ଅଦିନିଆ ବର୍ଷା ସାଙ୍ଗକୁ ଝଡ଼ତୋଫାନ: ଉଜୁଡ଼ିଲା ପରିବା ଚାଷ
ଭବାନୀପାଟଣା,୨୯।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ବୁଧବାର ଅଦିନିଆ ବର୍ଷା ସହ ଝଡ଼ ତୋଫାନ ହୋଇଛି। ଏହାର ପ୍ରଭାବରେ ପନିପରିବା ଚାଷ ନଷ୍ଟ ହୋଇ ଉଜୁଡି ଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀମାନେ ବହୁ ପରିଶ୍ରମ କରି ଚାଷ କରିଥିବା ବେଳେ ଅମଳ ସମୟରେ ଅଦିନିଆ ବର୍ଷା ଚାଷୀଙ୍କ ପାଇ ଦାଉସାଜିଛି। ଜିଲାର ଜୁନାଗଡ଼ ବ୍ଲକର କେଳିଆ, ବୋରଗୁଡା, ଧର୍ମଗଡ ବ୍ଲକ ଗଡିଆଜୋର ପଞ୍ଚାୟତ ଟୁରି ହଳଦୀ, ଗଡିଆଜୋର୍, ଗୋଲାମୁଣ୍ଡା ବ୍ଲକର ଧାମନପୁର, ମହାଳିଙ୍ଗ, […] The post ଅଦିନିଆ ବର୍ଷା ସାଙ୍ଗକୁ ଝଡ଼ତୋଫାନ: ଉଜୁଡ଼ିଲା ପରିବା ଚାଷ appeared first on Dharitri Odia News.
ଭବାନୀପାଟଣା,୨୯।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ବୁଧବାର ଅଦିନିଆ ବର୍ଷା ସହ ଝଡ଼ ତୋଫାନ ହୋଇଛି। ଏହାର ପ୍ରଭାବରେ ପନିପରିବା ଚାଷ ନଷ୍ଟ ହୋଇ ଉଜୁଡି ଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ଚାଷୀମାନେ ବହୁ ପରିଶ୍ରମ କରି ଚାଷ କରିଥିବା ବେଳେ ଅମଳ ସମୟରେ ଅଦିନିଆ ବର୍ଷା ଚାଷୀଙ୍କ ପାଇ ଦାଉସାଜିଛି। ଜିଲାର ଜୁନାଗଡ଼ ବ୍ଲକର କେଳିଆ, ବୋରଗୁଡା, ଧର୍ମଗଡ ବ୍ଲକ ଗଡିଆଜୋର ପଞ୍ଚାୟତ ଟୁରି ହଳଦୀ, ଗଡିଆଜୋର୍, ଗୋଲାମୁଣ୍ଡା ବ୍ଲକର ଧାମନପୁର, ମହାଳିଙ୍ଗ, କେଗାଁ, କୋକସରା ବ୍ଲକର ଫୁପଗାଁ, ମାଟିଆ ସମେତ ଆଖପାଖ ଅଞ୍ଚଳରେ ଚାଷୀମାନେ ବ୍ୟାପକ ପରିମାଣରେ ପନିପରିବା ଚାଷ କରିଥିଲେ। ତେବେ ଅଦିନିଆ ବର୍ଷା ଯୋଗୁ ପରିବା ଚାଷ ସବୁ ନଷ୍ଟ ହୋଇଯାଇଛି। ଯାହାକୁ ନେଇ ବର୍ତ୍ତମାନ ଚାଷୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି।
ବର୍ଷାରେ ଟମାଟୋ, ବାଇଗଣ, କଞ୍ଚା ଲଙ୍କା ସମେତ ବିଭିନ୍ନ ପ୍ରକାର ପନିପରିବା ଚାଷ ନଷ୍ଟ ହୋଇଯାଇଛି। ବର୍ଷା ପାଣି ଜମିରେ ପଶି ଯିବାରୁ ଏହି ସମସ୍ୟା ସୃଷ୍ଟି ହୋଇଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ଏହା ସହିତ ଛିଲିପା ପଞ୍ଚାୟତ ଓ ବ୍ରାହଣଛେଣ୍ଡିଆ ପଞ୍ଚାୟତରେ ବହୁ ଘରଦ୍ୱାର ମଧ୍ୟ ନଷ୍ଟ ହୋଇଥିବା ଜଣାପଡିଛି। ଏ ନେଇ ଜିଲା ଉଦ୍ୟାନ ଅଧିକାରୀ କିଶୋର ମହାଳିଙ୍ଗଙ୍କୁ ପଚାରିବାର କ୍ଷେତ୍ର ପରିଦର୍ଶନ ପରେ କ୍ଷୟକ୍ଷତି ଜଣାପଡିବ ବୋଲି କହିଥିଲେ।
The post ଅଦିନିଆ ବର୍ଷା ସାଙ୍ଗକୁ ଝଡ଼ତୋଫାନ: ଉଜୁଡ଼ିଲା ପରିବା ଚାଷ appeared first on Dharitri Odia News.