ପ୍ରଶାନ୍ତ ଜଗଦ୍ଦେବ ଗିରଫ ମାମଲାରେ ନୂଆ ମୋଡ, ଡ୍ରାଇଭର କଲେ ଆଶ୍ଚର୍ଯ୍ୟଜନକ ଖୁଲାସା
ଭୁବନେଶ୍ୱର,୨୭।୫: ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ମାମଲା ନୂଆ ମୋଡ ନେଇଛି। ପ୍ରଶାନ୍ତ ଜଗଦ୍ଦେବଙ୍କୁ ନେଇ ଯାଉଥିବା ଗାଡି ଡ୍ରାଇଭର ବନମାଳି ବେହେରା ପୋଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିଥିବା ନେଇ ତାଙ୍କୁ କହିବାକୁ ବାଧ୍ୟ କରାଯାଇଥିଲା। ବନମାଳିଙ୍କ କହିବା ଅନୁସାରେ, ରବିବାର ରାତି ୧୦ଟା ବେଳେ ସେ ଭୁବନେଶ୍ୱର ଘାଟିକିଆ ଘରେ ଥିବା ବେଳେ ପୋଲିସ ତାଙ୍କୁ ଡାକି ନେଇଥିଲା। ଜଗଦ୍ଦେବଙ୍କ ବିରୋଧରେ ବୟାନ ଦେବାକୁ କହିଥିଲେ। […] The post ପ୍ରଶାନ୍ତ ଜଗଦ୍ଦେବ ଗିରଫ ମାମଲାରେ ନୂଆ ମୋଡ, ଡ୍ରାଇଭର କଲେ ଆଶ୍ଚର୍ଯ୍ୟଜନକ ଖୁଲାସା appeared first on Dharitri Odia News.
ଭୁବନେଶ୍ୱର,୨୭।୫: ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ମାମଲା ନୂଆ ମୋଡ ନେଇଛି। ପ୍ରଶାନ୍ତ ଜଗଦ୍ଦେବଙ୍କୁ ନେଇ ଯାଉଥିବା ଗାଡି ଡ୍ରାଇଭର ବନମାଳି ବେହେରା ପୋଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିଥିବା ନେଇ ତାଙ୍କୁ କହିବାକୁ ବାଧ୍ୟ କରାଯାଇଥିଲା।
ବନମାଳିଙ୍କ କହିବା ଅନୁସାରେ, ରବିବାର ରାତି ୧୦ଟା ବେଳେ ସେ ଭୁବନେଶ୍ୱର ଘାଟିକିଆ ଘରେ ଥିବା ବେଳେ ପୋଲିସ ତାଙ୍କୁ ଡାକି ନେଇଥିଲା। ଜଗଦ୍ଦେବଙ୍କ ବିରୋଧରେ ବୟାନ ଦେବାକୁ କହିଥିଲେ। ମାତ୍ର ସେ ରାଜି ନହେବାରୁ ମାଡ ମରାଯାଇଥିଲା। ମିଥ୍ୟା କେସରେ ଫସାଇ ଦିଆଯିବ ବୋଲି ଧମକ ଦିଆଯାଇଥିଲା। ଜୀବନ ଭୟରେ ଜଗଦ୍ଦେବଙ୍କ ବିରୋଧରେ ମନ୍ତବ୍ୟ ରଖିଥିଲେ ବୋଲି ବନମାଳି କହିଛନ୍ତି। ବନମାଳି ଆହୁରି ମଧ୍ୟ କହିଛନ୍ତି ଯେ, କାଉଁରିପାଟଣା ବୁଥ୍ର ଇଭିଏମ ଭଙ୍ଗାରୁଜା ବେଳେ ପ୍ରଶାନ୍ତ ଜଗଦ୍ଦେବ ଆଦୌ ନ ଥିଲେ।
The post ପ୍ରଶାନ୍ତ ଜଗଦ୍ଦେବ ଗିରଫ ମାମଲାରେ ନୂଆ ମୋଡ, ଡ୍ରାଇଭର କଲେ ଆଶ୍ଚର୍ଯ୍ୟଜନକ ଖୁଲାସା appeared first on Dharitri Odia News.