ଶୃଙ୍ଖଳିତ ଦର୍ଶନ ପାଇଁ ଲାଗିବ AI କ୍ୟାମେରା, ଟେଣ୍ଡର ପ୍ରକ୍ରିୟା ଆରମ୍ଭ

ପୁରୀ, ୧୪।୦୮: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନକୁ ଶୃଙ୍ଖଳିତ କରିବାକୁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ଭିଡ଼ ନିୟନ୍ତ୍ରଣ କରାଯିବା ସହିତ ମହାପ୍ରଭୁଙ୍କ ଦର୍ଶନକୁ ଶୃଙ୍ଖଳିତ କରିବାକୁ AI କ୍ୟାମେରା ଲଗାଯିବ। ଶ୍ରୀମନ୍ଦିର ଭିତର ବାହାର ବିଶେଷ କରି ଚାରିଦ୍ବାର ସହିତ ଗୁମୁଟ, ବାଇଶି ପାହାଚ, କୀର୍ତ୍ତନ ଚକଡ଼ାରେ ଏହି ନୂତନ କ୍ୟାମେରା ଲଗାଯିବ। ଏନେଇ ସୂଚନା ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି। ରାଜ୍ୟରେ ଭାଜପା ଦଳ […] The post ଶୃଙ୍ଖଳିତ ଦର୍ଶନ ପାଇଁ ଲାଗିବ AI କ୍ୟାମେରା, ଟେଣ୍ଡର ପ୍ରକ୍ରିୟା ଆରମ୍ଭ appeared first on Dharitri Odia News.

ଶୃଙ୍ଖଳିତ ଦର୍ଶନ ପାଇଁ ଲାଗିବ AI କ୍ୟାମେରା, ଟେଣ୍ଡର ପ୍ରକ୍ରିୟା ଆରମ୍ଭ

ପୁରୀ, ୧୪।୦୮: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନକୁ ଶୃଙ୍ଖଳିତ କରିବାକୁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ଭିଡ଼ ନିୟନ୍ତ୍ରଣ କରାଯିବା ସହିତ ମହାପ୍ରଭୁଙ୍କ ଦର୍ଶନକୁ ଶୃଙ୍ଖଳିତ କରିବାକୁ AI କ୍ୟାମେରା ଲଗାଯିବ। ଶ୍ରୀମନ୍ଦିର ଭିତର ବାହାର ବିଶେଷ କରି ଚାରିଦ୍ବାର ସହିତ ଗୁମୁଟ, ବାଇଶି ପାହାଚ, କୀର୍ତ୍ତନ ଚକଡ଼ାରେ ଏହି ନୂତନ କ୍ୟାମେରା ଲଗାଯିବ। ଏନେଇ ସୂଚନା ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି।

ରାଜ୍ୟରେ ଭାଜପା ଦଳ ସରକାରକୁ ଆସିବା କ୍ଷଣି ପ୍ରଥମ ପଦକ୍ଷେପ ଭାବେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିଥିଲେ। ହେଲେ ଚାରିଦ୍ୱାର ଦେଇ ମନ୍ଦିର ଭିତରକୁ ଏକାଥରେ ଲୋକେ ପ୍ରବେଶ କରିବାରୁ ପ୍ରବଳ ଭିଡ଼ କାରଣରୁ ଦର୍ଶନ କରିବା ଲାଗି ଯାଉଥିବା ଭକ୍ତମାନେ ପ୍ରବଳ ଅସୁବିଧାର ସମ୍ମୁଖୀନ ହେଉଥିବା ଖବର ଆସିଥିଲା। ଏହାସହିତ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପରେ ପୁରୀରେ ଭକ୍ତଙ୍କ ଭିଡ଼ ବଢ଼ିଚାଲିଛି। ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କୁ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି। ମନ୍ଦିର ବାହାରେ ଲାଗୁଥିବା ଲାଇନରୁ ଆଶ୍ୱସ୍ତି ମିଳିଛି। କିନ୍ତୁ ମନ୍ଦିର ଭିତରେ ଭିଡ଼ ନିୟନ୍ତ୍ରଣ ପାଇଁ ବିଶେଷ ବ୍ୟବସ୍ଥା ନ ଥିବାରୁ ଶ୍ରଦ୍ଧାଳୁ ହଇରାଣ ହୋଇଥିଲେ।

ସ୍ଥିତି ଅଧିକ ଖରାପ ହେବାରୁ ଭିଡ଼ ନିୟନ୍ତ୍ରଣ ପାଇଁ ଅଧିକ ୮ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ। ଏହା ସହିତ ଆଇନଶୃଙ୍ଖଳା ଏଡିଜି ଏବଂ ଗୋଇନ୍ଦା ନିର୍ଦ୍ଦେଶକ ନିଜେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ। ସୂତ୍ରରୁ ପ୍ରକାଶ ଯେ ସାଧାରଣ ଦିନରେ ପ୍ରାୟ ୫୦,୦୦୦ ଭକ୍ତ ଦୈନନ୍ଦିନ ଆସୁଥିବା ବେଳେ ଶୁକ୍ରବାର ଦିନ ଏହି ସଂଖ୍ୟା ଦିନକୁ ୨ ଲକ୍ଷରୁ ଅଧିକ ହୋଇଯାଇଥିଲା। ତେବେ ୨୦୨୦ ରୁ ବନ୍ଦ ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ଥିବା ଚାରିଦ୍ୱାର ଖୋଲିବାର ଗୋଟିଏ ଦିନ ପରେ ଏହି ଘଟଣା ଘଟିଥିଲା। ତେଣୁ ସ୍ଥିତିକୁ ଦେଖି ସରକାର ନୂତନ ଜ୍ଞାନକୌଶଳ ମାଧ୍ୟମରେ ଭିଡ଼ ନିୟନ୍ତ୍ରଣ କରିବାକୁ ଯୋଜନା କରୁଛନ୍ତି।

The post ଶୃଙ୍ଖଳିତ ଦର୍ଶନ ପାଇଁ ଲାଗିବ AI କ୍ୟାମେରା, ଟେଣ୍ଡର ପ୍ରକ୍ରିୟା ଆରମ୍ଭ appeared first on Dharitri Odia News.