ଶୁବମାନ ଗିଲ୍‌ଙ୍କ ସମେତ ଏହି ୪ ଭାରତୀୟ କ୍ରିକେଟର ହୋଇପାରନ୍ତି ଗିରଫ, ଜାଣନ୍ତୁ ପୂରା ମାମଲା

ନୂଆଦିଲ୍ଲୀ,୨।୧: ଭାରତର ୪ ନାମିଦାମୀ କ୍ରିକେଟରଙ୍କୁ ଗୁଜରାଟର ସିଆଇଡି ଶାଖା ସମନ ଜାରି କରିଛି। ଏହି ଚାରି କ୍ରିକେଟରଙ୍କ ନାମ ହେଉଛି ଶୁବମାନ ଗିଲ, ରାହୁଲ ତେୱାତିଆ, ମୋହିତ ଶର୍ମା ଏବଂ ସାଇ ସୁଦର୍ଶନ। ଯେଉଁମାନଙ୍କୁ ୪୫୦ କୋଟି ଟଙ୍କା ଚିଟଫଣ୍ଡ ସ୍କାମରେ ଗିରଫ କରାଯାଇପାରେ। ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ନିବେଶ ଠକେଇର କିଙ୍ଗପିନ ଭୁପେନ୍ଦ୍ର ସିଂ ଜାଲାଙ୍କୁ ପଚରାଉଚରା ବେଳେ ଏହି ମାମଲା ସାମ୍ନାକୁ ଆସିଛି। ସେ ପ୍ରକାଶ କରିଛନ୍ତି ଯେ ନିମ୍ନଲିଖିତ ଚାରିଜଣ କ୍ରିକେଟର […] The post ଶୁବମାନ ଗିଲ୍‌ଙ୍କ ସମେତ ଏହି ୪ ଭାରତୀୟ କ୍ରିକେଟର ହୋଇପାରନ୍ତି ଗିରଫ, ଜାଣନ୍ତୁ ପୂରା ମାମଲା appeared first on Dharitri Odia News.

ଶୁବମାନ ଗିଲ୍‌ଙ୍କ ସମେତ ଏହି ୪ ଭାରତୀୟ କ୍ରିକେଟର ହୋଇପାରନ୍ତି ଗିରଫ, ଜାଣନ୍ତୁ ପୂରା ମାମଲା

ନୂଆଦିଲ୍ଲୀ,୨।୧: ଭାରତର ୪ ନାମିଦାମୀ କ୍ରିକେଟରଙ୍କୁ ଗୁଜରାଟର ସିଆଇଡି ଶାଖା ସମନ ଜାରି କରିଛି। ଏହି ଚାରି କ୍ରିକେଟରଙ୍କ ନାମ ହେଉଛି ଶୁବମାନ ଗିଲ, ରାହୁଲ ତେୱାତିଆ, ମୋହିତ ଶର୍ମା ଏବଂ ସାଇ ସୁଦର୍ଶନ। ଯେଉଁମାନଙ୍କୁ ୪୫୦ କୋଟି ଟଙ୍କା ଚିଟଫଣ୍ଡ ସ୍କାମରେ ଗିରଫ କରାଯାଇପାରେ। ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ନିବେଶ ଠକେଇର କିଙ୍ଗପିନ ଭୁପେନ୍ଦ୍ର ସିଂ ଜାଲାଙ୍କୁ ପଚରାଉଚରା ବେଳେ ଏହି ମାମଲା ସାମ୍ନାକୁ ଆସିଛି। ସେ ପ୍ରକାଶ କରିଛନ୍ତି ଯେ ନିମ୍ନଲିଖିତ ଚାରିଜଣ କ୍ରିକେଟର ଇନଭେଷ୍ଟ କରାଯାଇଥିବା ଟଙ୍କାକୁ ଫେରସ୍ତ କରିନାହାଁନ୍ତି।

ଅନୁସନ୍ଧାନକାରୀ ଅଧିକାରୀଙ୍କ ଅନୁଯାୟୀ, ଇଣ୍ଡିଆନ ପ୍ରିମିୟର ଲିଗରେ ଗୁଜରାଟ ଟାଇଟାନ୍ସକୁ ଅଧିନାୟକତ୍ୱ କରୁଥିବା ଶୁବମାନ ଗିଲ ଠକେଇ ଯୋଜନାରେ ୧.୯୫ କୋଟି ଟଙ୍କା ନିବେଶ କରିଥିଲେ। ତାଙ୍କ ବ୍ୟତୀତ ଅନ୍ୟ ତିନିଜଣ କ୍ରିକେଟର ତାଙ୍କ ତୁଳନାରେ କମ୍‌ ଅର୍ଥ ନିବେଶ କରିଛନ୍ତି। ଭୁପେନ୍ଦ୍ର ସିଂ ଜାଲାଙ୍କ ଆକାଉଣ୍ଟ ପରିଚାଳନା କରୁଥିବା ଋଷିକ ମେହେଟ୍ଟାଙ୍କୁ ସିଆଇଡି ଅଧିକାରୀ ଗିରଫ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯଦି ମେହେଟ୍ଟା ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

The post ଶୁବମାନ ଗିଲ୍‌ଙ୍କ ସମେତ ଏହି ୪ ଭାରତୀୟ କ୍ରିକେଟର ହୋଇପାରନ୍ତି ଗିରଫ, ଜାଣନ୍ତୁ ପୂରା ମାମଲା appeared first on Dharitri Odia News.