ଶେଷ ପର୍ଯ୍ୟାୟ ଭୋଟ ଦେଉଛି ରାଜ୍ୟ,ଦିନ ୧ ଟା ସୁଦ୍ଧା ୩୭.୬୪% ମତଦାନ

ଭୁବନେଶ୍ୱର:ଆଜି ରାଜ୍ୟରେ ଚାଲିଛି ଅନ୍ତିମ ପର୍ଯ୍ୟାୟ ମତଦାନ I ଦିନ ୧ ଟା ସୁଦ୍ଧା ୩୭.୬୪ ପ୍ରତିଶତ ମତଦାନ ହୋଇଛି। ନିର୍ବାଚନ କମିଶନଙ୍କ ୱେବସାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଦିନ ୧ ଟା ସୁଦ୍ଧା ଓଡ଼ିଶାରେ ୩୭.୬୪ % ମତଦାନ ହୋଇଛି। ବାଲେଶ୍ୱରରେ ସର୍ବାଧିକ ୪୦.୭୧ ପ୍ରତିଶତ ମତଦାନ ହୋଇଥିବାବେଳେ ମୟୁରଭଞ୍ଜ ସଂସଦୀୟ କ୍ଷେତ୍ରରେ ୪୦.୦୯ ୧% ମତଦାନ ହୋଇଛି I ସେହିଭଳି ଭଦ୍ରକ ୩୬.୬୪ ପ୍ରତିଶତ, ଜଗତସିଂହପୁର ୩୮.୮୨ ପ୍ରତିଶତ, ଯାଜପୁର ୩୩.୯୬ ପ୍ରତିଶତ, କେନ୍ଦ୍ରାପଡା […]

ଶେଷ ପର୍ଯ୍ୟାୟ ଭୋଟ ଦେଉଛି ରାଜ୍ୟ,ଦିନ ୧ ଟା ସୁଦ୍ଧା ୩୭.୬୪% ମତଦାନ
ଶେଷ ପର୍ଯ୍ୟାୟ ଭୋଟ ଦେଉଛି ରାଜ୍ୟ,ଦିନ ୧ ଟା ସୁଦ୍ଧା ୩୭.୬୪% ମତଦାନ

ଭୁବନେଶ୍ୱର:ଆଜି ରାଜ୍ୟରେ ଚାଲିଛି ଅନ୍ତିମ ପର୍ଯ୍ୟାୟ ମତଦାନ I ଦିନ ୧ ଟା ସୁଦ୍ଧା ୩୭.୬୪ ପ୍ରତିଶତ ମତଦାନ ହୋଇଛି। ନିର୍ବାଚନ କମିଶନଙ୍କ ୱେବସାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଦିନ ୧ ଟା ସୁଦ୍ଧା ଓଡ଼ିଶାରେ ୩୭.୬୪ % ମତଦାନ ହୋଇଛି। ବାଲେଶ୍ୱରରେ ସର୍ବାଧିକ ୪୦.୭୧ ପ୍ରତିଶତ ମତଦାନ ହୋଇଥିବାବେଳେ ମୟୁରଭଞ୍ଜ ସଂସଦୀୟ କ୍ଷେତ୍ରରେ ୪୦.୦୯ ୧% ମତଦାନ ହୋଇଛି I ସେହିଭଳି ଭଦ୍ରକ ୩୬.୬୪ ପ୍ରତିଶତ, ଜଗତସିଂହପୁର ୩୮.୮୨ ପ୍ରତିଶତ, ଯାଜପୁର ୩୩.୯୬ ପ୍ରତିଶତ, କେନ୍ଦ୍ରାପଡା ୩୫.୮୪ ପ୍ରତିଶତ ଓ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ୪୦.୦୯ ପ୍ରତିଶତ ଭୋଟିଂ ହୋଇଛି।

ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୯୯ ଲକ୍ଷ ୬୧ ହଜାର ୫୭ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୫୦ ଲକ୍ଷ ୮୮ ହଜାର ୦୭୬ ପୁରୁଷ, ୪୮ ଲକ୍ଷ ୭୨ ହଜାର ୨୯୪ ମହିଳା ତଥା ୬୮୭ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। ୬ ଲୋକସଭା ଆସନ ପାଇଁ ୬୬ ଜଣ ପ୍ରାର୍ଥୀ ଥିବା ବେଳେ ୪୨ ବିଧାନସଭା ଆସନରେ ଲଢୁଛନ୍ତି ୩୯୪ ଜଣ ପ୍ରାର୍ଥୀ।

ଏହି ପର୍ଯ୍ୟାୟରେ ମୋଟ୍ ୧୦ ହଜାର ୮୮୨ ବୁଥ୍ କରାଯାଇଛି। ଏଥିରୁ କେବଳ ୧୪୦୦ ବୁଥ ମହିଳାଙ୍କ ଦ୍ବାରା ପରିଚାଳିତ ହେଉଛି। ସେହିପରି ୨୧ ପ୍ରତିଶତ ବୁଥକୁ ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଛି। ଏସବୁ ବୁଥ ଗୁଡିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।