ଶରଦ ପାୱାରଙ୍କୁ ‘ସୁପ୍ରିମ’ ଝଟକା; ନିର୍ବାଚନରେ ‘ଘଡ଼ି’ ଚିହ୍ନ ବ୍ୟବହାର କରିବେ ଅଜିତ୍ ଗୋଷ୍ଠୀ

ନୂଆଦିଲ୍ଲୀ,୨୫।୧୦: ଶରଦ ପାୱାରଙ୍କ ଏନ୍‌ସିପି ଗୋଷ୍ଠୀକୁ ‘ସୁପ୍ରିମ’ ଝଟକା । ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଅଜିତ୍ ପାୱାରଙ୍କ ଗୋଷ୍ଠୀ  ଏନ୍‌ସିପିର ‘ଘଡି’ ଚିହ୍ନ ବ୍ୟବହାର କରିପାରିବେ । ମାତ୍ର ଅଜିତ୍ ଗୋଷ୍ଠୀଙ୍କୁ ନିର୍ବାଚନ ପ୍ରଚାର ପାଇଁ କରାଯାଇଥିବା  ପୋଷ୍ଟର ଓ ବ୍ୟାନରରେ ସ୍ପଷ୍ଟ ଭାବେ ଲେଖିବେ କି ଚିହ୍ନ ମାମଲା ହେଉଛି ବିବାଦୀୟ ବିଷୟ ଏବଂ ଏହା କୋର୍ଟଙ୍କ ବିଚାରାଧୀନ ରହିଛି । ସର୍ବୋଚ୍ଚ ଅଦାଲତର ବିଚାରପତି ସୂର୍ଯ୍ୟକାନ୍ତ,  ଦୀପଙ୍କର ଦତ୍ତା ଓ ଉଜ୍ୱଳ ଭୂୟାଁଙ୍କୁ ନେଇ ଗଠିତ  ଖଣ୍ଡପୀଠ ଗୁରୁବାର ଶରଦ ଗୋଷ୍ଠୀ ପକ୍ଷରୁ ଆଗତ ପିଟିସନ ଉପରେ ଶୁଣାଣି କରି ଏହି ଆଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଶରଦ ଗୋଷ୍ଠୀ ତାଙ୍କ ପିଟିସନରେ ଦର୍ଶାଇଥିଲେ କି ଅଜିତ ଗୋଷ୍ଠୀ କୋର୍ଟଙ୍କ ଆଦେଶକୁ ଠିକ୍‌ ଭାବେ ପାଳନ କରୁନାହାନ୍ତି । ତେଣୁ ତାଙ୍କୁ ବିଧାନସଭା ନିର୍ବାଚନରେ ‘ଘଡି’ ଚିହ୍ନ ବ୍ୟବହାର କରିବାକୁ ଅନୁମତି ଦିଆନଯାଉ । ଏଥିସହ ଅଜିତ ଗୋଷ୍ଠୀଙ୍କୁ ନୂଆ ଚିହ୍ନ ପାଇବା ଲାଗି  ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଉ । ମାତ୍ର ସୁପ୍ରିମକୋର୍ଟ ଶରଦ ଗୋଷ୍ଠୀଙ୍କ ପିଟିସନକୁ ଗ୍ରହଣ କରିନାହାନ୍ତି । ଏଥିସହ ଅଜିତ୍ ଗୋଷ୍ଠୀଙ୍କୁ ଶରଦ ଗୋଷ୍ଠୀଙ୍କ ଆବେଦନ ଉପରେ   ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତ କହିଛନ୍ତି, ଯଦି କୋର୍ଟଙ୍କ ଆଦେଶର ଉଲ୍ଲଂଘନ କରାଯିବ ତେବେ ଆମେ ନିଜ ଆଡୁ ଅଦାଲତ

ଶରଦ ପାୱାରଙ୍କୁ  ‘ସୁପ୍ରିମ’ ଝଟକା; ନିର୍ବାଚନରେ ‘ଘଡ଼ି’ ଚିହ୍ନ ବ୍ୟବହାର କରିବେ ଅଜିତ୍ ଗୋଷ୍ଠୀ

ନୂଆଦିଲ୍ଲୀ,୨୫।୧୦: ଶରଦ ପାୱାରଙ୍କ ଏନ୍‌ସିପି ଗୋଷ୍ଠୀକୁ ‘ସୁପ୍ରିମ’ ଝଟକା । ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଅଜିତ୍ ପାୱାରଙ୍କ ଗୋଷ୍ଠୀ  ଏନ୍‌ସିପିର ‘ଘଡି’ ଚିହ୍ନ ବ୍ୟବହାର କରିପାରିବେ । ମାତ୍ର ଅଜିତ୍ ଗୋଷ୍ଠୀଙ୍କୁ ନିର୍ବାଚନ ପ୍ରଚାର ପାଇଁ କରାଯାଇଥିବା  ପୋଷ୍ଟର ଓ ବ୍ୟାନରରେ ସ୍ପଷ୍ଟ ଭାବେ ଲେଖିବେ କି ଚିହ୍ନ ମାମଲା ହେଉଛି ବିବାଦୀୟ ବିଷୟ ଏବଂ ଏହା କୋର୍ଟଙ୍କ ବିଚାରାଧୀନ ରହିଛି । ସର୍ବୋଚ୍ଚ ଅଦାଲତର ବିଚାରପତି ସୂର୍ଯ୍ୟକାନ୍ତ,  ଦୀପଙ୍କର ଦତ୍ତା ଓ ଉଜ୍ୱଳ ଭୂୟାଁଙ୍କୁ ନେଇ ଗଠିତ  ଖଣ୍ଡପୀଠ ଗୁରୁବାର ଶରଦ ଗୋଷ୍ଠୀ ପକ୍ଷରୁ ଆଗତ ପିଟିସନ ଉପରେ ଶୁଣାଣି କରି ଏହି ଆଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । 

ଶରଦ ଗୋଷ୍ଠୀ ତାଙ୍କ ପିଟିସନରେ ଦର୍ଶାଇଥିଲେ କି ଅଜିତ ଗୋଷ୍ଠୀ କୋର୍ଟଙ୍କ ଆଦେଶକୁ ଠିକ୍‌ ଭାବେ ପାଳନ କରୁନାହାନ୍ତି । ତେଣୁ ତାଙ୍କୁ ବିଧାନସଭା ନିର୍ବାଚନରେ ‘ଘଡି’ ଚିହ୍ନ ବ୍ୟବହାର କରିବାକୁ ଅନୁମତି ଦିଆନଯାଉ । ଏଥିସହ ଅଜିତ ଗୋଷ୍ଠୀଙ୍କୁ ନୂଆ ଚିହ୍ନ ପାଇବା ଲାଗି  ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଉ । ମାତ୍ର ସୁପ୍ରିମକୋର୍ଟ ଶରଦ ଗୋଷ୍ଠୀଙ୍କ ପିଟିସନକୁ ଗ୍ରହଣ କରିନାହାନ୍ତି । ଏଥିସହ ଅଜିତ୍ ଗୋଷ୍ଠୀଙ୍କୁ ଶରଦ ଗୋଷ୍ଠୀଙ୍କ ଆବେଦନ ଉପରେ   ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତ କହିଛନ୍ତି, ଯଦି କୋର୍ଟଙ୍କ ଆଦେଶର ଉଲ୍ଲଂଘନ କରାଯିବ ତେବେ ଆମେ ନିଜ ଆଡୁ ଅଦାଲତ ଅବମାନନା ମାମଲା ଦାୟର କରିବୁ । ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି, କୋଟ୍ ଦ୍ବାରା ଥରେ ଆଦେଶ  ଜାରି ହୋଇଛି ମାନେ, ତାକୁ ପାଳନ କରିବାକୁ ପଡିବ । ଆମ ଆଦେଶ ଉଲ୍ଲଂଘନ କରାଯାଇ ନାହିଁ, କିମ୍ବା ଭବିଷ୍ୟତରେ ମଧ୍ୟ କରାଯିବ ନାହିଁ ବୋଲି ଅଜିତ ଗୋଷ୍ଠୀଙ୍କୁ ସତ୍ୟପାଠ ଦାଖଲ କରିବାକୁ ପଡିବ । 

ମାମଲାର ପରବର୍ତ୍ତୀ ଶୁଣାଣି  ଆସନ୍ତା ନଭେମ୍ବର ୬ ତାରିଖରେ ହେବ । ୨୮୮ ଆସନ  ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ନଭେମ୍ବର ୨୦ରେ ଭୋଟ୍ ଗ୍ରହଣ କରାଯିବ । ନଭେମ୍ବର ୨୩ରେ ଫଳାଫଳ ପ୍ରକାଶ ପାଇବ । ନିର୍ବାଚନରେ ଅଜିତ ଗୋଷ୍ଠୀ ବିଜେପି ଓ ଶିବସେନା ସହ ମିଶି   ନିର୍ବାଚନ ଲଢ଼ୁଥିବା ବେଳେ ଶରଦ ଗୋଷ୍ଠୀ ଶିବସେନା ଓ କଂଗ୍ରେସ ସହ ମିଶି ନିର୍ବାଚନ ଲଢ଼ୁଛି ।