ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଦାବି କଲା ବାଂଲାଦେଶ, ଭାରତର ଜବାବ- ‘ନୋ କମେଣ୍ଟ’
ନୂଆଦିଲ୍ଲୀ: ବାଂଲାଦେଶରେ ଶାସନଭାର ବଦଳିବାର ଅନେକ ମାସ ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ଵାଧୀନ ଅନ୍ତରୀଣ ସରକାର ଶେଖ ହସିନା ପ୍ରତ୍ୟର୍ପଣ କରିବାକୁ ଭାରତ ସରକାରଙ୍କୁ ଦାବି କରିଛି। ଏଥିପାଇଁ ବାଂଲାଦେଶ ଭାରତ ସରକାରଙ୍କୁ ଚିଠି ଲେଖିଛନ୍ତି। ଆଉ ଏହା ଉପରେ ଭାରତ ସରକାର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ‘ନୋ କମେଣ୍ଟ’। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ଵାଲ କହିଛନ୍ତି ଯେ, ବର୍ତ୍ତମାନ ନୂଆଦିଲ୍ଲୀ ପାଖରେ ଏହି ମାମଲାରେ କୌଣସି ଟିପ୍ପଣୀ ନାହିଁ।ରଣଧୀର କହିଛନ୍ତି, ଆଜି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ସହିନାଙ୍କ ପ୍ରତ୍ୟର୍ପଣ ଅନୁରୋଧ ସଂପର୍କରେ ବାଂଲାଦେଶ ଉଚ୍ଚାୟୋଗଙ୍କଠୁ ଏକ ଚିଠି ମିଳିଛି। ବର୍ତ୍ତମାନ ଆମ ପାଖରେ ଏହି ପ୍ରସଙ୍ଗରେ କୌଣସି ଟିପ୍ପଣୀ ନାହିଁ। ଶେଖ ସହିନା ଚଳିତ ବର୍ଷ ଅଗଷ୍ଟ ୫ ତାରିଖରେ ବାଂଲାଦେଶରେ ଭୀଷଣ ହିଂସାକାଣ୍ଡ ସମୟରେ ଦେଶ ଛାଡ଼ି ଭାରତ ପଳାଇ ଆସିଥିଲେ। ସେହି ଦିନଠୁ ସେ ଦିଲ୍ଲୀର ଏକ ଅଜ୍ଞାତ ସ୍ଥାନରେ ରହୁଛନ୍ତି। ହିଂସା ଓ ମୃତ୍ୟୁ ମାମଲାକୁ ନେଇ ଶେଖ ହସିନାଙ୍କ ବିରୋଧରେ ବାଂଲାଦେଶରେ ଅନେକ ମାମଲା ରୁଜୁ ହୋଇଛି। ଶେଖ ହସିନା ଦେଶରୁ ପଳାୟନ ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ଵରେ ଅନ୍ତରୀଣ ସରକାର ଚାଲିଛି। ଏହା ପରେ ବାଂଲାଦେଶରେ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ବଢି ଚାଲିଛି। ଏହି କାରଣରୁ ଭାରତ ଓ ବାଂଲାଦେଶ ମଧ୍ୟରେ ସଂପର୍କ ବିଗିଡ଼ିବାରେ
ନୂଆଦିଲ୍ଲୀ: ବାଂଲାଦେଶରେ ଶାସନଭାର ବଦଳିବାର ଅନେକ ମାସ ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ଵାଧୀନ ଅନ୍ତରୀଣ ସରକାର ଶେଖ ହସିନା ପ୍ରତ୍ୟର୍ପଣ କରିବାକୁ ଭାରତ ସରକାରଙ୍କୁ ଦାବି କରିଛି। ଏଥିପାଇଁ ବାଂଲାଦେଶ ଭାରତ ସରକାରଙ୍କୁ ଚିଠି ଲେଖିଛନ୍ତି। ଆଉ ଏହା ଉପରେ ଭାରତ ସରକାର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ‘ନୋ କମେଣ୍ଟ’। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ଵାଲ କହିଛନ୍ତି ଯେ, ବର୍ତ୍ତମାନ ନୂଆଦିଲ୍ଲୀ ପାଖରେ ଏହି ମାମଲାରେ କୌଣସି ଟିପ୍ପଣୀ ନାହିଁ।
ରଣଧୀର କହିଛନ୍ତି, ଆଜି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ସହିନାଙ୍କ ପ୍ରତ୍ୟର୍ପଣ ଅନୁରୋଧ ସଂପର୍କରେ ବାଂଲାଦେଶ ଉଚ୍ଚାୟୋଗଙ୍କଠୁ ଏକ ଚିଠି ମିଳିଛି। ବର୍ତ୍ତମାନ ଆମ ପାଖରେ ଏହି ପ୍ରସଙ୍ଗରେ କୌଣସି ଟିପ୍ପଣୀ ନାହିଁ।
ଶେଖ ସହିନା ଚଳିତ ବର୍ଷ ଅଗଷ୍ଟ ୫ ତାରିଖରେ ବାଂଲାଦେଶରେ ଭୀଷଣ ହିଂସାକାଣ୍ଡ ସମୟରେ ଦେଶ ଛାଡ଼ି ଭାରତ ପଳାଇ ଆସିଥିଲେ। ସେହି ଦିନଠୁ ସେ ଦିଲ୍ଲୀର ଏକ ଅଜ୍ଞାତ ସ୍ଥାନରେ ରହୁଛନ୍ତି। ହିଂସା ଓ ମୃତ୍ୟୁ ମାମଲାକୁ ନେଇ ଶେଖ ହସିନାଙ୍କ ବିରୋଧରେ ବାଂଲାଦେଶରେ ଅନେକ ମାମଲା ରୁଜୁ ହୋଇଛି। ଶେଖ ହସିନା ଦେଶରୁ ପଳାୟନ ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ଵରେ ଅନ୍ତରୀଣ ସରକାର ଚାଲିଛି। ଏହା ପରେ ବାଂଲାଦେଶରେ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ବଢି ଚାଲିଛି। ଏହି କାରଣରୁ ଭାରତ ଓ ବାଂଲାଦେଶ ମଧ୍ୟରେ ସଂପର୍କ ବିଗିଡ଼ିବାରେ ଲାଗିଛି।
Also read: ସନ୍ଧ୍ୟା ଥିଏଟରରେ ଦଳାଚକଟା ଘଟଣା: ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ସମନ
ଭାରତ ଓ ବାଂଲାଦେଶର ସରକାର ମଧ୍ୟରେ ୨୦୧୩ରେ ପ୍ରତ୍ୟର୍ପଣକୁ ନେଇ ଚୁକ୍ତି ହୋଇଥିଲା। ଏହା ଅନୁଯାୟୀ, ଅଭିଯୁକ୍ତ କିମ୍ବା ପଳାତକଙ୍କୁ ପରସ୍ପର ଦେଶକୁ ପ୍ରତ୍ୟର୍ପଣ କରାଯିବ। ବାଂଲାଦେଶ ସରକାର କହିଛନ୍ତି, ଏହି ଚୁକ୍ତି ଆଧାରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଦାବି କରାଯାଇଛି। ତେବେ ଏହି ପ୍ରତ୍ୟର୍ପଣ ସନ୍ଧିର ଗୋଟିଏ ଧାରାରେ ଏହା ଉଲ୍ଲେଖ ରହିଛି ଯେ, ପ୍ରତ୍ୟର୍ପିତ ହେବାକୁ ଥିବା ବ୍ୟକ୍ତିଙ୍କ ବିରୋଧରେ ଲଗାଯାଇଥିବା ଅଭିଯୋଗ ଯଦି ରାଜନୈତିକ ପ୍ରକୃତିର ହୋଇଥିବ ତେବେ ପ୍ରତ୍ୟର୍ପଣ ଅନୁରୋଧ ଖାରଜ କରାଯିବ।
Also read: ଆସିଲା ନୂଆ ଡିଭାଇସ୍; ଦୂର ହେବ ବିଜୁଳି ଅଭାବ, ଟ୍ରାଫିକ୍ ଧୂଆଁରୁ ବାହାରିବ ବିଜୁଳି
ଭାରତ ଓ ବାଂଲାଦେଶ ମଧ୍ୟରେ ହୋଇଥିବା ପ୍ରତ୍ୟର୍ପଣ ଚୁକ୍ତି ଅନୁସାରେ ରାଜନୈତିକ ମାମଲାକୁ ବାଦ୍ ଦେଇ ଅପରାଧରେ ସାମିଲ ବ୍ୟକ୍ତିଙ୍କ ପ୍ରତ୍ୟର୍ପଣ ଦାବି କରାଯାଇ ପାରିବ। ଏହି ଅପରାଧରେ ଆତଙ୍କବାଦ, ବୋମା ବିସ୍ଫୋରଣ, ହତ୍ୟା ଓ ନିଖୋଜ ମାମଲା ସାମିଲ। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ଗଣହତ୍ୟା, ଲୁଟ୍ପାଟ୍ ଓ ଷଡ଼ଯନ୍ତ୍ର ଅଭିଯୋଗ ସାମିଲ୍।ଏହା ବ୍ୟତୀତ ବାଂଲାଦେଶର ଏକ ଆୟୋଗ ଶେଖ ହସିନାଙ୍କ ବିରୋଧରେ ଲୋକଙ୍କୁ ଗାଏବ କରିବାର ମାମଲା ରୁଜୁ କରିଛି।