ଶୂନ୍ୟକାଳରେ ବିଜେଡି ବିଧାୟକଙ୍କ ହଟ୍ଟଗୋଳ, ରେଭେନ୍ସା ପ୍ରସଙ୍ଗରେ ବିଜେଡି ବିଧାୟକଙ୍କ ନାରାବାଜି

ଭୁବନେଶ୍ୱର ୦୬/୦୯: ବିଧାନସଭା ଶୂନ୍ୟକାଳରେ ବିଜେଡି ବିଧାୟକଙ୍କ ହଟ୍ଟଗୋଳ । ରେଭେନ୍ସା ପ୍ରସଙ୍ଗରେ ବିଜେଡି ବିଧାୟକଙ୍କ ନାରାବାଜି । ବ୍ୟୋମକେଶ ରାୟଙ୍କ ଉପରୁ ଆରମସ ଆକ୍ଟ ହଟାଇବାକୁ ଦାବି । ଗୃହ ମଧ୍ୟଭାଗରେ ବିଜେଡି ବିଧାୟକଙ୍କ ହଟଗୋଳ ଓ ନାରାବାଜି । ୧୨.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି । ବୁଦ୍ଧିଜିବୀଙ୍କ ମଶାଲ ଶୋଭାଯାତ୍ରା ରେ ସାମିଲ ହେବାରୁ ବିଜେପି ପ୍ରତିଶୋଧ ପ୍ରୟାଣ ସାଜିଛି । ଆସହିଷ୍ଣୁ ହୋଇ ପୋଲିସ୍ କୁ ବ୍ୟବହାରକାରୀ ଆର୍ମସ ଆକ୍ଟରେ ଏତେଲା ହୋଇଛି।ଗଣତାନ୍ତ୍ରିକ ଶୋଭାଯାତ୍ରାରେ ବିଧାୟକ ଭାବେ ସାମିଲ ହେବା କଣ ଭୁଲ ? ED ଓ CBI କୁ ଲଗାଇ ଯେମିତି ବିରୋଧୀଙ୍କ ପ୍ରତି ବିଜେପି ସରକାର ଦାଉ ସାଜୁଛି ଏଠାରେ ବି ଅନୁରୂପ ଆସୋହିଷ୍ଣୁ ହୋଇପଡ଼ିଲା ନି।କଟକ ଡିସିପି ଓ ଆଇଆଇସିଙ୍କ ବିରୋଧରେ ମୁଁ ସ୍ୱାଧିକାର ଭଙ୍ଗ ଆଣିବି । ରେଭେନ୍ସା ନାମକରଣ ପରିବର୍ତ୍ତନ ବିତର୍କ ଆଲୋଚନାରେ ଓ ମଶାଲ ଶୋଭାଯାତ୍ରାରେ ପୁରାତନ ଛାତ୍ର ମାନେ ମୋତେ ନିମନ୍ତ୍ରଣ କରିଥିବାରୁ ମୁଁ ସେଥିରେ ଭାଗ ନେଇଥିଲି। କିନ୍ତୁ ମୋ ନାଁରେ ମାମଲା ରୁଜୁ ହେଲା କି ମୁଁ କୁଆଡେ ବନ୍ଧୁକ ଧରି ଡରାଉ ଥିଲି।ଯେତେ ବେଳେ କେନ୍ଦ୍ରମନ୍ତ୍ରୀ ଏହା ଉପରେ ବିତର୍କ କରିବାକୁ କହିଥିଲେ ଏହା ହିଁ ମୁଁ କରିବାକୁ ଯାଉଥିଲି। ତେଣୁ ମୋତେ ସୁରକ୍ଷା ଦିଅନ୍ତୁ ବୋଲି ଗୃହରେ ବାଚସ୍ପତିଙ୍କ ଠାରେ ନିବେଦନ କରିଥିଲେ ବିଜେଡି ବିଧାୟକ ବ୍ୟୋମକେଶ ରାୟ।

ଶୂନ୍ୟକାଳରେ ବିଜେଡି ବିଧାୟକଙ୍କ ହଟ୍ଟଗୋଳ, ରେଭେନ୍ସା ପ୍ରସଙ୍ଗରେ ବିଜେଡି ବିଧାୟକଙ୍କ ନାରାବାଜି

ଭୁବନେଶ୍ୱର ୦୬/୦୯: ବିଧାନସଭା ଶୂନ୍ୟକାଳରେ ବିଜେଡି ବିଧାୟକଙ୍କ ହଟ୍ଟଗୋଳ । ରେଭେନ୍ସା ପ୍ରସଙ୍ଗରେ ବିଜେଡି ବିଧାୟକଙ୍କ ନାରାବାଜି । ବ୍ୟୋମକେଶ ରାୟଙ୍କ ଉପରୁ ଆରମସ ଆକ୍ଟ ହଟାଇବାକୁ ଦାବି । ଗୃହ ମଧ୍ୟଭାଗରେ ବିଜେଡି ବିଧାୟକଙ୍କ ହଟଗୋଳ ଓ ନାରାବାଜି । ୧୨.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି । 

ବୁଦ୍ଧିଜିବୀଙ୍କ ମଶାଲ ଶୋଭାଯାତ୍ରା ରେ ସାମିଲ ହେବାରୁ ବିଜେପି ପ୍ରତିଶୋଧ ପ୍ରୟାଣ ସାଜିଛି । ଆସହିଷ୍ଣୁ ହୋଇ ପୋଲିସ୍ କୁ ବ୍ୟବହାରକାରୀ ଆର୍ମସ ଆକ୍ଟରେ ଏତେଲା ହୋଇଛି।ଗଣତାନ୍ତ୍ରିକ ଶୋଭାଯାତ୍ରାରେ ବିଧାୟକ ଭାବେ ସାମିଲ ହେବା କଣ ଭୁଲ ? ED ଓ CBI କୁ ଲଗାଇ ଯେମିତି ବିରୋଧୀଙ୍କ ପ୍ରତି ବିଜେପି ସରକାର ଦାଉ ସାଜୁଛି ଏଠାରେ ବି ଅନୁରୂପ ଆସୋହିଷ୍ଣୁ ହୋଇପଡ଼ିଲା ନି।କଟକ ଡିସିପି ଓ ଆଇଆଇସିଙ୍କ ବିରୋଧରେ ମୁଁ ସ୍ୱାଧିକାର ଭଙ୍ଗ ଆଣିବି । 

ରେଭେନ୍ସା ନାମକରଣ ପରିବର୍ତ୍ତନ ବିତର୍କ ଆଲୋଚନାରେ ଓ ମଶାଲ ଶୋଭାଯାତ୍ରାରେ ପୁରାତନ ଛାତ୍ର ମାନେ ମୋତେ ନିମନ୍ତ୍ରଣ କରିଥିବାରୁ ମୁଁ ସେଥିରେ ଭାଗ ନେଇଥିଲି। କିନ୍ତୁ ମୋ ନାଁରେ ମାମଲା ରୁଜୁ ହେଲା କି ମୁଁ କୁଆଡେ ବନ୍ଧୁକ ଧରି ଡରାଉ ଥିଲି।ଯେତେ ବେଳେ କେନ୍ଦ୍ରମନ୍ତ୍ରୀ ଏହା ଉପରେ ବିତର୍କ କରିବାକୁ କହିଥିଲେ ଏହା ହିଁ ମୁଁ କରିବାକୁ ଯାଉଥିଲି। ତେଣୁ ମୋତେ ସୁରକ୍ଷା ଦିଅନ୍ତୁ ବୋଲି ଗୃହରେ ବାଚସ୍ପତିଙ୍କ ଠାରେ ନିବେଦନ କରିଥିଲେ ବିଜେଡି ବିଧାୟକ ବ୍ୟୋମକେଶ ରାୟ।