ଶିକ୍ଷାବିତ୍‌ ମହେଶ୍ୱର ମହାନ୍ତଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ପାଟଣା,୨୭।୬(ବୀରକିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ଖୀରେଇ ଟାଙ୍ଗିରୀ ଗ୍ରାମର ଶିକ୍ଷା ବିତ ମହେଶ୍ୱର ମହାନ୍ତଙ୍କର ଗୁରୁବାର ଭୁବନେଶ୍ୱରର ଏମ୍ସ ହସ୍ପିଟାଲ୍‌ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ବର୍ଷ ହୋଇ ଥିଲା। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ସେ ପୂର୍ବତନ ଜିଲା ଭାଜପା ସଭାପତି ତଥା ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାଧାକାନ୍ତ ମହାନ୍ତଙ୍କ ପିତା ଥିଲେ। ଶୁକ୍ରବାର ଗାଁ ଶ୍ମଶାନରେ ଅଲେଖଧର୍ମ ନୀତି ରୀତିରେ ଅନ୍ତ୍ୟେଷ୍ଟି କ୍ରିୟା ସଂପନ୍ନ ହୋଇଛି। ନାତି […] The post ଶିକ୍ଷାବିତ୍‌ ମହେଶ୍ୱର ମହାନ୍ତଙ୍କ ପରଲୋକ: ଖେଳିଗଲା ଶୋକର ଛାୟା appeared first on Dharitri Odia News.

ଶିକ୍ଷାବିତ୍‌ ମହେଶ୍ୱର ମହାନ୍ତଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ପାଟଣା,୨୭।୬(ବୀରକିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ଖୀରେଇ ଟାଙ୍ଗିରୀ ଗ୍ରାମର ଶିକ୍ଷା ବିତ ମହେଶ୍ୱର ମହାନ୍ତଙ୍କର ଗୁରୁବାର ଭୁବନେଶ୍ୱରର ଏମ୍ସ ହସ୍ପିଟାଲ୍‌ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ବର୍ଷ ହୋଇ ଥିଲା। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ସେ ପୂର୍ବତନ ଜିଲା ଭାଜପା ସଭାପତି ତଥା ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାଧାକାନ୍ତ ମହାନ୍ତଙ୍କ ପିତା ଥିଲେ। ଶୁକ୍ରବାର ଗାଁ ଶ୍ମଶାନରେ ଅଲେଖଧର୍ମ ନୀତି ରୀତିରେ ଅନ୍ତ୍ୟେଷ୍ଟି କ୍ରିୟା ସଂପନ୍ନ ହୋଇଛି। ନାତି ହର୍ଷ ଶେଷ କୃତ୍ୟ ସମ୍ପନ୍ନ କରିଥିଲେ।

ଶୁକ୍ରବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ରାଜ୍ୟ ଭାଜପା କୃଷକ ମୋର୍ଚା ସଭାପତି ମହେଶ୍ୱର ସାହୁ, ପୂର୍ବତନ ଜିଲା ଭାଜପା ସଭା ପତି ଅଂଶୁମାନ ସବୁଜ ମହାନ୍ତ ବର୍ମା,ପାଟଣା ବିଧାୟଙ୍କ ବ୍ଲକ ପ୍ରତିନିଧି କମଳା କାନ୍ତର ଦାଶ, ସାହାର ପଡ଼ା ବ୍ଲକ ପୂର୍ବତନ ଅଧକ୍ଷ ଗୌତମ ନାଏକ, ଭାଜପା ବରିଷ୍ଠ ନେତାସୁବ୍ରତ ମହାନ୍ତି, ଯଜ୍ଞ ପ୍ରସାଦ ସାହୁ,ସରୋଜ ସାହୁ, ପାଟଣା ନିର୍ବାଚନ ମଣ୍ଡଳୀର ସମସ୍ତ ମଣ୍ଡଳ ସଭାପତି, ଅନ୍ତିମ ଦର୍ଶନ କରିଥିଲେ। ତାଙ୍କ ଦେହାନ୍ତରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦୁଝର ଏମପି ଅନନ୍ତ ନାୟକ,ପୂର୍ବତନ ବିଧାୟକ ଜଗନ୍ନାଥ ନାଏକ, ଭାଜପା ଜିଲା ସଭାପତି ଶୁକଦେବ ମହାନ୍ତ, ତେଲ କୋଇ ବିଧାୟକ ଫକୀର ମୋହନ ନାଏକ, ଏମପିଙ୍କ ପାଟଣା ବ୍ଲକ ପ୍ରତିନିଧି ପ୍ରହଲ୍ଲାଦ ପଲେଇ, କଂଗ୍ରେସ ନେତା ଇଂ ବିନୋଦ ବିହାରୀ ନାଏକ, ପୂର୍ବତନ ଖିର଼େଇ ଟାଙ୍ଗିରି ସରପଞ୍ଚ ବନୋଜ ନାଏକ, ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

The post ଶିକ୍ଷାବିତ୍‌ ମହେଶ୍ୱର ମହାନ୍ତଙ୍କ ପରଲୋକ: ଖେଳିଗଲା ଶୋକର ଛାୟା appeared first on Dharitri Odia News.