ଶେଖ ହସିନାଙ୍କୁ ବାଂଲାଦେଶ ପଠାଇବ ଭାରତ! ଜାଣନ୍ତୁ କ’ଣ କହିଲା ବୈଦେଶିକ ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୩୧।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ବାଂଲାଦେଶରୁ କୌଣସି ସମ୍ଭାବ୍ୟ ଦାବି ସମ୍ପର୍କରେ ବିସ୍ତୃତ ଭାବେ କହିବାକୁ ଭାରତ ମନା କରିଦେଇଛି। ତେବେ ପଡୋଶୀ ଦେଶରେ ଅଶାନ୍ତି ହେତୁ ବିକାଶ ପ୍ରକଳ୍ପର କାର୍ଯ୍ୟ ବନ୍ଦ ହୋଇଯାଇଥିବା ଭାରତ ସ୍ବୀକାର କରିଛି। ରିପୋର୍ଟ ଅନୁଯାୟୀ, ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ ଏହା ଏକ ,ଭଳି ପ୍ରସଙ୍ଗ ଯାହା କଳ୍ପନିକ ଦାବି ଉପରେ ଆଧାରିତ। ସେ କହିଛନ୍ତି ଯେ ଆମେ କହି […] The post ଶେଖ ହସିନାଙ୍କୁ ବାଂଲାଦେଶ ପଠାଇବ ଭାରତ! ଜାଣନ୍ତୁ କ’ଣ କହିଲା ବୈଦେଶିକ ମନ୍ତ୍ରଣାଳୟ appeared first on Dharitri Odia News.
ନୂଆଦିଲ୍ଲୀ,୩୧।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ବାଂଲାଦେଶରୁ କୌଣସି ସମ୍ଭାବ୍ୟ ଦାବି ସମ୍ପର୍କରେ ବିସ୍ତୃତ ଭାବେ କହିବାକୁ ଭାରତ ମନା କରିଦେଇଛି। ତେବେ ପଡୋଶୀ ଦେଶରେ ଅଶାନ୍ତି ହେତୁ ବିକାଶ ପ୍ରକଳ୍ପର କାର୍ଯ୍ୟ ବନ୍ଦ ହୋଇଯାଇଥିବା ଭାରତ ସ୍ବୀକାର କରିଛି।
ରିପୋର୍ଟ ଅନୁଯାୟୀ, ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ ଏହା ଏକ ,ଭଳି ପ୍ରସଙ୍ଗ ଯାହା କଳ୍ପନିକ ଦାବି ଉପରେ ଆଧାରିତ। ସେ କହିଛନ୍ତି ଯେ ଆମେ କହି ସାରିଛୁ ଯେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସୁରକ୍ଷା କାରଣରୁ ଖୁବ କମ ସମୟ ମଧ୍ୟରେ ଭାରତ ଆସିଥିଲେ।
ସରକାର ବିରୋଧରେ ସପ୍ତାହେ ଧରି ଛାତ୍ର ବିରୋଧ ପ୍ରଦର୍ଶନ ପରେ ଶେଖ ହସିନା ୫ ଅଗଷ୍ଟ ୨୦୨୪ରେ ଇସ୍ତଫା ଦେଇ ଦେଶ ଛାଡି ଭାରତକୁ ପଳାଇ ଆସିଥିଲେ। ବର୍ତ୍ତମାନ ସେ ଏକ ସୁରକ୍ଷିତ ସ୍ଥାନରେ ଅଛନ୍ତି, ଯଦିଓ ଭାରତୀୟ କର୍ତ୍ତୃପକ୍ଷ ସେ କେଉଁଠାରେ ଅଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ଦେଇନାହାଁନ୍ତି। ହେଲେ ବାଂଲାଦେଶର ଅନେକ ବିରୋଧୀ ଦଳ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କୁ ଶେଖ ହସିନାଙ୍କ ପ୍ରତ୍ୟର୍ପଣ କରିବାକୁ ଦାବି କରିଛନ୍ତି।
The post ଶେଖ ହସିନାଙ୍କୁ ବାଂଲାଦେଶ ପଠାଇବ ଭାରତ! ଜାଣନ୍ତୁ କ’ଣ କହିଲା ବୈଦେଶିକ ମନ୍ତ୍ରଣାଳୟ appeared first on Dharitri Odia News.