ଶୁକ୍ରବାର ରାଶିଫଳ (୦୬- ୧୨ – ୨୦୨୪ )

ମେଷ: କୋର୍ଟ-କଚେରୀ ମାମଲାର ଶୁଣାଣି ହେବ। ଦୂରସ୍ଥାନ ଯାତ୍ରା କରିପାରନ୍ତି। ଅଯଥା ଯୁକ୍ତିତର୍କ କରନ୍ତୁନି। ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ବିଦ୍ୟାର୍ଥୀମାନେ କ୍ରୀଡ଼ାକ୍ଷେତ୍ରରେ କୃତକାର୍ଯ୍ୟ ହୋଇପାରନ୍ତି। ବୃଷ: ମାନସମ୍ମାନ ବୃଦ୍ଧି ପାଇବ। ନୂତନ ଚାକିରି ପାଇଁ ସୁଯୋଗ ଆସିପାରେ। କର୍ମକ୍ଷେତ୍ରରେ ପଦୋନ୍ନତି ହେବ। ନୂତନ ଜମିଜମା କିଣିପାରନ୍ତି। ଗୁରୁଜନଙ୍କ ସ୍ବାସ୍ଥ୍ୟ ସମସ୍ୟା ଚିନ୍ତା ସୃଷ୍ଟି କରିବ। ମିଥୁନ: ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ପତି-ପତ୍ନୀଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇପାରେ। ପିଲାମାନେ ଖେଳକୁଦରେ ସମୟ […]

ଶୁକ୍ରବାର ରାଶିଫଳ (୦୬- ୧୨ – ୨୦୨୪ )
Friday Horoscope

ମେଷ: କୋର୍ଟ-କଚେରୀ ମାମଲାର ଶୁଣାଣି ହେବ। ଦୂରସ୍ଥାନ ଯାତ୍ରା କରିପାରନ୍ତି। ଅଯଥା ଯୁକ୍ତିତର୍କ କରନ୍ତୁନି। ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ବିଦ୍ୟାର୍ଥୀମାନେ କ୍ରୀଡ଼ାକ୍ଷେତ୍ରରେ କୃତକାର୍ଯ୍ୟ ହୋଇପାରନ୍ତି।

ବୃଷ: ମାନସମ୍ମାନ ବୃଦ୍ଧି ପାଇବ। ନୂତନ ଚାକିରି ପାଇଁ ସୁଯୋଗ ଆସିପାରେ। କର୍ମକ୍ଷେତ୍ରରେ ପଦୋନ୍ନତି ହେବ। ନୂତନ ଜମିଜମା କିଣିପାରନ୍ତି। ଗୁରୁଜନଙ୍କ ସ୍ବାସ୍ଥ୍ୟ ସମସ୍ୟା ଚିନ୍ତା ସୃଷ୍ଟି କରିବ।

ମିଥୁନ: ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ପତି-ପତ୍ନୀଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇପାରେ। ପିଲାମାନେ ଖେଳକୁଦରେ ସମୟ ବିତାଇବେ। ସାମାଜିକ କାର୍ଯ୍ୟରେ ଯୋଗଦେଇପାରନ୍ତି।

କର୍କଟ: ହସଖୁସିରେ ସମୟ ବିତିବ। ଆୟ ଅନୁସାରେ ବ୍ୟୟ ବୃଦ୍ଧି ପାଇବ। ପ୍ରେମ ବ୍ୟାପାରରେ ସଫଳ ହେବେ। ମହିଳାମାନେ ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ସାମିଲ ରହିବେ। କଳା କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି।

ସିଂହ: ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଅନୁକୂଳ ସମୟ। ଆର୍ଥିକ ସ୍ଥିତି ମଜଭୂତ୍‌ ରହିବ। ବୈବାହିକ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀମାନେ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି।

କନ୍ୟା: ଆଶା କରିଥÒବା ଦିଗରୁ ଧନପ୍ରାପ୍ତି ହେବ। ନୂତନ ଯାନବାହନ କିଣିପାରନ୍ତି। ଅଯଥା ଯୁକ୍ତିରୁ ଦୂରେଇ ରୁହନ୍ତୁ। ଉଧାର ଦେଇ ହଇରାଣରେ ପଡ଼ିପାରନ୍ତି। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ଅତିବାହିତ କରିବେ।

ତୁଳା: ଅଯଥା ବିବାଦରେ ଛନ୍ଦି ହୋଇପାରନ୍ତି। ଦାନଧର୍ମ କରିବେ। ନିଜ ଲୋକ ଶତ୍ରୁତା କରିପାରନ୍ତି। ଆଣ୍ଠୁଗଣ୍ଠି ଯନ୍ତ୍ରଣା ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ଦରମା ବୃଦ୍ଧି ପାଇବ। ମହିଳାଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିବ।

ବିଛା: କୋର୍ଟକଚେରୀ ମାମଲାରେ ଛନ୍ଦି ହୋଇପାରନ୍ତି। ପୁରୁଣା ବନ୍ଧୁଙ୍କ ସହ ସମୟ ଅତିବାହିତ କରିବେ। ସମୟର ସଦୁପଯୋଗ କରନ୍ତୁ। କଳା ଓ ସାହିତ୍ୟ କ୍ଷେତ୍ରରେ ରୁଚି ରଖୁଥÒବା ଲୋକ ପ୍ରଶଂସିତ ହେବେ।

ଧନୁ: ମାନସିକ ସମସ୍ୟା ଦୂର ହେବ। ଚାକିରି କ୍ଷେତ୍ରରେ ଅଦଳବଦଳ ହୋଇପାରେ। ଧନହାନି ହେବାର ଆଶଙ୍କା ରହିଛି। ଶିବଙ୍କୁ ଜଳଶାୟୀ କରନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମକର: ପାରିବାରିକ ଚିନ୍ତା ରହିବ। ଆକସ୍ମିକ ଧନଲାଭ ହେବ। ଉଚ୍ଚ ଶିକ୍ଷା ପାଇଁ ଯୋଜନା କରିପାରିବେ। ପଡ଼ୋଶୀଙ୍କ ସହ ମନୋମାଳିନ୍ୟ ହୋଇପାରେ । ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

କୁମ୍ଭ: ଅଫିସ କର୍ମଚାରୀଙ୍କ ସହଯୋଗରେ କାମ ପୂରା କରିବେ। ପିଲାମାନଙ୍କ ଭବିଷ୍ୟତକୁ ନେଇ ଅଭିଭାବକ ଚିନ୍ତିତ ରହିବେ। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ଅତିବାହିତ କରିବେ।

ମୀନ: ସକାରାତ୍ମକ ଚିନ୍ତାଧାରାରେ ଆଗକୁ ବଢ଼ିବେ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ। ଗୁରୁଜନଙ୍କ ପରାମର୍ଶ ନେଇ ନୂତନ ବ୍ୟବସାୟ ଆରମ୍ଭ କରିପାରିବେ।