ଶେଷ ମୁହୂର୍ତ୍ତରେ କେକେଆର୍‌ ଛାଡ଼ିଲେ ଏହି ଷ୍ଟାର କ୍ରିକେଟର, ସଲ୍ଟଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୨।୩: ଆଉ ଦିନ କେଇଟା ପରେ ଆଇପିଏଲ୍‌ ୨୦୨୪ ଆରମ୍ଭ ହେବ। ଏହାପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ଛାଡ଼ିଛନ୍ତି ଚର୍ଚ୍ଚିତ ବିଦେଶୀ ଖେଳାଳି ଜେସନ ରୟ। ସେ ଟୁର୍ନାମେଣ୍ଟରୁ ଓହରି ଯିବା ପରେ କେକେଆର୍‌ ତାଙ୍କ ସ୍ଥାନରେ ଇଂଲଣ୍ତର ଅନ୍ୟତମ ଖେଳାଳି ଫିଲ ସଲ୍ଟକୁ ଦଳରେ ସାମିଲ କରିଛି। କେକେଆର ସଲ୍ଟଙ୍କୁ ୧.୫୦ କୋଟି ଟଙ୍କାରେ କିଣିଛି। ତେବେ ନିଲାମ ବେଳେ ତାଙ୍କୁ କୌଣସି ପ୍ରାଞ୍ଚାଇଜ କିଣି ନ ଥିଲେ। ଜେସନ ରୟଙ୍କୁ କେକେଆର୍‌ ନିଲାମ ବେଳେ […] The post ଶେଷ ମୁହୂର୍ତ୍ତରେ କେକେଆର୍‌ ଛାଡ଼ିଲେ ଏହି ଷ୍ଟାର କ୍ରିକେଟର, ସଲ୍ଟଙ୍କୁ ମିଳିଲା ସୁଯୋଗ appeared first on Dharitri Odia News.

ଶେଷ ମୁହୂର୍ତ୍ତରେ କେକେଆର୍‌ ଛାଡ଼ିଲେ ଏହି ଷ୍ଟାର କ୍ରିକେଟର, ସଲ୍ଟଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୨।୩: ଆଉ ଦିନ କେଇଟା ପରେ ଆଇପିଏଲ୍‌ ୨୦୨୪ ଆରମ୍ଭ ହେବ। ଏହାପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ଛାଡ଼ିଛନ୍ତି ଚର୍ଚ୍ଚିତ ବିଦେଶୀ ଖେଳାଳି ଜେସନ ରୟ। ସେ ଟୁର୍ନାମେଣ୍ଟରୁ ଓହରି ଯିବା ପରେ କେକେଆର୍‌ ତାଙ୍କ ସ୍ଥାନରେ ଇଂଲଣ୍ତର ଅନ୍ୟତମ ଖେଳାଳି ଫିଲ ସଲ୍ଟକୁ ଦଳରେ ସାମିଲ କରିଛି। କେକେଆର ସଲ୍ଟଙ୍କୁ ୧.୫୦ କୋଟି ଟଙ୍କାରେ କିଣିଛି। ତେବେ ନିଲାମ ବେଳେ ତାଙ୍କୁ କୌଣସି ପ୍ରାଞ୍ଚାଇଜ କିଣି ନ ଥିଲେ।

ଜେସନ ରୟଙ୍କୁ କେକେଆର୍‌ ନିଲାମ ବେଳେ ୧.୫୦ କୋଟି ଟଙ୍କା କିଣିଥିଲା। କିନ୍ତୁ ଶେଷ ମୂହୁର୍ତ୍ତରେ ଟୁର୍ନାମେଣ୍ଟରେ ଭାଗ ନେବେ ନାହିଁ ବୋଲି କହିଛନ୍ତି। ରୟଙ୍କ ଏପରି ନିଷ୍ପତ୍ତି ପରେ କେକେଆର ସଲ୍ଟଙ୍କୁ କିଣିଛି। ଏହାର କାରଣ ବିଷୟରେ ରୟ କହିଛନ୍ତି, କ୍ରିକେଟ ଅପେକ୍ଷା ସେ କିଛି ସମୟ ପରିବାର ଲୋକଙ୍କ ସହ ବିତାଇବାକୁ ଚାହୁଁଛନ୍ତି। ଅନେକ କିଛି ବିଚାର କରିବା ପରେ ସେ ସବୁଠାରୁ ବଡ଼ ଓ କଠିନ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ଆଇପିଏଲ ସେ ମନେପକାଇବେ। ସେ ପୂରା ଟୁର୍ନାମେଣ୍ଟରେ ବନ୍ଧୁ ଓ କେକେଆର୍‌ ଖେଳାଳିଙ୍କୁ ସମର୍ଥନ କରିବେ। ସେମାନଙ୍କୁ ଆଇପିଏଲ୍‌ ପାଇଁ ଶୁଭେଚ୍ଛା ଜଣାଉଛି ବୋଲି ସେ କହିଛନ୍ତି।

The post ଶେଷ ମୁହୂର୍ତ୍ତରେ କେକେଆର୍‌ ଛାଡ଼ିଲେ ଏହି ଷ୍ଟାର କ୍ରିକେଟର, ସଲ୍ଟଙ୍କୁ ମିଳିଲା ସୁଯୋଗ appeared first on Dharitri Odia News.