ହେବ ୩୫୧ ଫୁଟର ତୁଳସୀ ମାଳ appeared first on KNews Odisha.

ଶରଣ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ର ଗଲା ତୁଳସୀ ହାର, ଜଗାକୁ ଲାଗି ହେବ ୩୫୧ ଫୁଟର ତୁଳସୀ ମାଳ

ଢେଙ୍କାନାଳ: ଜଗାର ତୁଳସୀ ଦୟଣା ମାଳ ଭାରି ପ୍ରିୟ । ସେଥିପାଇଁ ତ କାଳିଆ ସାଆନ୍ତଙ୍କ ଅନ୍ୟାନ୍ୟ ସେବା ଭିତରେ ଅନ୍ୟତମ ସେବା ହେଉଛି ତୁଳସୀ ସେବା । ପବିତ୍ର ବାହୁଡା ଦଶମୀ ଉପଲକ୍ଷେ ୩୫୧ ଫୁଟର ତୁଳସୀ ମାଳ, ୨୫୧ ଫୁଟର ପଦ୍ମମାଳ ଓ ଗେଣ୍ଡୁମାଳ ଇତ୍ୟାଦି ପ୍ରସ୍ତୁତ କରାଯାଇଛି । ଏହି ତୁଳସୀ ମାଳ ଓ ପଦ୍ମଫୁଲ ହାର ଶ୍ରୀକ୍ଷେତ୍ରରେ କାଳିଆ ସାଆନ୍ତଙ୍କ ଠାରେ ଲାଗି ହେବ । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକ ଶରଣ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ର ଧାମର ରଥାରୂଢ ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନିକଟକୁ ଯାଉଛି ତୁଳସୀ ମାଳ, ପଦ୍ମମାଳ ଓ ଗେଣ୍ଡୁମାଳ ।

ଏହାର ପ୍ରସ୍ତୁତି କରୁଛନ୍ତି ଜଗନ୍ନାଥ ମହାପ୍ରଭୁଙ୍କ ଭକ୍ତ ଚିଣ୍ଟୁ ବାବା, ଗ୍ରାମବାସୀ ଓ ଅଗଣିତ ଶ୍ରଦ୍ଧାଳୁମାନେ । ତୁଳସୀ ବଣରୁ ଶଙ୍ଖ, ଘଣ୍ଟ, ଘଣ୍ଟା ଓ ହୁଳହୁଳି, ହରିବୋଲ ଶବ୍ଦ ସହ ଧୂପଦୀପ ଦେଇ ମହାପ୍ରଭୁଙ୍କ ପାଇଁ ତୁଳସୀ ତୋଳାଯାଇ ଗୁନ୍ଥା ଯାଇଥିଲା । ଏହି ସ୍ଥାନରୁ ପ୍ରତ୍ୟେକ ଦିନ ଚିଣ୍ଟୁବାବାଙ୍କ ଦ୍ୱାରା ତୁଳସୀ ଯାଇ ମହାପ୍ରଭୁଙ୍କୁ ଲାଗି ହେଉଛି । ଢେଙ୍କାନାଳ ଏକ ଘରିଆ ଗ୍ରାମର ସରଣ ଶ୍ରୀକ୍ଷେତ୍ରରୁ ସପ୍ତାହକୁ ୩ ରୁ ୪ ଦିନ ଠାକୁରଙ୍କ ପାଇଁ ତୁଳସୀ ପଠାଯାଏ । ମହାପ୍ରଭୁଙ୍କ ଭକ୍ତ ଚିଣ୍ଟୁ ବାବା ବାଇକ ଯୋଗେ ଝଡ ବର୍ଷା, ଶୀତ, କାକରକୁ ଖାତିର୍ ନ କରି ରାତି ଗୋଟାଏରୁ ବାହାରିଯାଆନ୍ତି ଶ୍ରୀମନ୍ଦିର ଅଭିମୁଖେ ।

ନିଜକୁ ମହାପ୍ରଭୁଙ୍କର ଦାସ କହି ଜଗନ୍ନାଥଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତିି । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବା ନିମନ୍ତେ ପ୍ରତିଦିନ ତୁଳସୀ ସେବା ଜାରି ରଖିଛନ୍ତି । ପ୍ରତିଦିନ ଅନେକ ପରିବାର ତୁଳସୀ, ଦୟଣା, ଫୁଲ, ଫଳ, ନଡ଼ିଆ, ଭୋଗ ଯିଏ ଯାହା ପାରନ୍ତି ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପଠାଇଥାନ୍ତି । ଚିଣ୍ଟୁ ବାବାଙ୍କ ନିୟମିତ କାମ ଜଗନ୍ନାଥଙ୍କ ପାଇଁ ତୁଳସୀ ନେଇ ଯିବା । ଏହି କାମରେ ବେଶ ଆନନ୍ଦ ପାଆନ୍ତି ସେ । ଗତ ୯ ବର୍ଷ ଧରି ଏହି କାମ ସେ ପ୍ରତ୍ୟେକ ଦିନ କରୁଛନ୍ତି । କି ଖରା କି ବର୍ଷା କି ଶୀତ କିଛି ମାନନ୍ତିନି ସେ ଏବଂ ବାଇକ ଧରି ସବୁ ଦିନ ପୁରୀ ଅଭିମୁଖେ ବାହାରି ଯାଇଥାନ୍ତି ।

ପୁରୀ ଶ୍ରୀକ୍ଷେତ୍ର ଧାମକୁ ପବିତ୍ର ବାହୁଡ଼ା ଯାତ୍ରା ପାଇଁ ଢେଙ୍କାନାଳ ଜିଲ୍ଲାର ଏକ ଘରିଆ ଗ୍ରାମ ଶରଣ ଶ୍ରୀକ୍ଷେତ୍ରରୁ ଗଲା ଜଗନ୍ନାଥ ମହାପ୍ରଭୁଙ୍କ ଅତିପ୍ରିୟ ତୁଳସୀ ମାଳ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ଏହି ତୁଳସୀ ମାଳ ଓ ଫୁଲ ହାର କାଳିଆ ଠାକୁର ନିକଟରେ ଲାଗି ହେବ । ଏହି ତୁଳସୀ ମାଳ ଓ ଫୁଲ ହାରକୁ ଗ୍ରାମବାସୀମାନେ ଭକ୍ତିର ସହ ତୁଳସୀ ବଣରୁ ତୋଳି ଫୁଲ ସଂଗ୍ରହ କରି ପ୍ରସ୍ତୁତ କରିଛନ୍ତି ।

Also read: ରତ୍ନବେଦୀକୁ ଲେଉଟିବେ ଚତୁର୍ଦ୍ଧା ମୂର୍ତ୍ତି, ମାଉସୀ ମା’ଙ୍କ ହାତରୁ ଖାଇବେ ପୋଡ଼ପିଠା

The post ଶରଣ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ର ଗଲା ତୁଳସୀ ହାର, ଜଗାକୁ ଲାଗି ହେବ ୩୫୧ ଫୁଟର ତୁଳସୀ ମାଳ appeared first on KNews Odisha.