‘ଅପରେଶନ ସିନ୍ଦୂର’ ପୋଷ୍ଟରକୁ ନେଇ ରାଗିଲେ ୟୁଜର୍ସ: କ୍ଷମା ମାଗିଲେ ପ୍ରଯୋଜକ

‘ବର୍ଡର’ ଠାରୁ ‘ଉରି – ଦି ସର୍ଜିକାଲ ଷ୍ଟ୍ରାଇକ’ ପର୍ଯ୍ୟନ୍ତ, ବଲିଉଡ ଦେଶପ୍ରେମ ଉପରେ ଆଧାରିତ ଅନେକ ଫିଲ୍ମ ନିମାଣ କରିଛି, ଯାହା ସୁପରହିଟ୍‌ ହୋଇଛି। ଏହି ଚଳଚ୍ଚିତ୍ରଗୁଡ଼ିକର ସଫଳତା ସେମାନଙ୍କ ସହିତ ଜଡିତ କଳାକାରଙ୍କ ଭାଗ୍ୟ ବଦଳାଇ ଦେଇଛି। ସମ୍ପ୍ରତି ଭାରତୀୟ ସେନା ‘ଅପରେଶନ ସିନ୍ଦୂର’ ମାଧ୍ୟମରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବ ଦେଇଥିଲା। ଏଥିରେ ଭାରତୀୟ ସେନା ପାକିସ୍ତାନ ଏବଂ ପିଓକେରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା। ଅପରେଶନ ସିନ୍ଦୂର […] The post ‘ଅପରେଶନ ସିନ୍ଦୂର’ ପୋଷ୍ଟରକୁ ନେଇ ରାଗିଲେ ୟୁଜର୍ସ: କ୍ଷମା ମାଗିଲେ ପ୍ରଯୋଜକ appeared first on Dharitri Odia News.

‘ଅପରେଶନ ସିନ୍ଦୂର’ ପୋଷ୍ଟରକୁ ନେଇ ରାଗିଲେ ୟୁଜର୍ସ: କ୍ଷମା ମାଗିଲେ ପ୍ରଯୋଜକ

‘ବର୍ଡର’ ଠାରୁ ‘ଉରି – ଦି ସର୍ଜିକାଲ ଷ୍ଟ୍ରାଇକ’ ପର୍ଯ୍ୟନ୍ତ, ବଲିଉଡ ଦେଶପ୍ରେମ ଉପରେ ଆଧାରିତ ଅନେକ ଫିଲ୍ମ ନିମାଣ କରିଛି, ଯାହା ସୁପରହିଟ୍‌ ହୋଇଛି। ଏହି ଚଳଚ୍ଚିତ୍ରଗୁଡ଼ିକର ସଫଳତା ସେମାନଙ୍କ ସହିତ ଜଡିତ କଳାକାରଙ୍କ ଭାଗ୍ୟ ବଦଳାଇ ଦେଇଛି। ସମ୍ପ୍ରତି ଭାରତୀୟ ସେନା ‘ଅପରେଶନ ସିନ୍ଦୂର’ ମାଧ୍ୟମରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବ ଦେଇଥିଲା। ଏଥିରେ ଭାରତୀୟ ସେନା ପାକିସ୍ତାନ ଏବଂ ପିଓକେରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା। ଅପରେଶନ ସିନ୍ଦୂର ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଅନ୍ୟପଟେ ବଲିଉଡରେ ଏହି ଅପରେଶନ ଉପରେ ଏକ ଫିଲ୍ମ ପ୍ରସ୍ତୁତ ହେବାକୁ ଯାଉଛି।

ନିକି ଭିକି ଭଗନାନୀ ଫିଲ୍ମସ ଏବଂ ଦି କଣ୍ଟେଣ୍ଟ ଇଞ୍ଜିନିୟର ଆନୁଷ୍ଠାନିକ ଭାବରେ ଫିଲ୍ମ ‘ଅପରେଶନ ସିନ୍ଦୂର’ ଘୋଷଣା କରିଛନ୍ତି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ନିର୍ମାତାମାନେ ଏକ AI ଜେନେରେଟେଡ ପୋଷ୍ଟର ରିଲିଜ କରିଛନ୍ତି। ଏହାକୁ ନେଇ ୟୁଜର୍ସ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

‘ଅପରେଶନ ସିନ୍ଦୂର’ର ପୋଷ୍ଟରରେ ୟୁନିଫର୍ମ ପିନ୍ଧିଥିବା ଜଣେ ମହିଳା ସୈନିକଙ୍କ ଏକ ଶକ୍ତିଶାଳୀ ପ୍ରତିଛବି ରହିଛି, ଯିଏ ତାଙ୍କ ମୁଣ୍ଡରେ ସିନ୍ଦୂର ଲଗାଉଛନ୍ତି। ପୋଷ୍ଟରରେ ଏକ ଯୁଦ୍ଧ-ବିଧ୍ୱସ୍ତ ବ୍ୟାକ୍‌ଗ୍ରାଉଣ୍ଡ ମଧ୍ୟ ରହିଛି। ଏଥିରେ ଟ୍ୟାଙ୍କ, କଣ୍ଟା ତାର ଏବଂ ଯୁଦ୍ଧ ବିମାନ ଉପରେ ଉଡ଼ୁଥିବାର ଦେଖାଯାଉଛି।

ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ, ଫିଲ୍ମର ପ୍ରଯୋଜକ ନିକି ଭଗନାନୀ ସ୍ପଷ୍ଟୀକରଣ ଦେଇଛନ୍ତି। ସେ ତାଙ୍କ ଇନଷ୍ଟା ଷ୍ଟୋରିରେ ଏକ ଲମ୍ବା ପୋଷ୍ଟ ଶେୟାର କରି କ୍ଷମା ମାଗିଛନ୍ତି। ସେ ଲେଖିଛନ୍ତି- ଭାରତୀୟ ସେନା ଦ୍ୱାରା ନିଆଯାଇଥିବା ସାହସିକ ପଦକ୍ଷେପ ପାଇଁ ‘ଅପରେଶନ ସିନ୍ଦୂର’ ଉପରେ ଆଧାରିତ ଏକ ଫିଲ୍ମ ଘୋଷଣା କରିବା ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ।’ ଆମର ଉଦ୍ଦେଶ୍ୟ କାହାର ଭାବନାକୁ ଆଘାତ ଦେବା ଆଦୌ ନ ଥିଲା। ଜଣେ ଚଳଚ୍ଚିତ୍ର ନିର୍ମାତା ଭାବରେ, ମୁଁ ଆମର ସୈନିକ ଏବଂ ନେତାମାନଙ୍କ ସାହସ, ତ୍ୟାଗ ଏବଂ ଶକ୍ତି ଦ୍ୱାରା ଅନୁପ୍ରାଣିତ ହୋଇଥିଲି ଏବଂ ତେଣୁ ଏହି ଶକ୍ତିଶାଳୀ କାହାଣୀକୁ ପରଦାରେ ଆଣିବାକୁ ନିଷ୍ପତ୍ତି ନେଇଥିଲି।

ସେ ଆହୁରି ଲେଖିଛନ୍ତି, ଏହି ପ୍ରୋଜେକ୍ଟ ପ୍ରସିଦ୍ଧ ହେବା କିମ୍ବା ଟଙ୍କା ରୋଜଗାର କରିବା ଉଦ୍ଦେଶ୍ୟରେ ନୁହେଁ ବରଂ ସମ୍ମାନ ଏବଂ ପ୍ରେମ ପାଇଁ ତିଆରି କରାଯାଇଛି। ମୁଁ ବୁଝିପାରୁଛି ଯେ, ସମୟ ଏବଂ ସମ୍ବେଦନଶୀଳତା ଯୋଗୁ, କିଛି ଲୋକ ଅସୁବିଧା କିମ୍ବା ଖରାପ ଅନୁଭବ କରିପାରନ୍ତି। ଏଥିପାଇଁ ମୁଁ ଦୁଃଖିତ। ଏହା ଏକ ଚଳଚ୍ଚିତ୍ର ନୁହେଁ। ଏହା ହେଉଛି ରାଷ୍ଟ୍ରର ଭାବନା ଏବଂ ବିଶ୍ୱ ସ୍ତରରେ ଦେଶର ସାମାଜିକ ପ୍ରତିଛବି।

The post ‘ଅପରେଶନ ସିନ୍ଦୂର’ ପୋଷ୍ଟରକୁ ନେଇ ରାଗିଲେ ୟୁଜର୍ସ: କ୍ଷମା ମାଗିଲେ ପ୍ରଯୋଜକ appeared first on Dharitri Odia News.