ଶିବ ମୁଦୁଲି ହେଲେ କୋରାପୁଟ ଜିଲା ଭାଜପା ସଭାପତି
କୋରାପୁଟ,୧୭।୨(ଅମିତାଭ ବେହେରା): କୋରାପୁଟ ଜିଲାର ଦକ୍ଷ ଆଦିବାସୀ ନେତା ଶିବ ମୁଦୁଲି ଭାରତୀୟ ଜନତା ପାର୍ଟିର ଜିଲା ସଭାପତି ଭାବେ ଘୋଷଣା କରାଯାଇଛି। ରାଜ୍ୟ ଭାଜପାର ନିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି। ଶିବଙ୍କୁ କୋରାପୁଟ ଜିଲା ଭାଜପାର କର୍ମକର୍ତ୍ତାମାନେ ଶୁଭେଚ୍ଛା ଜଣାଇଛନ୍ତି। ପୂର୍ବତନ ଜିଲା ଭାଜପା ସଭାପତି ବିଜୟ କୁମାର ମିଶ୍ର, କୋରାପୁଟ ନଗର ସଭାପତି ୱାଇ ସତ୍ୟ ନାରାୟଣ, ପୂର୍ବତନ ସଭାପତି ଜୟରାମ ଗରଡ଼ା,ସହ ନିର୍ବାଚନ ଅଧିକାରୀ […] The post ଶିବ ମୁଦୁଲି ହେଲେ କୋରାପୁଟ ଜିଲା ଭାଜପା ସଭାପତି appeared first on Dharitri Odia News.
କୋରାପୁଟ,୧୭।୨(ଅମିତାଭ ବେହେରା): କୋରାପୁଟ ଜିଲାର ଦକ୍ଷ ଆଦିବାସୀ ନେତା ଶିବ ମୁଦୁଲି ଭାରତୀୟ ଜନତା ପାର୍ଟିର ଜିଲା ସଭାପତି ଭାବେ ଘୋଷଣା କରାଯାଇଛି। ରାଜ୍ୟ ଭାଜପାର ନିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି। ଶିବଙ୍କୁ କୋରାପୁଟ ଜିଲା ଭାଜପାର କର୍ମକର୍ତ୍ତାମାନେ ଶୁଭେଚ୍ଛା ଜଣାଇଛନ୍ତି। ପୂର୍ବତନ ଜିଲା ଭାଜପା ସଭାପତି ବିଜୟ କୁମାର ମିଶ୍ର, କୋରାପୁଟ ନଗର ସଭାପତି ୱାଇ ସତ୍ୟ ନାରାୟଣ, ପୂର୍ବତନ ସଭାପତି ଜୟରାମ ଗରଡ଼ା,ସହ ନିର୍ବାଚନ ଅଧିକାରୀ ତ୍ରିନାଥ ପଣ୍ଡା ପ୍ରମୁଖ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ନୂତନ ଯୁବ ସଭାପତିଙ୍କ ନେତୃତ୍ୱରେ ଜିଲାରେ ଭାରତୀୟ ଜନତା ପାର୍ଟି ସୁଦୃଢ ହେବ ବୋଲି କର୍ମକର୍ତ୍ତାମାନେ ଆଶା ରଖିଛନ୍ତି।
The post ଶିବ ମୁଦୁଲି ହେଲେ କୋରାପୁଟ ଜିଲା ଭାଜପା ସଭାପତି appeared first on Dharitri Odia News.