ଶୁକ୍ରବାର ରାଶିଫଳ ( ୦୩-୦୧-୨୦୨୫ )

ମେଷ: ମନ ପ୍ରସନ୍ନ ରହିବ। ଦୀର୍ଘଦିନରୁ ଅଟକିଥିବା କାମ ପୂରା ହେବ। ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ । ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଉଧାର ଟଙ୍କା ଫେରିପାଇବେ। ବୃଷ: ନୂତନ କାମ ଆରମ୍ଭ କରିବାକୁ ଭଲ ସମୟ। କୋର୍ଟ ସମ୍ବନ୍ଧୀୟ ମାମଲାର ସମାଧାନ ହେବ। ଭାବିଚିନ୍ତି କାମ କରନ୍ତୁ। ପରିଶ୍ରମ ଅନୁସାରେ ଫଳ ମିଳିବ ନାହିଁ। ରାଜନୀତିରେ ନୂଆ ଲୋକଙ୍କ ସହ ମିଳାମିଶା ବଢ଼ିବ। ମିଥୁନ: ଯାନବାହନ କିଣିବା ଯୋଗ […]

ଶୁକ୍ରବାର ରାଶିଫଳ ( ୦୩-୦୧-୨୦୨୫ )
Friday Horoscope

ମେଷ: ମନ ପ୍ରସନ୍ନ ରହିବ। ଦୀର୍ଘଦିନରୁ ଅଟକିଥିବା କାମ ପୂରା ହେବ। ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ । ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଉଧାର ଟଙ୍କା ଫେରିପାଇବେ।

ବୃଷ: ନୂତନ କାମ ଆରମ୍ଭ କରିବାକୁ ଭଲ ସମୟ। କୋର୍ଟ ସମ୍ବନ୍ଧୀୟ ମାମଲାର ସମାଧାନ ହେବ। ଭାବିଚିନ୍ତି କାମ କରନ୍ତୁ। ପରିଶ୍ରମ ଅନୁସାରେ ଫଳ ମିଳିବ ନାହିଁ। ରାଜନୀତିରେ ନୂଆ ଲୋକଙ୍କ ସହ ମିଳାମିଶା ବଢ଼ିବ।

ମିଥୁନ: ଯାନବାହନ କିଣିବା ଯୋଗ ଅଛି। ପରିବାରକୁ ସମୟ ଦେବେ। ବ୍ୟବସାୟରେ କମ୍ ନିବେଶ କରି ଅଧିକ ଲାଭ ପାଇବେ। ପିଲାଙ୍କ ବଦମାସ ସ୍ବଭାବରେ ପିତାମାତା ବିରକ୍ତି ହୋଇପାରନ୍ତି।

କର୍କଟ: ଦିନଟି ମିଶ୍ରିତଫଳ ପ୍ରଦାନ କରିବ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ। ପରିବାରର ଦାୟିତ୍ବଭାର ବଢ଼ିବ। ମହିଳାମାନେ ପିଲାଙ୍କ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ।

ସିଂହ: ପାରିବାରିକ ବ୍ୟବସାୟକୁ ଆଗକୁ ନେବେ। ସମ୍ମାନହାନି ଯୋଗ ଅଛି। ଚାଷ କ୍ଷେତ୍ରରେ ଲାଭ ମିଳିବ। ଘରେ ପୂଜାପାଠ ଆୟୋଜନ କରିବେ। ଅବିବାହିତଙ୍କ ପାଇଁ ଉତ୍ତମ ପ୍ରସ୍ତାବ ଆସିପାରେ।

କନ୍ୟା: ଅଚାନକ ଖୁସି ଖବର ପାଇପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି। ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। ବିଦେଶ ଯାତ୍ରା କରିପାରନ୍ତି। ବନ୍ଧୁମିଳନ ଯୋଗ ରହିଛି।

ତୁଳା: ସମାଜସେବା ପ୍ରତି ଆଗ୍ରହ ବଢ଼ିବ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ନୂତନ ଯାନବାହନ କିଣିପାରନ୍ତି। ଅଫିସ୍‌ରେ କାର୍ଯ୍ୟଭାର ବଢ଼ିବ। ଘରକୁ ଅତିଥିଙ୍କ ଆଗମନ ହେବ।

ବିଛା: ଦିନଟି ମିଶ୍ରଫଳ ପ୍ରଦାନ କରିବ। ବିବାହ ସମସ୍ୟା ସମାଧାନ ହେବ। ଘରେ ପୂଜାପାଠ, ଭଜନକୀର୍ତ୍ତନ ଆୟୋଜନ କରିବେ। ମନରୁ ନକାରାତ୍ମକ ଚିନ୍ତାଧାରା ଦୂର ହେବ। ପ୍ରେମରେ ବିଫଳ ହୋଇପାରନ୍ତି।

ଧନୁ: ସନ୍ତାନଙ୍କ କ୍ୟାରିୟରକୁ ନେଇ ଅଭିଭାବକ ଚିନ୍ତାରେ ରହିବେ। ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବେ। ଗୁରୁଜନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ବନ୍ଧୁମିଳନ ଯୋଗ ରହିଛି।

ମକର: କର୍ମତତ୍ପର ରହିବେ। ଆଧ୍ୟାତ୍ମିକ ଦିଗରୁ ଦିନଟି ଭଲ। କର୍ମକ୍ଷେତ୍ରରେ କାମ ଚାପ ରହିବ। ଛାତ୍ରଛାତ୍ରୀମାନେ ନୂଆ ବିଷୟ ପାଇଁ ଆଗ୍ରହ ପ୍ରକାଶ କରିବେ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ।

କୁମ୍ଭ: ବ୍ୟବସାୟରୁ ଆଶାଜନକ ଲାଭ ମିଳିବ। କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ନୂଆ ଯୋଜନା କରିପାରନ୍ତି। ବିଦ୍ୟାର୍ଥୀମାନେ ଖେଳକୁଦରେ ସମୟ ବିତାଇବେ। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ।

ମୀନ: ପଢ଼ା ପାଇଁ ଅର୍ଥ ନିବେଶ କରିବେ। ଧାର କରଜରୁ ଦୂରେଇ ରହିବେ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ମହିଳାମାନେ ଘରକାର୍ଯ୍ୟରେ ବ୍ୟସ୍ତ ରହିବେ।