ଶସ୍ତା ହେବ ବୈଦ୍ୟୁତିକ ଯାନ
ଭୁବନେଶ୍ୱର,୧୪।୩(ଅନୁରାଧା ମହାରଣା): ଇଲେକ୍ଟ୍ରିକ୍ ୨ଚକିଆ ଏବଂ ୩ଚକିଆ ଯାନ ବିକ୍ରି ବୃଦ୍ଧି ପାଇଁ କେନ୍ଦ୍ର ସରକାର ଏକ ନୂତନ ଯୋଜନା ଘୋଷଣା କରିଛନ୍ତି। ୫୦୦ କୋଟି ଟଙ୍କାର ମୋବିଲିଟି ପ୍ରମୋସନ ସ୍କିମ୍ ( ଇଏମ୍ପିଏସ୍) ଯୋଜନା ଏପ୍ରିଲ ୧ରୁ କାର୍ଯ୍ୟକାରୀ ହେବ। ଏହା ୪ ମାସ ପାଇଁ ବୈଧ ହେବ। ଏହି ଯୋଜନା ଅଧୀନରେ ଇଲେକ୍ଟ୍ରିକ୍ ୨ଚକିଆ ଏବଂ ୩ଚକିଆ ଯାନ ଶସ୍ତା ହେବ । ଇଲେକ୍ଟ୍ରିକ୍ ଭାରି ଉଦ୍ୟୋଗ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ବୁଧବାର […] The post ଶସ୍ତା ହେବ ବୈଦ୍ୟୁତିକ ଯାନ appeared first on Dharitri Odia News.
ଭୁବନେଶ୍ୱର,୧୪।୩(ଅନୁରାଧା ମହାରଣା): ଇଲେକ୍ଟ୍ରିକ୍ ୨ଚକିଆ ଏବଂ ୩ଚକିଆ ଯାନ ବିକ୍ରି ବୃଦ୍ଧି ପାଇଁ କେନ୍ଦ୍ର ସରକାର ଏକ ନୂତନ ଯୋଜନା ଘୋଷଣା କରିଛନ୍ତି। ୫୦୦ କୋଟି ଟଙ୍କାର ମୋବିଲିଟି ପ୍ରମୋସନ ସ୍କିମ୍ ( ଇଏମ୍ପିଏସ୍) ଯୋଜନା ଏପ୍ରିଲ ୧ରୁ କାର୍ଯ୍ୟକାରୀ ହେବ। ଏହା ୪ ମାସ ପାଇଁ ବୈଧ ହେବ। ଏହି ଯୋଜନା ଅଧୀନରେ ଇଲେକ୍ଟ୍ରିକ୍ ୨ଚକିଆ ଏବଂ ୩ଚକିଆ ଯାନ ଶସ୍ତା ହେବ । ଇଲେକ୍ଟ୍ରିକ୍ ଭାରି ଉଦ୍ୟୋଗ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ବୁଧବାର କହିଛନ୍ତି, ଇଏମ୍ପିଏସ୍ ଯୋଜନା ପାଇଁ ୫୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ଦେଶରେ ବୈଦ୍ୟୁତିକ ୨ଚକିଆ ଏବଂ ୩ଚକିଆ ଯାନ ବିକ୍ରି ବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଛି। ୨୦୨୪ ଫେବୃଆରୀରେ ସରକାର ଫେମ୍-୨ ଯୋଜନା ଅଧୀନରେ ଆବଣ୍ଟନକୁ ୧୧,୫୦୦ କୋଟି ଟଙ୍କାକୁ ବୃଦ୍ଧି କରିଥିଲେ। ପୂର୍ବରୁ ଏହି ଯୋଜନାର ବଜେଟ ୧୦ ହଜାର କୋଟି ଟଙ୍କା ଥିଲା। ଭାରି ଉଦ୍ୟୋଗ ମନ୍ତ୍ରଣାଳୟ ସୂଚନାନୁସାରେ, ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବିକ୍ରି ହୋଇଥିବା ୨ଚକିଆ, ୩ଚକିଆ ଯାନ ଏବଂ କାର୍ ଉପରେ ଏହି ସବ୍ସିଡି ଲାଗୁହେବ। ଫେମ୍ ଇଣ୍ଡିଆ ସ୍କିମ୍ ଅଧୀନରେ ଇଲେକ୍ଟ୍ରିକ୍ ୨, ୩ ଏବଂ ୪ ଚକିଆ ଯାନ ପାଇଁ ସବ୍ସିଡି ୭୦୪୮ କୋଟି ଟଙ୍କାକୁ ସଂଶୋଧିତ କରାଯାଇଥିଲା। ଏଥିମଧ୍ୟରୁ ୫୩୧୧ କୋଟି ଟଙ୍କା ଇଲେକ୍ଟ୍ରିକ୍ ୨ଚକିଆ ଯାନ ପାଇଁ ଥିଲା। ଇଲେକ୍ଟ୍ରିକ୍ ବସ୍ ଏବଂ ଇଭି ଚାର୍ଜିଂ ଷ୍ଟେଶନ ନିର୍ମାଣ ପାଇଁ ୪୦୪୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ଫେମ୍ ଇଣ୍ଡିଆ ଯୋଜନାର ଉଦ୍ଦେଶ୍ୟ ହେଉଛି ଦେଶରେ ଇଭି ଏବଂ ଚାର୍ଜରଙ୍କୁ ସବ୍ସିଡି ଯୋଗାଇ ସେମାନଙ୍କର ବିକ୍ରୟ ବୃଦ୍ଧି କରିବା। ଏହା ବ୍ୟତୀତ ଏହି ଯୋଜନାରେ ଦେଶରେ ଇଭି ପାର୍ଟସ ଉତ୍ପାଦନକୁ ମଧ୍ୟ ଉତ୍ସାହିତ କରାଯାଏ। ୨୦୧୯ରେ ଆରମ୍ଭ ହୋଇଥିବା ଫେମ୍-୨ ଅଧୀନରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୨ ଲକ୍ଷ ଇଲେକ୍ଟିକ୍ ୨ ଚକିଆ, ୧.୪୧ ଲକ୍ଷ ୩ ଚକିଆ ଏବଂ ୧୬,୯୯୧ ୪ ଚକିଆ ଯାନକୁ ସବ୍ସିଡି ପ୍ରଦାନ କରାଯାଇଛି। ଫେମ୍ ୨ ଯୋଜନା ଅଧୀନରେ ୫,୮୨୯ କୋଟିରୁ ଅଧିକ ମୂଲ୍ୟର ସବ୍ସିଡି ପ୍ରଦାନ କରାଯାଇଛି।
The post ଶସ୍ତା ହେବ ବୈଦ୍ୟୁତିକ ଯାନ appeared first on Dharitri Odia News.