ହସ୍ପିଟାଲର ୩ମହଲା କୋଠାରୁ ପଡ଼ି ଚାଲିଗଲା ଶ୍ରମିକଙ୍କ ଜୀବନ
ନୂଆପଡ଼ା,୨୭ା୨(ମକାରୁ ବେମାଲ): ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁବାର ନିର୍ମାଣାଧୀନ ତିନିମହଲା କୋଠାରୁ ପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ସଇଁତଳା ଥାନା ବେଲଗାଁ ନୂଆପଡାର ବବ୍ଲୁ ସାହୁ (୩୨)। ସୂଚନା ମୁତାବକ ଜିଲା ମୁଖ୍ୟ ଚିକିତ୍ସାଳୟଠାରେ ତିନି ମହଲା ବିଶିଷ୍ଟ କ୍ରିଟିକାଲ କେୟାର ସେଣ୍ଟର ନିର୍ମାଣ ହେଉଛି। ନିର୍ମାଣ କାର୍ଯ୍ୟ ପୋଲିସ ହାଉସିଂ ବୋର୍ଡ ହାତକୁ ନେଇଛି। ସିସିବି ଠିକା ସଂସ୍ଥା ଏହି କାମ କରୁଛି। ବବ୍ଲୁ ତିନି ମହଲା […] The post ହସ୍ପିଟାଲର ୩ମହଲା କୋଠାରୁ ପଡ଼ି ଚାଲିଗଲା ଶ୍ରମିକଙ୍କ ଜୀବନ appeared first on Dharitri Odia News.
ନୂଆପଡ଼ା,୨୭ା୨(ମକାରୁ ବେମାଲ): ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁବାର ନିର୍ମାଣାଧୀନ ତିନିମହଲା କୋଠାରୁ ପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ସଇଁତଳା ଥାନା ବେଲଗାଁ ନୂଆପଡାର ବବ୍ଲୁ ସାହୁ (୩୨)।
ସୂଚନା ମୁତାବକ ଜିଲା ମୁଖ୍ୟ ଚିକିତ୍ସାଳୟଠାରେ ତିନି ମହଲା ବିଶିଷ୍ଟ କ୍ରିଟିକାଲ କେୟାର ସେଣ୍ଟର ନିର୍ମାଣ ହେଉଛି। ନିର୍ମାଣ କାର୍ଯ୍ୟ ପୋଲିସ ହାଉସିଂ ବୋର୍ଡ ହାତକୁ ନେଇଛି। ସିସିବି ଠିକା ସଂସ୍ଥା ଏହି କାମ କରୁଛି। ବବ୍ଲୁ ତିନି ମହଲା କୋଠା ଉପରେ ବିନା ହେଲ୍ମେଟ ଓ ସେଫ୍ଟି ବେଲ୍ଟରେ କାମ କରୁଥିଲେ।
ସେହି ସମୟରେ ହଠାତ୍ ଭାରସାମ୍ୟ ହରାଇ ତଳେ ପଡି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି।
The post ହସ୍ପିଟାଲର ୩ମହଲା କୋଠାରୁ ପଡ଼ି ଚାଲିଗଲା ଶ୍ରମିକଙ୍କ ଜୀବନ appeared first on Dharitri Odia News.