୧୫ କି.ମି. ପାହାଡ଼ ଚଢ଼ି ଗଲେ ପଡ଼େ ପଞ୍ଚାୟତ କାର୍ଯ୍ୟାଳୟ
ଭବାନୀପାଟଣା,୩।୩(ଉତ୍ତମ କୁମାର ଦାଶ): ଦୁର୍ଗମ ଅଞ୍ଚଳର ଆଦିବାସୀମାନେ କିଭଳି ମୁଖ୍ୟସ୍ରୋତରେ ସାମିଲ ହେବେ ଓ ସରକାରୀ ଯୋଜନାର କିଭଳି ସେମାନେ ଲାଭ ପାଇବେ ସେ ନେଇ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଆଜି ବି ସେମାନେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ, ବିଜୁଳି ତଥା ମୋବାଇଲ ନେଟୱାର୍କରୁ ବର୍ଷ ବର୍ଷ ଧରି ବଞ୍ଚିତ ହେଉଛନ୍ତି। ବଣ ପାହାଡ଼ ଘେରରେ ରହି […] The post ୧୫ କି.ମି. ପାହାଡ଼ ଚଢ଼ି ଗଲେ ପଡ଼େ ପଞ୍ଚାୟତ କାର୍ଯ୍ୟାଳୟ appeared first on Dharitri Odia News.
ଭବାନୀପାଟଣା,୩।୩(ଉତ୍ତମ କୁମାର ଦାଶ): ଦୁର୍ଗମ ଅଞ୍ଚଳର ଆଦିବାସୀମାନେ କିଭଳି ମୁଖ୍ୟସ୍ରୋତରେ ସାମିଲ ହେବେ ଓ ସରକାରୀ ଯୋଜନାର କିଭଳି ସେମାନେ ଲାଭ ପାଇବେ ସେ ନେଇ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଆଜି ବି ସେମାନେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ, ବିଜୁଳି ତଥା ମୋବାଇଲ ନେଟୱାର୍କରୁ ବର୍ଷ ବର୍ଷ ଧରି ବଞ୍ଚିତ ହେଉଛନ୍ତି। ବଣ ପାହାଡ଼ ଘେରରେ ରହି ଆଦିବାସୀଙ୍କ ଜୀବନ ଅଭିଶପ୍ତ ପଲଟି ଯାଇଛି । ନିର୍ବାଚନ ସମୟରେ ଭୋଟ ଦିଅନ୍ତି। କିନ୍ତୁ ସେ ପ୍ରାର୍ଥୀ କିଏ ଜାଣନ୍ତି ନାହିଁ। ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଏବେବି ପରାଧୀନ ଜୀବନ ଯାପନ କରୁଛନ୍ତି ଏହି ଆଦିବାସୀମାନେ। ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକର ବୁଢ଼ୀଦର ପଞ୍ଚାୟତର ଦୁର୍ଗମ ତଥା ବଣ ପାହାଡ଼ ଘେରା ମଧ୍ୟରେ ଅବସ୍ଥିତ ବିଜ୍ରାଦର ଗାଁରେ। ଏହି ଗାଁ ସରକାରଙ୍କ ରାଜସ୍ବ ଗ୍ରାମ ହୋଇଥିବା ବେଳେ ଗାଁରେ ୧୮ଟି ଆଦୀବାସୀ ପରିବାର ଓ ୩ଟି ଦଳିତ ପରିବାରର ୧୦୦ରୁ ଊଦ୍ଧର୍ବ ଲୋକ ବସବାସ କରନ୍ତି। ଗ୍ରାମବାସୀଙ୍କ ପାଇଁ ଆବାସ ଯୋଜନା ସାତ ସପନ ହୋଇଛି । ମୁଖ୍ୟତ ରାସ୍ତା ନ ଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ବୁଢୀଦରକୁ ଯିବାକୁ ହେଲେ ୧୫ କିଲୋମିଟର ପାହାଡ଼କୁ ଚଢି ଯିବାକୁ ପଡିଥାଏ। କୌଣସି ଗର୍ଭବତୀ,ପ୍ରସୂତିଙ୍କୁ ଡାକ୍ତରଖାନାକୁ ନେବାକୁ ହେଲେ ଖଟିଆରେ ବୋହି ନେଇଥାନ୍ତି। ମୋବାଇଲ ନେଟୱାର୍କ ନ ଥିବା ଯୋଗୁ ଯୋଗାଯୋଗ ମଧ୍ୟ ହୋଇପାରେ ନାହିଁ । ସମସ୍ତଙ୍କ ଘରେ ସୋଲାର ଲାଇଟ ଲାଗିଛି । କିନ୍ତୁ କୌଣସି ଗୋଟିଏ ମଧ୍ୟ ସୋଲାର ଲାଇଟ ଜଳୁନାହିଁ।
ଜଙ୍ଗଲୀ ମୁଲକରେ ରହି ପୋଡ଼ୁ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି। ସରକାରୀ ସୁବିଧା କହିଲେ କେବଳ ରାସନକାର୍ଡ ଛଡା ଆଉ କୌଣସି ସୁବିଧା ନାହିଁ। ସରକାରୀ ଯୋଜନାରେ ଏହି ଗାଁ କେବେ ସାମିଲ ହେବେ ସେନେଇ ଗ୍ରାମର ଘାସିରାମ ମାଝୀ,ଅଙ୍ଗଦ କୁମାର ପ୍ରକାଶ କରନ୍ତି।
The post ୧୫ କି.ମି. ପାହାଡ଼ ଚଢ଼ି ଗଲେ ପଡ଼େ ପଞ୍ଚାୟତ କାର୍ଯ୍ୟାଳୟ appeared first on Dharitri Odia News.