ଘରେ କେହି ନ ଥିବା ବେଳେ ୮ ମାସର ଗର୍ଭବତୀ ଖୁଡିଙ୍କୁ ବଳାତ୍କାର କଲେ ପୁତୁରା, ପ୍ରତିବାଦ କରିବାରୁ…
ବାଲିଗୁଡା,୨୦।୧: (ସଞ୍ଜୟ କୁମାର ପାଣିଗ୍ରାହୀ): ୮ ମାସର ଗର୍ଭବତୀ ଖୁଡିଙ୍କୁ ସମ୍ପର୍କୀୟର ଜଣେ ପୁତୁରା ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି। ଏପରିକି ଗର୍ଭବତୀ ଖୁଡି ଜଣଙ୍କ ପୁତୁରାଙ୍କୁ ପ୍ରତିବାଦ କରିବାରୁ ଅତି ନିର୍ମମ ଭାବେ ଖୁଡିଙ୍କୁ କାଠ ଫାଳିଆରେ ପିଟିବା ସହ ଗର୍ଭବତୀ ମହିଳାଙ୍କ ଶରୀରକୁ ଗୋଇଠା ମାରିଥିବା ମଧ୍ୟ ଅଭିଯୋଗ ହୋଇଛି। ଶେଷରେ ଅମାନୁଷିକ ପୁତୁରା ଘୋଷାରି ଘୋଷାରି ଗର୍ଭବତୀ ଖୁଡିଙ୍କୁ ନେଇ ବଳାତ୍କାର କରିଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ବାମୀ। ସମ୍ପର୍କୀୟ […] The post ଘରେ କେହି ନ ଥିବା ବେଳେ ୮ ମାସର ଗର୍ଭବତୀ ଖୁଡିଙ୍କୁ ବଳାତ୍କାର କଲେ ପୁତୁରା, ପ୍ରତିବାଦ କରିବାରୁ… appeared first on Dharitri Odia News.
ବାଲିଗୁଡା,୨୦।୧: (ସଞ୍ଜୟ କୁମାର ପାଣିଗ୍ରାହୀ): ୮ ମାସର ଗର୍ଭବତୀ ଖୁଡିଙ୍କୁ ସମ୍ପର୍କୀୟର ଜଣେ ପୁତୁରା ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି। ଏପରିକି ଗର୍ଭବତୀ ଖୁଡି ଜଣଙ୍କ ପୁତୁରାଙ୍କୁ ପ୍ରତିବାଦ କରିବାରୁ ଅତି ନିର୍ମମ ଭାବେ ଖୁଡିଙ୍କୁ କାଠ ଫାଳିଆରେ ପିଟିବା ସହ ଗର୍ଭବତୀ ମହିଳାଙ୍କ ଶରୀରକୁ ଗୋଇଠା ମାରିଥିବା ମଧ୍ୟ ଅଭିଯୋଗ ହୋଇଛି। ଶେଷରେ ଅମାନୁଷିକ ପୁତୁରା ଘୋଷାରି ଘୋଷାରି ଗର୍ଭବତୀ ଖୁଡିଙ୍କୁ ନେଇ ବଳାତ୍କାର କରିଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ବାମୀ। ସମ୍ପର୍କୀୟ ପୁତୁରା ଦ୍ୱାରା ଲହୁ ଲୁହାଣ ଖୁଡିଙ୍କୁ ତାଙ୍କ ସ୍ବାମୀ ଗୁରୁତର ଅବସ୍ଥାରେ ବାଲିଗୁଡା ମେଡିକାଲରେ ଭର୍ତ୍ତି କରାଇଛନ୍ତି। ହେଲେ ଗର୍ଭବତୀ ମହିଳାଙ୍କ ଅବସ୍ଥା ଅଧିକ ଗୁରୁତର ହୋଇଥିବା ନେଇ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବାଲିଗୁଡା ଥାନା ବୁଡୁରୁକିଆ ପଞ୍ଚାୟତରୁ ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସେହି ଗ୍ରାମର ସମ୍ପର୍କୀୟ ପୁତୁରା ଜଣଙ୍କ ଘରେ କେହି ନ ଥିବାର ସୁଯୋଗ ନେଇ ବଳାତ୍କାର କରିଥିବା ପୀଡିତାଙ୍କ ସ୍ବାମୀ କହିଛନ୍ତି। ତେବେ ଏ ନେଇ କୌଣସି ଲିଖିତ ଅଭିଯୋଗ ବାଲିଗୁଡା ଥାନାରେ ହୋଇ ନ ଥିବା ଜଣାପଡିଛି ।
The post ଘରେ କେହି ନ ଥିବା ବେଳେ ୮ ମାସର ଗର୍ଭବତୀ ଖୁଡିଙ୍କୁ ବଳାତ୍କାର କଲେ ପୁତୁରା, ପ୍ରତିବାଦ କରିବାରୁ… appeared first on Dharitri Odia News.