ଶିଶୁ ଶ୍ରମିକ, ଯୌନ ନିର୍ଯାତନା ରୋକିବା ପାଇଁ ଟାସ୍କ ଫୋର୍ସର ପ୍ରୟାସ
ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ଶନିବାର ଟାସ୍କ ଫୋର୍ସ କମିଟିର ବୈଠକ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କମିଟିର ଆବାହକ ତଥା ସମନ୍ବିତ ମହିଳା ଓ ଶିଶୁ ବିକାଶ ଯୋଜନାର ଅଧିକାରୀ ସନ୍ଧ୍ୟାରାଣୀ ପଣ୍ଡାଙ୍କ ଆବାହନ କ୍ରମେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଞ୍ଚଳରେ ଘରୋଇ ହିଂସାକୁ ରୋକିବା ସହ ଯୌନ ନିର୍ଯାତନା, ଶିଶୁ ନିର୍ଯାତନା ସହ ଶିଶୁ ଶ୍ରମିକ ରୋକିବା ଆଦି କାର୍ଯ୍ୟ କରିବାକୁ […] The post ଶିଶୁ ଶ୍ରମିକ, ଯୌନ ନିର୍ଯାତନା ରୋକିବା ପାଇଁ ଟାସ୍କ ଫୋର୍ସର ପ୍ରୟାସ appeared first on Dharitri Odia News.
ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ଶନିବାର ଟାସ୍କ ଫୋର୍ସ କମିଟିର ବୈଠକ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କମିଟିର ଆବାହକ ତଥା ସମନ୍ବିତ ମହିଳା ଓ ଶିଶୁ ବିକାଶ ଯୋଜନାର ଅଧିକାରୀ ସନ୍ଧ୍ୟାରାଣୀ ପଣ୍ଡାଙ୍କ ଆବାହନ କ୍ରମେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଞ୍ଚଳରେ ଘରୋଇ ହିଂସାକୁ ରୋକିବା ସହ ଯୌନ ନିର୍ଯାତନା, ଶିଶୁ ନିର୍ଯାତନା ସହ ଶିଶୁ ଶ୍ରମିକ ରୋକିବା ଆଦି କାର୍ଯ୍ୟ କରିବାକୁ ଟାସ୍କ ଫୋର୍ସ କମିଟିର ସମ୍ପାଦକ ତଥା ବିଡିଓ ପ୍ରୀତିରଞ୍ଜନ ରଥ ପରାମର୍ଶ ଦେଇଥିଲେ। ଏହି ସବୁ କାର୍ଯ୍ୟ କରିବା ପାଇଁ ଗାଁସ୍ତରରେ କମିଟି ଗଠନ କରାଯାଇଥିବା ବେଳେ ପଞ୍ଚାୟତ, ବ୍ଲକ, ଜିଲା ଓ ରାଜ୍ୟ ସ୍ତରରେ ଏହି ଟାସ୍କ ଫୋର୍ସ କମିଟି କାର୍ଯ୍ୟ କରୁଛି। ସମସ୍ତଙ୍କ ଦାୟିତ୍ୱକୁ କିଭଳି ଆହୁରି ଉନ୍ନତମାନର କାର୍ଯ୍ୟ କରାଯାଇ ପାରିବ ସେନେଇ ଆଲୋଚନା କରାଯାଇଥିଲା। ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ବାଲ୍ୟ ବିବାହ ମୁକ୍ତ ଅଞ୍ଚଳ ଖୁବ୍ଶୀଘ୍ର କରାଯିବାକୁ ପ୍ରୟାସ ଚାଲିଥିବା ବୈଠକରେ କୁହାଯାଇଥିଲା। ବିଭିନ୍ନ ଧର୍ମାନୁଷ୍ଠାନ ସ୍ଥଳରେ ବାଲ୍ୟ ବିବାହକୁ ନା କହିବା ପୋଷ୍ଟର ଲଗାଇବାକୁ ନିଷ୍ପତ୍ତି ନିଆଯିବା ସହ ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କୁ ନେଇ ସଚେତନ କରିବାକୁ ବୈଠକ କରିବାକୁ ନିଷ୍ପତ୍ତି ନିଆଯାଇଛି।
ସେହିପରି ବାଲ୍ୟ ବିବାହ ମୁକ୍ତ କରିବାକୁ ସମସ୍ତେ ଶପଥ ନେଇଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରଣ, ସବଇନ୍ସପେକ୍ଟର ବାସନ୍ତୀ ବେହେରା, ଏବିଇଓ ଗୋକୁଳାନନ୍ଦ ନାୟକ ପ୍ରମୁଖ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଞ୍ଚଳର ଲୋକ ପ୍ରତିନିଧି, ଅଙ୍ଗନାଓ୍ବ୍ାଡି କର୍ମୀ ଓ କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
The post ଶିଶୁ ଶ୍ରମିକ, ଯୌନ ନିର୍ଯାତନା ରୋକିବା ପାଇଁ ଟାସ୍କ ଫୋର୍ସର ପ୍ରୟାସ appeared first on Dharitri Odia News.