ଶର୍ଟକଟ୍ ରାଜନୀତିକୁ ଶର୍ଟ ସର୍କିଟ କରିଦେଲେ ଦିଲ୍ଲୀବାସୀ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୮।୨: ଦୀର୍ଘ ୨୭ ବର୍ଷର ବ୍ୟବଧାନ ପରେ ଭାରତୀୟ ଜନତା ପାର୍ଟି(ଭାଜପା) ଦିଲ୍ଲୀରେ କ୍ଷମତା ଦଖଲ କରିଛି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଶନିବାର ପ୍ରକାଶ ପାଇଥିବା ବେଳେ ଭାଜପା ୪୮ ଆସନରେ ବିଜୟୀ ହୋଇଥିବା ବେଳେ ଶାସକ ଦଳ ଆପ୍ ୨୨ ଆସନରେ ସୀମିତ ରହିଯାଇଛି। ବିଜୟ ଉତ୍ସବ ଆଳନ ଅବସରରେ ଭାଜପା ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଉଦ୍ବୋଧନରେ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ସର୍ଟକଟ […] The post ଶର୍ଟକଟ୍ ରାଜନୀତିକୁ ଶର୍ଟ ସର୍କିଟ କରିଦେଲେ ଦିଲ୍ଲୀବାସୀ: ପ୍ରଧାନମନ୍ତ୍ରୀ appeared first on Dharitri Odia News.
ନୂଆଦିଲ୍ଲୀ,୮।୨: ଦୀର୍ଘ ୨୭ ବର୍ଷର ବ୍ୟବଧାନ ପରେ ଭାରତୀୟ ଜନତା ପାର୍ଟି(ଭାଜପା) ଦିଲ୍ଲୀରେ କ୍ଷମତା ଦଖଲ କରିଛି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଶନିବାର ପ୍ରକାଶ ପାଇଥିବା ବେଳେ ଭାଜପା ୪୮ ଆସନରେ ବିଜୟୀ ହୋଇଥିବା ବେଳେ ଶାସକ ଦଳ ଆପ୍ ୨୨ ଆସନରେ ସୀମିତ ରହିଯାଇଛି। ବିଜୟ ଉତ୍ସବ ଆଳନ ଅବସରରେ ଭାଜପା ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଉଦ୍ବୋଧନରେ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ସର୍ଟକଟ ରାଜନୀତିକୁ ଦିଲ୍ଲୀବାସୀ ଶର୍ଟ ସର୍କିଟ କରିଦେଇଥିବା କହିଛନ୍ତି।
ଲୋକ ସଭା ନିର୍ବାଚନରେ ଦିଲ୍ଲୀବାସୀ କେବେ ନିରାଶ କରିନାହାନ୍ତି। ୩ ଥର ଲୋକ ସଭା ନିର୍ବାଚନରେ ଶତ ପ୍ରତିଶତ ବିଜୟ ଭାଜପାକୁ ଦେଇଛନ୍ତି। ବର୍ତ୍ତମାନ ଦିଲ୍ଲୀର ଯୁବବର୍ଗ ଭାଜପାର ସୁଶାସନ ଦେଖିବେ ବୋଲି ମୋଦି କହିଛନ୍ତି।
ସେ ଉଦ୍ବୋଧନ ଦେଇକହିଛନ୍ତି, ମା’ ଯମୁନା ଆମ ଆସ୍ଥାର କେନ୍ଦ୍ର, କିନ୍ତୁ ଯମୁନା ଅସ୍ଥିତ୍ୱ ଆଜି ବିପଦରେ। ଯମୁନାର ସେବା ପାଇଁ ଭାଜପା ପୂରା ଶକ୍ତି ଲଗାଇବ ବୋଲି ମୋଦି କହିଛନ୍ତି। ଦିଲ୍ଲୀ କେବଳ ଗୋଟିଏ ସହର ନୁହେଁ, ଏହା ମିନି ଇଣ୍ଡିଆ। ବିବିଧତା ଥିବା ଦିଲ୍ଲୀରେ ଆମକୁ ପ୍ରଚଣ୍ଡ ବହୁମତ ମିଳିଛି। ବିଶେଷ କରି ମୋଦି ପୂର୍ବାଞ୍ଚଳ ଲୋକଙ୍କୁ କୃତଜ୍ଞତା ଜଣାଇଛନ୍ତି। ତୁଷ୍ଟୀକରଣ ନୁହେଁ, ସନ୍ତୁଷ୍ଟୀକରଣ ନୀତିକୁ ଲୋକେ ବାଛିଛନ୍ତି ବୋଲି ମୋଦି କହିଛନ୍ତି।
The post ଶର୍ଟକଟ୍ ରାଜନୀତିକୁ ଶର୍ଟ ସର୍କିଟ କରିଦେଲେ ଦିଲ୍ଲୀବାସୀ: ପ୍ରଧାନମନ୍ତ୍ରୀ appeared first on Dharitri Odia News.