ଶାହ, ରାଜନାଥ, ଶିବରାଜଙ୍କଠୁ ନେଇ ଗଡ଼କରୀଙ୍କ ପର୍ଯ୍ୟନ୍ତ, ବଜେଟ୍ରେ କେଉଁ ମନ୍ତ୍ରଣାଳୟକୁ ମିଳିଲା ଅଧିକ ଅର୍ଥ
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ସାଧାରଣ ବଜେଟ୍ ସଂସଦରେ ଆଗତ କରିଛନ୍ତି। ବଜେଟ୍ରେ ଗରିବ, କୃଷକ, ମହିଳା ଓ ଯୁବ ବର୍ଗ ଉପରେ ଗୁରୁତ୍ଵ ଦିଆଯାଇଛି। ପ୍ରତି ଥର ପରି ଏଥର ମଧ୍ୟ ସାଧାରଣ ବଜେଟ୍ରେ ମନ୍ତ୍ରଣାଳୟ ପାଇଁ ବ୍ୟୟବରାଦ କରାଯାଇଛି। ଆସନ୍ତୁ ଜାଣିବା ମୋଦୀ ସରକାର କେଉଁ ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରଣାଳୟ ପାଇଁ କେତେ ବ୍ୟୟବରାଦ କରିଛନ୍ତି।ସଡ଼କ ଓ ପରିବହନ ମନ୍ତ୍ରଣାଳୟ- ବଜେଟ୍ ୨୦୨୪-୨୫ରେ ନୀତିନ ଗଡ଼କରୀଙ୍କ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟକୁ ସବୁଠୁ ଅଧିକ ଅର୍ଥ ରାଶି ମିଳିଛି। ଗଡ଼କରୀଙ୍କ ମନ୍ତ୍ରଣାଳୟ ପାଇଁ ୫ ଲକ୍ଷ ୪୪ ହଜାର ୧୨୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।ପ୍ରତିରକ୍ଷା ମନ୍ତ୍ରଣାଳୟ- ଏହି ତାଲିକାରେ ଦ୍ଵିତୀୟ ସ୍ଥାନରେ ରହିଛି ପ୍ରତିରକ୍ଷା ମନ୍ତ୍ରଣାଳୟ। ରାଜନାଥ ସିଂଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ୪ ଲକ୍ଷ ୫୪ ହଜାର କୋଟି ଟଙ୍କାର ପ୍ରାବଧାନ କରାଯାଇଛି।ଗୃହ ମନ୍ତ୍ରଣାଳୟ- ଅମିତ ଶାହଙ୍କ ଗୃହ ମନ୍ତ୍ରଣାଳୟ ପାଇଁ ଏକ ଲକ୍ଷ ୫୦ ହଜାର ୯୮୩ କୋଟି ଟଙ୍କା ଅର୍ଥ ମଞ୍ଜୁର କରାଯାଇଛି।କୃଷି ମନ୍ତ୍ରଣାଳୟ- ଶିବରାଜ ସିଂ ଚୌହାନଙ୍କ କୃଷି ମନ୍ତ୍ରଣାଳୟ ପାଇଁ ବଜେଟ୍ରେ ଏକ ଲକ୍ଷ ୫୧ ହଜାର ୮୫୧ କୋଟି ଟଙ୍କାର ବ୍ୟୟ ମଞ୍ଜୁର କରାଯାଇଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ-ଜେପି ନଡ୍ଡାଙ୍କ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପାଇଁ ୮୯ ହଜାର
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ସାଧାରଣ ବଜେଟ୍ ସଂସଦରେ ଆଗତ କରିଛନ୍ତି। ବଜେଟ୍ରେ ଗରିବ, କୃଷକ, ମହିଳା ଓ ଯୁବ ବର୍ଗ ଉପରେ ଗୁରୁତ୍ଵ ଦିଆଯାଇଛି। ପ୍ରତି ଥର ପରି ଏଥର ମଧ୍ୟ ସାଧାରଣ ବଜେଟ୍ରେ ମନ୍ତ୍ରଣାଳୟ ପାଇଁ ବ୍ୟୟବରାଦ କରାଯାଇଛି। ଆସନ୍ତୁ ଜାଣିବା ମୋଦୀ ସରକାର କେଉଁ ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରଣାଳୟ ପାଇଁ କେତେ ବ୍ୟୟବରାଦ କରିଛନ୍ତି।
ସଡ଼କ ଓ ପରିବହନ ମନ୍ତ୍ରଣାଳୟ- ବଜେଟ୍ ୨୦୨୪-୨୫ରେ ନୀତିନ ଗଡ଼କରୀଙ୍କ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟକୁ ସବୁଠୁ ଅଧିକ ଅର୍ଥ ରାଶି ମିଳିଛି। ଗଡ଼କରୀଙ୍କ ମନ୍ତ୍ରଣାଳୟ ପାଇଁ ୫ ଲକ୍ଷ ୪୪ ହଜାର ୧୨୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।
ପ୍ରତିରକ୍ଷା ମନ୍ତ୍ରଣାଳୟ- ଏହି ତାଲିକାରେ ଦ୍ଵିତୀୟ ସ୍ଥାନରେ ରହିଛି ପ୍ରତିରକ୍ଷା ମନ୍ତ୍ରଣାଳୟ। ରାଜନାଥ ସିଂଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ୪ ଲକ୍ଷ ୫୪ ହଜାର କୋଟି ଟଙ୍କାର ପ୍ରାବଧାନ କରାଯାଇଛି।
ଗୃହ ମନ୍ତ୍ରଣାଳୟ- ଅମିତ ଶାହଙ୍କ ଗୃହ ମନ୍ତ୍ରଣାଳୟ ପାଇଁ ଏକ ଲକ୍ଷ ୫୦ ହଜାର ୯୮୩ କୋଟି ଟଙ୍କା ଅର୍ଥ ମଞ୍ଜୁର କରାଯାଇଛି।
କୃଷି ମନ୍ତ୍ରଣାଳୟ- ଶିବରାଜ ସିଂ ଚୌହାନଙ୍କ କୃଷି ମନ୍ତ୍ରଣାଳୟ ପାଇଁ ବଜେଟ୍ରେ ଏକ ଲକ୍ଷ ୫୧ ହଜାର ୮୫୧ କୋଟି ଟଙ୍କାର ବ୍ୟୟ ମଞ୍ଜୁର କରାଯାଇଛି।
ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ-ଜେପି ନଡ୍ଡାଙ୍କ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପାଇଁ ୮୯ ହଜାର ୨୮୭ କୋଟି ଟଙ୍କାର ପ୍ରାବଧାନ କରାଯାଇଛି।
ଶିକ୍ଷା ମନ୍ତ୍ରଣାଳୟ- ଧର୍ମେନ୍ଦ୍ର ପ୍ରଧାନଙ୍କ ଶିକ୍ଷା ମନ୍ତ୍ରଣାଳୟ ପାଇଁ ଏକ ଲକ୍ଷ ୨୫ ହଜାର ୬୩୮ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।
ବୈଦେଶିକ ମନ୍ତ୍ରଣାଳୟ - ବୈଦେଶିକ ମନ୍ତ୍ରଣାଳୟ ପାଇଁ ୨୨ ହଜାର ୧୫୫ କୋଟିର ବ୍ୟୟବରାଦ କରାଯାଇଛି।
ନଗର ଉନ୍ନୟନ ମନ୍ତ୍ରଣାଳୟ- ସହରାଞ୍ଚଳ ବିକାଶ ପାଇଁ ବଜେଟ୍ରେ ୮୨ ହଜାର ୫୭୭ କୋଟି ଟଙ୍କା ଆବଣ୍ଟିତ କରାଯାଇଛି।
ଉର୍ଜା ମନ୍ତ୍ରଣାଳୟ- ଏହି ମନ୍ତ୍ରଣାଳୟ ପାଇଁ ବଜେଟ୍ ୨୦୨୪-୨୫ରେ ୬୮ ହଜାର ୭୬୯ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।
ଆଇଟି ଓ ଦୂରସଞ୍ଚାର ମନ୍ତ୍ରଣାଳୟ- ଏକ ଲକ୍ଷ ୧୬ ହଜାର ୩୪୨ କୋଟି ଟଙ୍କା ଆବଣ୍ଟିତ କରାଯାଇଛି।
ଗ୍ରାମାଞ୍ଚଳ ବିକାଶ- ୨ ଲକ୍ଷ ୬୫ ହଜାର ୮୦୮ କୋଟି ଟଙ୍କା ଆବଣ୍ଟିତ କରାଯାଇଛି।