ଶରଧା ଡଙ୍ଗା ବୁଡ଼ି ଘଟଣାରେ ଉଦ୍ଧାର ହେଲେ ଶେଷ ନିଖୋଜ ମହିଳା
ଶରଧା : ଡଙ୍ଗା ବୁଡ଼ିରେ ଘଟଣାରେ ଉଦ୍ଧାର ହେଲେ ଶେଷ ନିଖୋଜ ମହିଳା। ମହିଳାଙ୍କର ନାମ ଘସମିନ ରାଠିଆ ବୋଲି... The post ଶରଧା ଡଙ୍ଗା ବୁଡ଼ି ଘଟଣାରେ ଉଦ୍ଧାର ହେଲେ ଶେଷ ନିଖୋଜ ମହିଳା appeared first on .
ଶରଧା : ଡଙ୍ଗା ବୁଡ଼ିରେ ଘଟଣାରେ ଉଦ୍ଧାର ହେଲେ ଶେଷ ନିଖୋଜ ମହିଳା। ମହିଳାଙ୍କର ନାମ ଘସମିନ ରାଠିଆ ବୋଲି ଜଣା ପଡ଼ିଛି। ଗତକାଲି ଅପରାହ୍ନ ପ୍ରାୟ ତିନି ଟାରେ ଶରଧା ଡଙ୍ଗା ଘାଟକୁ ଆସୁଥିବା ବେଳେ ଡଙ୍ଗା ବୁଡ଼ିଯାଇଥିଲା। ଡଙ୍ଗା ରେ ଥିବା ୫୪ଜଣକ ମଧ୍ୟରୁ ୪୫ ଜଣ ଛତିଶଗଡ଼ ରାଜ୍ୟ ଖର୍ସିଆରେ ଥିବାର ସୁଚନା ମିଳିଥିଲା। ତେବେ ଗତକାଲି ଜଣେ ମହିଳାଙ୍କର ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ମହିଳା ଶିଶୁ ମିଶାଇ ଆହୁରି ସାତ ଜଣ ନିଖୋଜ ଥିଲେ। ଡଙ୍ଗା ବୁଡିଯିବା ସମୟରେ ନିକଟରେ ଥିବା ମାଛ ଧରାଳି ମାନେ ଡଙ୍ଗାରେ ଥିବା ଯାତ୍ରୀ ଙ୍କୁ ଉଦ୍ଧାର କରିଥିଲେ। ଆହତ ଥିବା ବ୍ୟକ୍ତି ଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛତିଶଗଡ଼ କୁ ପଠାଇ ଦିଆଯାଇଥିଲା। ଗତରାତି ପ୍ରାୟ ୧୧ ଟା ଯାଏଁ ଚାଲିଥିଲା ଅପରେସନ। କିନ୍ତୁ ନିଖୋଜ ସାତ ଜଣଙ୍କୁ ଠାବ କରି ପାରିନଥିଲା ଓଡ୍ରାଫ, ଅଗ୍ନିଶମ ବିଭାଗ। ତେବେ ଆଜି ସକାଳୁ ପ୍ରାୟ ୫ଟାରୁ ରେସକ୍ୟୁ ଅପରେସନ କରି ନିଖୋଜ ସମସ୍ତ ମୃତଦେହ ଉଦ୍ଧାର କରାଯାଇଛି। ଡଙ୍ଗା ବୁଡ଼ି ଦୁର୍ଘଟଣାର ୨୪ଘଣ୍ଟା ମଧ୍ୟରେ ସମସ୍ତ ନିଖୋଜକୁ ଉଦ୍ଧାର କରିଛନ୍ତି ଓଡ୍ରାଫ ଟିମ ଏବଂ ଅଗ୍ନିଶମ ବିଭାଗ । ଏହି ଉଦ୍ଧାର କାର୍ଯ୍ୟରେ ସ୍କୁବା ଡ୍ରାଇଭର, ସର୍ଚ୍ଚ କ୍ୟାମେରାର ସହାୟତା ନିଆଯାଇଥିଲା। ଉଦ୍ଧାର ହୋଇଥିବା
ସମସ୍ତ ମୃତଦେହକୁ ଶବ ବ୍ୟବଚ୍ଛେଦ କରି ତାଙ୍କର ପରିବାର କୁ ହସ୍ତାନ୍ତର କରିଛନ୍ତି ଜିଲ୍ଲା ପ୍ରଶାସନ। ଛତିଶଗଡ଼ ପ୍ରଶାସନ ମଧ୍ୟ ଘଟଣାସ୍ଥଳରେ ରହି କାର୍ଯ୍ୟରେ ସହାୟତା କରିଛନ୍ତି। ମୃତକଙ୍କୁ ଚାରି ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ସମସ୍ଥ ମୃତକ ମାନଙ୍କ ପରିଚୟ ମିଳିଛି ।ସେମାନେ ହେଲେ ରାଧିକା ନିଶାଦ, ତେରଷବାଇ ରାଠିଆ, ଲଷ୍ମୀନବାଇ ରାଠିଆ, ରାଧିକା ରାଠିଆ, ଘସମିନ ବାଇ ରାଠିଆ, ଶିଶୁ କୁନାଲ ରାଠିଆ, ପିକେଶ୍ୱର ରାଠିଆ, ନବୀନ ରାଠିଆ । ମୃତକ ସମସ୍ତଙ୍କ ଘର ଛତିଶଗଡ଼ ରାଜ୍ୟ, ରାଏଗଡ଼ ଜିଲ୍ଲା, ଖର୍ସିଆ ପୋଲିସ ଷ୍ଟେସନ ଅନ୍ତର୍ଗତ ଅଞ୍ଜୋରୀପାଳି ଗାଁରେ ହୋଇଥିବା ସୂଚାନ
The post ଶରଧା ଡଙ୍ଗା ବୁଡ଼ି ଘଟଣାରେ ଉଦ୍ଧାର ହେଲେ ଶେଷ ନିଖୋଜ ମହିଳା appeared first on .