ଶହେ ଦିନରେ ପହଁଚିଲା ଉଠାଦୋକାନୀଙ୍କ ଆନ୍ଦୋଳନ; ଶାନ୍ତିପୂର୍ଣ୍ଣ ଭାବେ ନିଜ ଜିଦ୍‌ରେ ଅଟଳ ଦୋକାନୀ

କନକ ବ୍ୟୁରୋ: ଶହେଦିନରେ ପହଞ୍ଚିଲା ବଡଦାଣ୍ଡରୁ ଉଛେଦ ହୋଇଥିବା ଉଠା ଦୋକାନୀଙ୍କ ଧାରଣା । ଶାନ୍ତିପୂର୍ଣ ଭାବରେ ଧାରଣା କରି ନିଜ ଜିଦରେ ଅଟଳ ଉଠାଦୋକାନୀ । ଶ୍ରୀସେତୁ ତଳେ ଯେଉଁଠି ଦୋକାନ ଘର ଦିଆଯାଇଛି ସେଠାରେ ବ୍ୟବସାୟ କଲା ଭଳି ପ୍ରାବଧାନ ନଥିବାରୁ, ଦୋକାନୀ ସେଠାକୁ ଯିବାକୁ ଅମଙ୍ଗ ହେଉଛନ୍ତି । ତେଣୁ ବର୍ତ୍ତମାନ ପାଇଁ ସେମାନଙ୍କୁ ଚକ ଲଗା କିଓସ୍କ ମାଧ୍ୟମରେ ବ୍ୟବସାୟ କରିବାକୁ ଅନୁମତି ଦିଆଯାଉ ବୋଲି ଦାବି କରିଛନ୍ତି ଉଠାଦୋକାନୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଏମାନଙ୍କୁ ଉଛେଦ କରାଯାଇଥିଲା ହେଲେ ଆଇନ ଅନୁସାରେ ଉପଯୁକ୍ତ ଥଇଥାନ କରାଯାଇନି ବୋଲି ଅଭିଯୋଗ କରିଛନ୍ତି ଧାରଣାରେ ବସିଥିବା ଉଠା ଦୋକାନୀ । 