ଚାଲିଛି ବିବାହ ଋତୁ, ସୁନା କିଣି ପାଇଁ ଯାଉଥିଲେ ନଜର ପକାନ୍ତୁ କ’ଣ ରହିଛି ଆଜିର ଦର

ମହିଳାଙ୍କ ସୌନ୍ଦର୍ଯ୍ୟକୁ ପୂର୍ଣ୍ଣ କରେ ସୁନାର ଗହଣା । ପ୍ରତ୍ୟେକ ମହିଳା ଗହଣା ପିନ୍ଧିବା ପାଇଁ ଭଲ ପାଇଥାନ୍ତି । ତେଣୁ ସୁନା କିଣି ପାଇଁ ଯାଉଥିଲେ ନଜର ପକାନ୍ତୁ କ’ଣ ରହିଛି ଆଜିର ଦର । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୫୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୨,୮୨୦ ଟଙ୍କା ରହିଛି । ଓଡ଼ିଶାର ରାଜଧାନୀ […] The post ଚାଲିଛି ବିବାହ ଋତୁ, ସୁନା କିଣି ପାଇଁ ଯାଉଥିଲେ ନଜର ପକାନ୍ତୁ କ’ଣ ରହିଛି ଆଜିର ଦର appeared first on KNews Odisha.

ଚାଲିଛି ବିବାହ ଋତୁ, ସୁନା କିଣି ପାଇଁ ଯାଉଥିଲେ ନଜର ପକାନ୍ତୁ କ’ଣ ରହିଛି ଆଜିର ଦର
Gold-8

ମହିଳାଙ୍କ ସୌନ୍ଦର୍ଯ୍ୟକୁ ପୂର୍ଣ୍ଣ କରେ ସୁନାର ଗହଣା । ପ୍ରତ୍ୟେକ ମହିଳା ଗହଣା ପିନ୍ଧିବା ପାଇଁ ଭଲ ପାଇଥାନ୍ତି । ତେଣୁ ସୁନା କିଣି ପାଇଁ ଯାଉଥିଲେ ନଜର ପକାନ୍ତୁ କ’ଣ ରହିଛି ଆଜିର ଦର । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୫୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୨,୮୨୦ ଟଙ୍କା ରହିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୮,୫୦୦ ଟଙ୍କା ଓ ୬୩,୮୨୦ ଟଙ୍କା ରହିଛି ।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ଅପରିବର୍ତ୍ତିତ ରହିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୮,୫୦୦ ଟଙ୍କା ଓ ୬୩,୮୨୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୫୮,୬୫୦ ଟଙ୍କା ଓ ୬୩,୯୭୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୭,୯୨୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୨, ୨୮୫ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୮,୫୦୦ ଟଙ୍କା ଓ ୬୩,୮୨୦ ଟଙ୍କା ରହିଛି । ସେହିପରି ରୁପା ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୭୪, ୬୦୦ ଟଙ୍କା ରହିଛି ।

The post ଚାଲିଛି ବିବାହ ଋତୁ, ସୁନା କିଣି ପାଇଁ ଯାଉଥିଲେ ନଜର ପକାନ୍ତୁ କ’ଣ ରହିଛି ଆଜିର ଦର appeared first on KNews Odisha.