ଶିଳାନ୍ୟାସ ହେଲା, କାମ ହେଉନି

ଦେଓଗାଁ,୨୪ା୨(କୃଷ୍ଣପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଦେଷଣ୍ଡ ପଞ୍ଚାୟତ ଅନ୍ତର୍ଗତ ଚାନ୍ଦିଲି ପାହାଡକୁ ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ସହ ବିକାଶ ପାଇଁ ୧ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। କିନ୍ତୁ ସରକାର ଦେଇଥିବା ଅନୁଦାନ କାମ ନ ହୋଇ ପଡି ରହିଥିବା ସ୍ଥାନୀୟ ସରପଞ୍ଚ ଯଶୋଦା ମେହେର ଅଭିଯୋଗ କରିଛନ୍ତି। ଚାନ୍ଦିଲି ପାହାଡର ଉନ୍ନତୀକରଣ ପାଇଁ ରାଜ୍ୟ ସରକାର ମଞ୍ଜୁର କରିଥିବା ୧ କୋଟି ଟଙ୍କାର ଅନୁଦାନ ତା୨୮ା୧୨ା୨୦୨୩ରିଖରେ ଟେଣ୍ଡର ହୋଇଥିଲା। କାମ […] The post ଶିଳାନ୍ୟାସ ହେଲା, କାମ ହେଉନି appeared first on Dharitri Odia News.

ଶିଳାନ୍ୟାସ ହେଲା, କାମ ହେଉନି

ଦେଓଗାଁ,୨୪ା୨(କୃଷ୍ଣପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଦେଷଣ୍ଡ ପଞ୍ଚାୟତ ଅନ୍ତର୍ଗତ ଚାନ୍ଦିଲି ପାହାଡକୁ ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ସହ ବିକାଶ ପାଇଁ ୧ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। କିନ୍ତୁ ସରକାର ଦେଇଥିବା ଅନୁଦାନ କାମ ନ ହୋଇ ପଡି ରହିଥିବା ସ୍ଥାନୀୟ ସରପଞ୍ଚ ଯଶୋଦା ମେହେର ଅଭିଯୋଗ କରିଛନ୍ତି।
ଚାନ୍ଦିଲି ପାହାଡର ଉନ୍ନତୀକରଣ ପାଇଁ ରାଜ୍ୟ ସରକାର ମଞ୍ଜୁର କରିଥିବା ୧ କୋଟି ଟଙ୍କାର ଅନୁଦାନ ତା୨୮ା୧୨ା୨୦୨୩ରିଖରେ ଟେଣ୍ଡର ହୋଇଥିଲା। କାମ ପାଇଥିବା ଠିକାଦାର ଟେଣ୍ଡର ପାଇବାର ୩ମାସ ବିତି ଯାଇଥିଲେ ମଧ୍ୟ କାମ ଆରମ୍ଭ କରି ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ପ୍ରକଳ୍ପ କାମ ଛଅମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ସରକାରୀ ସ୍ତରରେ ନିୟମ ରହିଛି। କିନ୍ତୁ ଟେଣ୍ଡର ପ୍ରକ୍ରିୟାର ତିନିମାସ ଅବଧି ବିତିଯାଇଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦେଓଗାଁ ବ୍ଲକର ବିକାଶ ପାଇଁ ସ୍ଥାନୀୟ ନେତାମାନେ ଶିଳାନ୍ୟାସ ପାଇଁ କ୍ରିୟାଶୀଳ ହେଉଥିବାବେଳେ କାମର ତପତ୍ରତା ପାଇଁ କାହାର ନଜର ନାହିଁ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ା ଏ ନେଇ ଦେଓଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦାୟନିଧି ଖମାରୀଙ୍କୁ ପଚାରିବାରୁ ଟେଣ୍ଡର ପାଇଥିବା ଠିକାଦାରଙ୍କୁ ୬ମାସ ଭିତରେ କାମ ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ବ୍ୟତିକ୍ରମ ଘଟିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ବିଭାଗୀୟ ଜେ.ଇ ପ୍ରଶାନ୍ତ କୁମାର ନାଏକ କହିଛନ୍ତି କାମ କରିବାକୁ ମୁଁ ଲେଆଉଟ ଦେଇସାରିଛି। କାମରେ ଠିକାଦାର ଅବହେଳା କଲେ ତାଙ୍କ ବିରୋଧରେ ଓ.ଟି(ଓଭର ଟାଇମ ଡ୍ୟୁ) ପାଇଁ ଜିଲାପାଳଙ୍କୁ ଲେଖାଯିବ ବୋଲି କହିଥିଲେ। ବଲାଙ୍ଗୀର ଜିଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ ସିଂଙ୍କୁ ପଚାରିବାରୁ କାହିଁକି କାମ ଆରମ୍ଭ ହୋଇନାହିଁ ସେ ନେଇ ବିଡିଓଙ୍କ ସହିତ ଆଲୋଚନା କରି ପଦକ୍ଷେପ ନିଆଯିବ। ଯିଏ ଅବହେଳା କରିଛି ତାଙ୍କ ବିରୋଧରେ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।

The post ଶିଳାନ୍ୟାସ ହେଲା, କାମ ହେଉନି appeared first on Dharitri Odia News.