ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ପ୍ରକ୍ରିୟା ଆରମ୍ଭ: ଭୋଟରଙ୍କୁ ଭୋଟ ଦେବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ଭୋଟଦାନ ସନ୍ଧ୍ୟା ୫ଟାରେ ଶେଷ ହେବ କିନ୍ତୁ ଧାଡ଼ିରେ ଅପେକ୍ଷା କରିଥିବା ଲୋକମାନେ ସନ୍ଧ୍ୟା ୫ଟା ପରେ ମଧ୍ୟ ଭୋଟ ଦେଇପାରିବେ। ନିର୍ବାଚନ କମିଶନ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି କରିଛନ୍ତି। ସମସ୍ତ ମତଦାନ କେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି, ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନରେ […] The post ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ପ୍ରକ୍ରିୟା ଆରମ୍ଭ: ଭୋଟରଙ୍କୁ ଭୋଟ ଦେବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ appeared first on Dharitri Odia News.
ନୂଆଦିଲ୍ଲୀ,୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ଭୋଟଦାନ ସନ୍ଧ୍ୟା ୫ଟାରେ ଶେଷ ହେବ କିନ୍ତୁ ଧାଡ଼ିରେ ଅପେକ୍ଷା କରିଥିବା ଲୋକମାନେ ସନ୍ଧ୍ୟା ୫ଟା ପରେ ମଧ୍ୟ ଭୋଟ ଦେଇପାରିବେ। ନିର୍ବାଚନ କମିଶନ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି କରିଛନ୍ତି। ସମସ୍ତ ମତଦାନ କେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି।
ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି, ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନରେ ସମସ୍ତ ଆସନ ପାଇଁ ଭୋଟ ଦିଆଯିବ। ମୁଁ ଏଠାକାର ଭୋଟରମାନଙ୍କୁ ପୂର୍ଣ୍ଣ ଉତ୍ସାହର ସହିତ ଗଣତନ୍ତ୍ରର ଏହି ମହୋତ୍ସବରେ ଅଂଶଗ୍ରହଣ କରିବାକୁ ଏବଂ ସେମାନଙ୍କର ମୂଲ୍ୟବାନ ଭୋଟ ଦେବାକୁ ଅନୁରୋଧ କରୁଛି। ଏହି ଅବସରରେ ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଉଥିବା ସମସ୍ତ ଯୁବ ବନ୍ଧୁମାନଙ୍କୁ ମୋର ବିଶେଷ ଶୁଭେଚ୍ଛା। ମନେରଖନ୍ତୁ ପ୍ରଥମେ ଭୋଟ , ତା’ପରେ ଜଳପାନ!’
ଦିଲ୍ଲୀ ବିଧାନସଭା ନିର୍ବାଚନ ସହିତ ଉତ୍ତର ପ୍ରଦେଶର ମିଲ୍କିପୁର ଏବଂ ତାମିଲନାଡୁର ଇରୋଡ ପୂର୍ବ ବିଧାନସଭା ଉପନିର୍ବାଚନ ପାଇଁ ମଧ୍ୟ ୭ଟାରେ ମତଦାନ ଆରମ୍ଭ ହୋଇଛି।
The post ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ପ୍ରକ୍ରିୟା ଆରମ୍ଭ: ଭୋଟରଙ୍କୁ ଭୋଟ ଦେବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ appeared first on Dharitri Odia News.