ଶେଖ ହସିନାଙ୍କୁ ଶରଣ ଦେଉଛନ୍ତି, ଆଉ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ କଥା କହୁଛନ୍ତି: ହେମନ୍ତ ସୋରେନ
ରାଞ୍ଚି: ଝାରଖଣ୍ଡରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ପାରଦ ଉପରମୁହାଁ ରହିଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଜେପିକୁ କଡ଼ା ଶବ୍ଦର ସମାଲୋଚନା କରି ବାଂଲାଦେଶ ସହ ସମ୍ବନ୍ଧ ବଢାଉଥିବା ଅଭିଯୋଗ କରିଛନ୍ତି। ଗଢବା ବିଧାନସଭା ଆସନର ରାଙ୍କାରେ ଆୟୋଜିତ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)ର କାର୍ଯ୍ୟକାରୀ ସଭାପତି କହିଛନ୍ତି, ବିଜେପି ନେତାଙ୍କ ବାଂଲାଦେଶକୁ ନେଇ ଦୋମୁହାଁ ମାପଦଣ୍ଡ ରହିଛି।ସେ ପ୍ରଶ୍ନ କରିଛନ୍ତି ଯେ, ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ତାଙ୍କ ଦେଶରୁ କ୍ଷମତାରୁ ବିତାଡ଼ିତ କରିବା ପରେ ଭାରତରେ ଶରଣ ନେବାକୁ କେନ୍ଦ୍ର ସରକାର କାହିଁକି ଅନୁମତି ଦେଇଛନ୍ତି। ସୋରେନ ଏହା ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶପଥ ନେବା ସମୟରେ ସମ୍ବିଧାନ ଆଗରେ ମୁଣ୍ଡ ନୁଆଁଇ କହିଥିଲେ ଦେଶ ସମ୍ବିଧାନ ଅନୁସାରେ ଚାଲିବ ଓ ସମାଜର ସବୁ ବର୍ଗଙ୍କୁ ସମାନ ଅଧିକାର ମିଳିବ। ମୁଁ ତାଙ୍କୁ ପଚାରିବାକୁ ଚାହୁଁଛି ଯେ, କଣ ଆପଣ ବାଂଲାଦେଶ ସହିତ କୌଣସି ଆଭ୍ୟନ୍ତରୀଣ ବ୍ୟବସ୍ଥା କରିଛନ୍ତି କି ? ଆପଣ ଶେଖ ହସିନାଙ୍କ ହେଲିକପ୍ଟରକୁ ଏଠାରେ ଓହ୍ଲାଇବା ପାଇଁ କେମିତି ଅନୁମତି ଦେଲେ ? ଆପଣ ତାଙ୍କୁ କେଉଁ ଆଧାରରେ ଶରଣ ଦେଇଛନ୍ତି ? କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ରାଞ୍ଚିରେ ଏକ ନିର୍ବାଚନୀ ରାଲିରେ ଦେଇଥିବା ବୟାନ ଉପରେ ମୁଖ୍ୟମନ୍ତ୍ରୀ ହ
ରାଞ୍ଚି: ଝାରଖଣ୍ଡରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ପାରଦ ଉପରମୁହାଁ ରହିଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଜେପିକୁ କଡ଼ା ଶବ୍ଦର ସମାଲୋଚନା କରି ବାଂଲାଦେଶ ସହ ସମ୍ବନ୍ଧ ବଢାଉଥିବା ଅଭିଯୋଗ କରିଛନ୍ତି। ଗଢବା ବିଧାନସଭା ଆସନର ରାଙ୍କାରେ ଆୟୋଜିତ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)ର କାର୍ଯ୍ୟକାରୀ ସଭାପତି କହିଛନ୍ତି, ବିଜେପି ନେତାଙ୍କ ବାଂଲାଦେଶକୁ ନେଇ ଦୋମୁହାଁ ମାପଦଣ୍ଡ ରହିଛି।
ସେ ପ୍ରଶ୍ନ କରିଛନ୍ତି ଯେ, ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ତାଙ୍କ ଦେଶରୁ କ୍ଷମତାରୁ ବିତାଡ଼ିତ କରିବା ପରେ ଭାରତରେ ଶରଣ ନେବାକୁ କେନ୍ଦ୍ର ସରକାର କାହିଁକି ଅନୁମତି ଦେଇଛନ୍ତି। ସୋରେନ ଏହା ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶପଥ ନେବା ସମୟରେ ସମ୍ବିଧାନ ଆଗରେ ମୁଣ୍ଡ ନୁଆଁଇ କହିଥିଲେ ଦେଶ ସମ୍ବିଧାନ ଅନୁସାରେ ଚାଲିବ ଓ ସମାଜର ସବୁ ବର୍ଗଙ୍କୁ ସମାନ ଅଧିକାର ମିଳିବ। ମୁଁ ତାଙ୍କୁ ପଚାରିବାକୁ ଚାହୁଁଛି ଯେ, କଣ ଆପଣ ବାଂଲାଦେଶ ସହିତ କୌଣସି ଆଭ୍ୟନ୍ତରୀଣ ବ୍ୟବସ୍ଥା କରିଛନ୍ତି କି ? ଆପଣ ଶେଖ ହସିନାଙ୍କ ହେଲିକପ୍ଟରକୁ ଏଠାରେ ଓହ୍ଲାଇବା ପାଇଁ କେମିତି ଅନୁମତି ଦେଲେ ? ଆପଣ ତାଙ୍କୁ କେଉଁ ଆଧାରରେ ଶରଣ ଦେଇଛନ୍ତି ?
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ରାଞ୍ଚିରେ ଏକ ନିର୍ବାଚନୀ ରାଲିରେ ଦେଇଥିବା ବୟାନ ଉପରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଉପରୋକ୍ତ ଜବାବ ଦେଇଛନ୍ତି। ଅମିତ୍ ଶାହ କହିଥିଲେ, ସୋରେନ ସରକାର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ସଂରକ୍ଷଣ ଦେଉଛନ୍ତି। ସେ ଦାବି କରିଥିଲେ ଯେ, ଝାରଖଣ୍ଡରେ ଆଦିବାସୀଙ୍କ ସଂଖ୍ୟା ହ୍ରାସ ପାଉଛି ଏବଂ ସେମାନଙ୍କର ଜନସଂଖ୍ୟା ଦ୍ରୁତ ଗତିରେ ବଦଳୁଛି।
ଅମିତ ଶାହ ଦାବି କରିଥିଲେ ଯେ, ଆଗାମୀ ବିଧାନସଭା ନିର୍ବାଚନରେ ଯଦି ବିଜେପି ବିଜୟୀ ହୁଏ ତେବେ ଝାରଖଣ୍ଡରୁ ଜମି ଫେରାଇ ଆଣିବା ସହ ସେମାନଙ୍କୁ କାଢିବା ପାଇଁ ଏକ କଠୋର ଆଇନ ତିଆରି କରାଯିବ। ଗୃହ ମନ୍ତ୍ରୀଙ୍କ ଏହି ଟିପ୍ପଣୀ ଉପରେ ଜବାବ ଦେଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରଶ୍ନ କରିଛନ୍ତି ଯେ, ଝାରଖଣ୍ଡରେ ଉତ୍ପାଦିତ ବିଜୁଳିକୁ କେନ୍ଦ୍ର ସରକାର କାହିଁକି ବାଂଲାଦେଶକୁ ଦେଉଛନ୍ତି।