ଶୁଣିଲାନି ପ୍ରଶାସନ: ରାସ୍ତା ନିର୍ମାଣ କଲେ ମହିଳା ଗୋଷ୍ଠୀ
କେନ୍ଦୁଝର,୧୩।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଜୁଙ୍ଗା ପଞ୍ଚାୟତ ଅଧୀନ ଡୁମୁରିନାଳି ଗ୍ରାମର ମା’ ଜଙ୍ଗଲ ଜନନୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏକଜୁଟ ହୋଇ ଶୁକ୍ରବାର ରାସ୍ତା ନିର୍ମାଣ କରିଛନ୍ତି। ନଇଗୁଡ଼ାରୁ ଡୁମୁରିନାଳି ଗ୍ରାମକୁ କଚା ରାସ୍ତା ଥିଲେ ହେଁ ମରାମତି ହେଉ ନ ଥିବାରୁ ଗ୍ରାମବାସୀ ଯାତାୟାତରେ ବହୁ ଅସୁବିଧା ଭୋଗୁଛନ୍ତି। ରାସ୍ତାରେ ସାଇକେଲ ତ ଦୂରର କଥା, ବର୍ଷା ହେଲେ ଚାଲିକି ଯିବା ସମ୍ଭବ ହେଉ ନାହିଁ। ଏଣୁ ମହିଳାମାନେ […] The post ଶୁଣିଲାନି ପ୍ରଶାସନ: ରାସ୍ତା ନିର୍ମାଣ କଲେ ମହିଳା ଗୋଷ୍ଠୀ appeared first on Dharitri Odia News.
କେନ୍ଦୁଝର,୧୩।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଜୁଙ୍ଗା ପଞ୍ଚାୟତ ଅଧୀନ ଡୁମୁରିନାଳି ଗ୍ରାମର ମା’ ଜଙ୍ଗଲ ଜନନୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏକଜୁଟ ହୋଇ ଶୁକ୍ରବାର ରାସ୍ତା ନିର୍ମାଣ କରିଛନ୍ତି। ନଇଗୁଡ଼ାରୁ ଡୁମୁରିନାଳି ଗ୍ରାମକୁ କଚା ରାସ୍ତା ଥିଲେ ହେଁ ମରାମତି ହେଉ ନ ଥିବାରୁ ଗ୍ରାମବାସୀ ଯାତାୟାତରେ ବହୁ ଅସୁବିଧା ଭୋଗୁଛନ୍ତି।
ରାସ୍ତାରେ ସାଇକେଲ ତ ଦୂରର କଥା, ବର୍ଷା ହେଲେ ଚାଲିକି ଯିବା ସମ୍ଭବ ହେଉ ନାହିଁ। ଏଣୁ ମହିଳାମାନେ ଏକଜୁଟ ହୋଇ ରାସ୍ତା ନିର୍ମାଣ କରିବାକୁ ନିଷ୍ପତି ନେଇ ମାଟି ପକାଇ ରାସ୍ତା ତିଆରି କରୁଥିବା ମହିଳା ଗୋଷ୍ଠୀର ସଭାପତି ଭାନୁମତୀ ମହାନ୍ତ ପ୍ରକାଶ କରିଛନ୍ତି।
ଗୋଷ୍ଠୀର ସମ୍ପାଦକ ପୂର୍ଣ୍ଣିମା ମହାନ୍ତ କହିଛନ୍ତି, ରାସ୍ତା କାମରେ ୧୦ଜଣ ସଦସ୍ୟା ନିୟୋଜିତ ହୋଇଛନ୍ତି। ପ୍ରଶାସନ ଏ ନେଇ ପଦକ୍ଷେପ ନେଲେ ଭଲ ହୁଅନ୍ତା ବୋଲି ସେ କହିଛନ୍ତି। ସରକାର ସବୁଆଡେ କଂକ୍ରିଟ ରାସ୍ତା ତିଆରି କରୁଛନ୍ତି, ଏଠାରେ କଂକ୍ରିଟ ତ ଦୂରର କଥା ମୋରମ ପକାଇ ରାସ୍ତାକୁ ଯାତାୟତ ଉପଯୋଗୀ କରାଯାଉ ନାହିଁ ବୋଲି ସ୍ଥାନୀୟ ସାମାଜିକ କର୍ମୀ ସୁମନ୍ତ ନାୟକ ଅଭିଯୋଗ କରିଛନ୍ତି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।
The post ଶୁଣିଲାନି ପ୍ରଶାସନ: ରାସ୍ତା ନିର୍ମାଣ କଲେ ମହିଳା ଗୋଷ୍ଠୀ appeared first on Dharitri Odia News.