ଶିବାଙ୍ଗୀ-କୁଶାଲଙ୍କ ବ୍ରେକଅପ୍‌, ୫ ମାସ ହେଲାଣି…

ବମ୍ବେ: ଅଲଗା ହେଲେ ଟେଲି ପରଦାର ଆଉ ଏକ ହିଟ୍‌ ଯୋଡ଼ି। ସୋନି ଚ୍ୟାନେଲରେ ପ୍ରସାରିତ ଧାରାବାହିକ ‘ବରସାତେ’ଜରିଆରେ ଦର୍ଶକଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା କପଲ ଶିବାଙ୍ଗୀ ଜୋଶୀ ଏବଂ କୁଶାଲ ଟଣ୍ଡନ ବାଟ ଅଲଗା କରିଛନ୍ତି। ଉଭୟ ରିଲ୍‌ରୁ ରିଅଲ୍‌ ଲାଇଫ୍‌ରେ ପରସ୍ପରର ପ୍ରେମରେ ପଡ଼ିଥିଲେ। ସେବେଠାରୁ ସେମାନଙ୍କୁ ନେଇ ଚର୍ଚ୍ଚା ହୋଇ ଆସୁଥିଲା। ହେଲେ କାହା ନଜର ଲାଗିବା ଭଳି ଦୁହେଁ ଅଲଗା ହୋଇଛନ୍ତି। କୁଶାଲ ଏବେ ଏହା ସ୍ପଷ୍ଟ କରିଛନ୍ତି। […] The post ଶିବାଙ୍ଗୀ-କୁଶାଲଙ୍କ ବ୍ରେକଅପ୍‌, ୫ ମାସ ହେଲାଣି… appeared first on Dharitri Odia News.

ଶିବାଙ୍ଗୀ-କୁଶାଲଙ୍କ ବ୍ରେକଅପ୍‌, ୫ ମାସ ହେଲାଣି…

ବମ୍ବେ: ଅଲଗା ହେଲେ ଟେଲି ପରଦାର ଆଉ ଏକ ହିଟ୍‌ ଯୋଡ଼ି। ସୋନି ଚ୍ୟାନେଲରେ ପ୍ରସାରିତ ଧାରାବାହିକ ‘ବରସାତେ’ଜରିଆରେ ଦର୍ଶକଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା କପଲ ଶିବାଙ୍ଗୀ ଜୋଶୀ ଏବଂ କୁଶାଲ ଟଣ୍ଡନ ବାଟ ଅଲଗା କରିଛନ୍ତି। ଉଭୟ ରିଲ୍‌ରୁ ରିଅଲ୍‌ ଲାଇଫ୍‌ରେ ପରସ୍ପରର ପ୍ରେମରେ ପଡ଼ିଥିଲେ। ସେବେଠାରୁ ସେମାନଙ୍କୁ ନେଇ ଚର୍ଚ୍ଚା ହୋଇ ଆସୁଥିଲା। ହେଲେ କାହା ନଜର ଲାଗିବା ଭଳି ଦୁହେଁ ଅଲଗା ହୋଇଛନ୍ତି। କୁଶାଲ ଏବେ ଏହା ସ୍ପଷ୍ଟ କରିଛନ୍ତି।

ଇନଷ୍ଟାରେ ଏକ ଷ୍ଟୋରୀ ଶେୟାର କରି କୁଶାଲ ଲେଖିଛନ୍ତି ଯେ, ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ମୁଁ ଏବଂ ଶିବାଙ୍ଗୀ ଏବେ ଅଲଗା ହୋଇଛନ୍ତି। ୫ ମାସ ହୋଇଗଲାଣି। ଏହା ଜଣାପଡ଼ିବା ପରେ ଉଭୟଙ୍କ ପ୍ରଶଂସକଙ୍କୁ ବଡ଼ ଝଟ୍‌କା ଲାଗିଛି। ଏମିତିରେ ଏହା ପଛରେ କ’ଣ କାରଣ ତାହା ଜାଣିବା ପାଇଁ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି।

Image

୨୦୨୪ରେ ‘ବରସାତେ’ ଶୁଟିଂସେଟରେ ଦୁହେଁ ପରସ୍ପରକୁ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ୧୩ ବର୍ଷର ତାରତମ୍ୟ ଥିଲେ ହେଁ ପ୍ରେମରେ ଥିଲା। ସେମାନେ ନିଜର ଫଟୋ ଏବଂ ଭିଡିଓ ଶେୟାର କରୁଥିବାରୁ ସେମାନଙ୍କୁ ବେଶ ପସନ୍ଦ କରାଯାଉଥିଲା।

The post ଶିବାଙ୍ଗୀ-କୁଶାଲଙ୍କ ବ୍ରେକଅପ୍‌, ୫ ମାସ ହେଲାଣି… appeared first on Dharitri Odia News.