ଶର୍ମିଷ୍ଠାଙ୍କ ଗିରଫଦାରୀ ନେଇ କୋଲକାତା ପୁଲିସର ସ୍ପଷ୍ଟୀକରଣ: କହିଲା, ଅଶ୍ରାବ୍ୟ ଭାଷା ବାକ୍ ସ୍ୱାଧୀନତା ନୁହେଁ
ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ଉପରେ ସୋସିଆଲ ମିଡିଆ ପୋଷ୍ଟ ପାଇଁ ଶର୍ମିଷ୍ଠା ପାନୋଲିଙ୍କ ଗିରଫ କରିବା ପରେ ବଢ଼ୁଥିବା ସମାଲୋଚନା ମଧ୍ୟରେ, ସ୍ପଷ୍ଟୀକରଣ ରଖିଛି କୋଲକାତା ପୋଲିସ। ରବିବାର ପୁଲିସ ଏକ ବିସ୍ତୃତ ସ୍ପଷ୍ଟୀକରଣ ଜାରି କରି ଶର୍ମିଷ୍ଠାଙ୍କ ବିରୁଦ୍ଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ଆଇନଗତ ବୋଲି କହିଛି। ଘୃଣାପୂର୍ଣ୍ଣ ଭାଷଣ ଏବଂ ଅପମାନଜନକ ଭାଷାକୁ "ବାକ୍ ସ୍ୱାଧୀନତା କୁହାଯିବା ଉଚିତ ନୁହେଁ ବୋଲି ପୁଲିସ କହିଛି। ପାନୋଲି ଦେଶ ସପକ୍ଷରେ କହିବା ସହ ପାକିସ୍ତାନକୁ ବିରୋଧ କରିବାରୁ ତାଙ୍କୁ ଗିରଫ କରାଯାଥିବା ଅଭିଯୋଗ ହେଉଛି। ହେଲେ କୋଲକାତା ପୁଲିସ ଏହାକୁ ଖଣ୍ଡନ କରିଛି। ଏନେଇ ପୋଲିସ କହିଛି ଯେ ସେ ଡିଲିଟ୍ କରିଥିବା ଏକ ଭିଡିଓକୁ ନେଇ ତାଙ୍କ ବିରୁଦ୍ଧରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା ଏବଂ ସାମ୍ପ୍ରଦାୟିକ ଘୃଣାକୁ ଉସ୍କାଇବାର ଗମ୍ଭୀର ଅଭିଯୋଗ ଲାଗିଛି। ଏଥିପାଇଁ ତାଙ୍କୁ ଗିରଫ କରାଯାଇଛି।ପୋଲିସ ସ୍ପଷ୍ଟ କରିଛି ଯେ ଜାତୀୟତା ନେଇ ଗର୍ବ କରିବାକୁ ସମ୍ମାନ ଏବଂ ସମର୍ଥନ କରାଯାଏ, କିନ୍ତୁ ଯେଉଁ ବିଷୟବସ୍ତୁ ଭାରତୀୟ ନାଗରିକଙ୍କ ଯେକୌଣସି ବର୍ଗକୁ ଅପମାନିତ କରେ କିମ୍ବା ସେମାନଙ୍କୁ ନୀଚ୍ଚ ଦେଖାଏ - ବିଶେଷକରି ଜାତୀୟ ଏକତା ସମୟରେ – ଏହା ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ପୁଲିସ କହିଛି “ଯେତେବେଳେ ସମଗ୍ର ଦେଶ ଏକତ୍ରିତ ହୋଇ ଠିଆ ହୋଇଥିଲା ଏବଂ ଆମର ସାହସୀ ନାଗରିକମାନେ ସୀମାରେ ଲଢ଼ୁଥ
ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ଉପରେ ସୋସିଆଲ ମିଡିଆ ପୋଷ୍ଟ ପାଇଁ ଶର୍ମିଷ୍ଠା ପାନୋଲିଙ୍କ ଗିରଫ କରିବା ପରେ ବଢ଼ୁଥିବା ସମାଲୋଚନା ମଧ୍ୟରେ, ସ୍ପଷ୍ଟୀକରଣ ରଖିଛି କୋଲକାତା ପୋଲିସ। ରବିବାର ପୁଲିସ ଏକ ବିସ୍ତୃତ ସ୍ପଷ୍ଟୀକରଣ ଜାରି କରି ଶର୍ମିଷ୍ଠାଙ୍କ ବିରୁଦ୍ଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ଆଇନଗତ ବୋଲି କହିଛି। ଘୃଣାପୂର୍ଣ୍ଣ ଭାଷଣ ଏବଂ ଅପମାନଜନକ ଭାଷାକୁ "ବାକ୍ ସ୍ୱାଧୀନତା କୁହାଯିବା ଉଚିତ ନୁହେଁ ବୋଲି ପୁଲିସ କହିଛି।
ପାନୋଲି ଦେଶ ସପକ୍ଷରେ କହିବା ସହ ପାକିସ୍ତାନକୁ ବିରୋଧ କରିବାରୁ ତାଙ୍କୁ ଗିରଫ କରାଯାଥିବା ଅଭିଯୋଗ ହେଉଛି। ହେଲେ କୋଲକାତା ପୁଲିସ ଏହାକୁ ଖଣ୍ଡନ କରିଛି। ଏନେଇ ପୋଲିସ କହିଛି ଯେ ସେ ଡିଲିଟ୍ କରିଥିବା ଏକ ଭିଡିଓକୁ ନେଇ ତାଙ୍କ ବିରୁଦ୍ଧରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା ଏବଂ ସାମ୍ପ୍ରଦାୟିକ ଘୃଣାକୁ ଉସ୍କାଇବାର ଗମ୍ଭୀର ଅଭିଯୋଗ ଲାଗିଛି। ଏଥିପାଇଁ ତାଙ୍କୁ ଗିରଫ କରାଯାଇଛି।
ପୋଲିସ ସ୍ପଷ୍ଟ କରିଛି ଯେ ଜାତୀୟତା ନେଇ ଗର୍ବ କରିବାକୁ ସମ୍ମାନ ଏବଂ ସମର୍ଥନ କରାଯାଏ, କିନ୍ତୁ ଯେଉଁ ବିଷୟବସ୍ତୁ ଭାରତୀୟ ନାଗରିକଙ୍କ ଯେକୌଣସି ବର୍ଗକୁ ଅପମାନିତ କରେ କିମ୍ବା ସେମାନଙ୍କୁ ନୀଚ୍ଚ ଦେଖାଏ - ବିଶେଷକରି ଜାତୀୟ ଏକତା ସମୟରେ – ଏହା ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ।
ପୁଲିସ କହିଛି “ଯେତେବେଳେ ସମଗ୍ର ଦେଶ ଏକତ୍ରିତ ହୋଇ ଠିଆ ହୋଇଥିଲା ଏବଂ ଆମର ସାହସୀ ନାଗରିକମାନେ ସୀମାରେ ଲଢ଼ୁଥିଲେ, ସେତେବେଳେ ଭାରତରେ ଯେ କୌଣସି ବର୍ଗକୁ ଅପମାନିତ ଓ ନିଚ ଦେଖାଇ ସୋସିଆଲ ମିଡିଆରେ କୌଣସି ବିଷୟବସ୍ତୁ ପୋଷ୍ଟ କରିବା ଅତ୍ୟନ୍ତ ଅତ୍ୟନ୍ତ ଘୃଣ୍ୟ କାର୍ଯ୍ୟ। ଏପରି ଯେକୌଣସି କାର୍ଯ୍ୟ କେବଳ ଆମର ଶତ୍ରୁମାନଙ୍କୁ ଲାଭ ପହଞ୍ଚାଇବ।”
ଏହି ୨୨ ବର୍ଷୀୟ ଆଇନର ଛାତ୍ରୀ ଶର୍ମିଷ୍ଠା ପାନୋଲୀଙ୍କୁ ଶୁକ୍ରବାର (୩୦ ମଇ) ବିଳମ୍ବିତ ରାତିରେ ଗୁରୁଗ୍ରାମରୁ ଗିରଫ କରି କୋଲକାତାକୁ ଅଣାଯାଇଥିଲା। ଏହାପରେ ତାଙ୍କୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯାଇ ୧୪ ଦିନିଆ ନ୍ୟାୟିକ ହାଜତକୁ ପଠାଯାଇଛି। ମେ ୧୫ ତାରିଖରେ ଗାର୍ଡେନ୍ ରିଚ୍ ପୋଲିସ ଷ୍ଟେସନରେ ଏକ ଅଭିଯୋଗ ହେବା ପରେ ଶର୍ମିଷ୍ଠାଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲା କୋଲକାତା ପୁଲିସ୍। ହୋଇଥିବା ଅଭିଯୋଗରେ ପାନୋଲୀ ଧାର୍ମିକ ଭାବନାକୁ ଅପମାନିତ କରୁଥିବା ଏବଂ ବିଶୃଙ୍ଖଳାକୁ ପ୍ରୋତ୍ସାହିତ କରୁଥିବା ଏକ ଭିଡିଓ ପୋଷ୍ଟ କରିଥିବା ଅଭିଯୋଗ କରାଯାଇଥିଲା।
ପାନୋଲି ନିଜ ସୋସିଆଲ୍ ମିଡିଆରେ ଏକ ଭିଡିଓ ରେକର୍ଡିଂ କରି ଅପରେସନ ସିନ୍ଦୂରକୁ ନେଇ ଚୁପ୍ ଥିବା ବଲିଉଡ୍ ଷ୍ଟାର୍ଙ୍କୁ ଗାଳିଗୁଲଜ କରିଥିଲେ। ବିଶେଷ କରି ମୁସ୍ଲିମ୍ ଷ୍ଟାର୍ଙ୍କୁ ଆଟାକ୍ କରିଥିଲେ। ଏଥିରେ ସେ ନିର୍ଦ୍ଦିଷ୍ଟ ଧର୍ମକୁ ନେଇ ଅପଶବ୍ଦର ବ୍ୟବହାର ବି କରିଥିଲେ। ଯାହାକୁ ନେଇ ବିବାଦ ବଢ଼ିଥିଲା।
ପଢନ୍ତୁ- ସୋସିଆଲ୍ ମିଡିଆ ଇନଫ୍ଲୁଏନ୍ସର ଶର୍ମିଷ୍ଠା ପାନୋଲିଙ୍କ ଗିରଫ ପରେ ସମର୍ଥନରେ ବାହାରିଲେ ରାଜନେତା: ମମତାଙ୍କୁ ସମାଲୋଚନା
ପୁଲିସ କହିଛି ଯେ ମାମଲା ହେବା ପରେ ଏନେଇ ପାନୋଲିଙ୍କୁ ଏକାଧିଇ କୋର୍ଟ ନୋଟିସ ପଠାଇବା ପରେ ସେ ହାଜର ହୋଇନଥିଲେ। ତେଣୁ କୋର୍ଟ ଜାରି କରିଥିବା ୱାରେଣ୍ଟ ଅନୁସାରେ ତାଙ୍କୁ ଗୁରୁଗ୍ରାମରେ ଆଇନଗତ ଭାବେ ଅଟକ ରଖାଯାଇଥିଲା। କୋଲକାତାର ନ୍ୟାୟିକ ହେପାଜତକୁ ପଠାଇବା ପୂର୍ବରୁ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡ ଦିଆଯାଇଥିଲା। ତେବେ ପାକିସ୍ତାନକୁ ବିରୋଧ କରିବାର ତାଙ୍କୁ ଗିରଫ କରାଯାଇଥିବା ଦାବିକୁ କୋଲକାତା ପୁଲିସ ଖଣ୍ଡନ କରିଛି। ସାମ୍ପ୍ରଦାୟିକ ଟିପ୍ପଣୀ ଯୋଗୁ ତାଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ କହିଛି।