ଶୁବମନ ଗିଲଙ୍କୁ ଡେଟ କରୁଛନ୍ତି ସାରା ତେନ୍ଦୁଲକର! ଭାଇରାଲ ଭିଡିଓରେ ଲାଗିଲା ମୋହର!

ନୂଆଦିଲ୍ଲୀ,୨୧।୧: ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବଂ ଶୁବମନ ଗିଲଙ୍କ ଡେଟିଂ ଗୁଜବ ଦୀର୍ଘ ଦିନ ଧରି ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ତୁ ଏହି ଗୁଜବରେ କେତେ ସତ୍ୟତା ଅଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଶୁବମନ ଗିଲ ଏବଂ ସାରା ତେନ୍ଦୁଲକର ପ୍ରକୃତରେ ପରସ୍ପରକୁ ଡେଟ କରୁଛନ୍ତି କି ନା ତାହା ଜଣାନାହିଁ। ଏହାରି ଭିତରେ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହା […] The post ଶୁବମନ ଗିଲଙ୍କୁ ଡେଟ କରୁଛନ୍ତି ସାରା ତେନ୍ଦୁଲକର! ଭାଇରାଲ ଭିଡିଓରେ ଲାଗିଲା ମୋହର! appeared first on Dharitri Odia News.

ଶୁବମନ ଗିଲଙ୍କୁ ଡେଟ କରୁଛନ୍ତି ସାରା ତେନ୍ଦୁଲକର! ଭାଇରାଲ ଭିଡିଓରେ ଲାଗିଲା ମୋହର!

ନୂଆଦିଲ୍ଲୀ,୨୧।୧: ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବଂ ଶୁବମନ ଗିଲଙ୍କ ଡେଟିଂ ଗୁଜବ ଦୀର୍ଘ ଦିନ ଧରି ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ତୁ ଏହି ଗୁଜବରେ କେତେ ସତ୍ୟତା ଅଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଶୁବମନ ଗିଲ ଏବଂ ସାରା ତେନ୍ଦୁଲକର ପ୍ରକୃତରେ ପରସ୍ପରକୁ ଡେଟ କରୁଛନ୍ତି କି ନା ତାହା ଜଣାନାହିଁ। ଏହାରି ଭିତରେ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହା ପରେ ସୋସିଆଲ ମିଡିଆରେ ଲୋକମାନେ କହିଛନ୍ତି ଯେ ଶୁବମାନ ଗିଲ ପ୍ରକୃତରେ ସାରା ତେନ୍ଦୁଲକରଙ୍କୁ ଡେଟ କରୁଛନ୍ତି।
ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ଶୁବମନ ଗିଲଙ୍କ ଭଉଣୀ ଶାହନିଲ ଗିଲ ଏବଂ ସାରା ତେନ୍ଦୁଲକରଙ୍କୁ ଦେଖିବାକୁ ମିଳିଛି। ସାରା ତେନ୍ଦୁଲକର ଏବଂ ଶାହନିଲ ରବିବାର ପାପାଜାଜିଙ୍କ ନଜରକୁ ଆସିଥିଲେ। ଆହୁରି ମଧ୍ୟ, ଉଭୟଙ୍କ ଅନେକ ଫଟୋ କ୍ରମାଗତ ଭାବରେ ଭାଇରାଲ ହେଉଛି । ଏହି ଭିଡିଓରେ ସାରା ତେନ୍ଦୁଲକର ଏକ ସୁନ୍ଦର କଳା ରଙ୍ଗର ପୋଷାକରେ ନଜର ଆସିଛନ୍ତ। ଶାହନିଲ ଏକ ଷ୍ଟାଇଲିସ ଧୂସର ରଙ୍ଗର ଟପ ପିନ୍ଧିଥିବା ଦେଖାଯାଇଛନ୍ତି। ତେବେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଗୁଜବ ବୃଦ୍ଧି ପାଇବାରେ ଲାଗିଛି।
ଭାଇରାଲ  ଭିଡିଓରେ ସାରା ତେନ୍ଦୁଲକର ମୁହଁ ଲୁଚାଇଥିବାର ନଜର ଆସିଛନ୍ତି। ବାସ୍ତବରେ ସାରା ତେନ୍ଦୁଲକର କ୍ୟାମେରାକୁ ଏଡ଼ାଇବାକୁ ଚାହୁଁଛନ୍ତି। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ କ୍ରମାଗତ ଭାବରେ ସେମାନଙ୍କର ମତାମତ ଦେଉଛନ୍ତି ।