ଶେଷ ସେଲଫି ନେଲେ, ଗଙ୍ଗାକୁ ଡେଇଁପଡିଲେ....କନ୍ଦାଇଦେବ ସାହାରନପୁର ଦମ୍ପତ୍ତିଙ୍କ ଆତ୍ମହତ୍ୟା ଘଟଣା

ଉତ୍ତରପ୍ରଦେଶ ୧୩/୦୮: କାଳ ହେଲା ଋଣ ଭାର । ଜୀବନ ହାରିଦେଲେ ସାହରନପୁର ଦମ୍ପତ୍ତି । ଏମିତିକି ଆତ୍ମହତ୍ୟା ପୂର୍ବରୁ ନେଇଥିଲେ ନେଇଥିଲେ ଶେଷ ସେଲଫି । ଖାଲି ସେଲଫି ନେଇନଥିଲେ ତ ମୃତ୍ୟୁ ପୂର୍ବରୁ ଲେଖିଥିଲେ କିଛି । ଯାହା ଏବେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଲେଖିଥିଲେ କି, ‘କରଜରେ ବୁଡ଼ି ସାରିଲୁଣି । ସୁଧ ଦେଇ ଦେଇ ନୟାନ୍ତ ହେଲୁଣି। ଆମ ପାଖରେ ଆଉ ଦେବାକୁ କିଛି ନାହିଁ । ତେଣୁ ଆମେ ନିଜ ଜୀବନ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛୁ । ଏମିତି ଲେଖି ମେସେଜ ଦେବା ସହ ନିଜର ଶେଷ ସେଲଫି ଜଣେ ସାଙ୍ଗଙ୍କ ନିକଟକୁ ପଠାଇ ଗଙ୍ଗା ନଦୀକୁ ଡେଇଁ ପଡ଼ିଲେ ଦମ୍ପତି । ଯାହା ଜଣାପଡିଛି କି, ଆତ୍ମହତ୍ୟା କରିବା ନିମନ୍ତେ ସେମାନେ ବାଇକ୍‌ରେ ଶହେ କିମି ଆସିଥିବା ଜଣାଯାଇଛି । ଜୀବନ ହାରିଥିବା ଦମ୍ପତ୍ତି ହେଉଛନ୍ତି ଉତ୍ତପ୍ରଦେଶ ସାହାରନପୁର ନିବାସୀ ସୌରଭ ବବ୍ବର ଓ ମୌନା ବବ୍ବର । ପୋଲିସ୍‌ ଗଙ୍ଗା ନଦୀରୁ ସୌରଭଙ୍କ ମୃତଦେହ ଉଦ୍ଧାର କରିବା ପରେ ତାଙ୍କ ଶବ ସତ୍କାର କରାଯାଇଛି । ମାତ୍ର ମୌନାଙ୍କ ପତ୍ତା ମିଳି ପାରି ନାହିଁ । ସୂଚନା ଥାଉକି, ସୌରଭ ଜଣେ ସୁନା ବେପାରୀ ହୋଇଥିବା ବେଳେ ୧୮ ବର୍ଷ ତଳେ ମୌନାଙ୍କୁ ବିବାହ କରିଥିଲେ। ଉଭୟଙ୍କ ସଂସାର ବେଶ୍‌ ହସଖୁସିରେ ଚାଲିଥିବା ବେଳେ ସେମାନଙ୍କ ଏକ ୧୨ ବର୍ଷୀୟା ଝିଅ ଓ ୭ ବର୍ଷୀୟ ଦିବ୍ୟାଙ୍ଗ ପୁଅ ଅଛନ୍ତି। ଗତ କିଛି ବର୍ଷ ହେବ ସୌରଭଙ୍କ ବେପାରରେ କ୍ଷତି ହେଉଥିବାରୁ ସେ କୋଟି କୋଟି ଟଙ୍କା

ଶେଷ ସେଲଫି ନେଲେ, ଗଙ୍ଗାକୁ ଡେଇଁପଡିଲେ....କନ୍ଦାଇଦେବ ସାହାରନପୁର ଦମ୍ପତ୍ତିଙ୍କ ଆତ୍ମହତ୍ୟା ଘଟଣା

ଉତ୍ତରପ୍ରଦେଶ ୧୩/୦୮: କାଳ ହେଲା ଋଣ ଭାର । ଜୀବନ ହାରିଦେଲେ ସାହରନପୁର ଦମ୍ପତ୍ତି । ଏମିତିକି ଆତ୍ମହତ୍ୟା ପୂର୍ବରୁ ନେଇଥିଲେ ନେଇଥିଲେ ଶେଷ ସେଲଫି । ଖାଲି ସେଲଫି ନେଇନଥିଲେ ତ ମୃତ୍ୟୁ ପୂର୍ବରୁ ଲେଖିଥିଲେ କିଛି । ଯାହା ଏବେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଲେଖିଥିଲେ କି, ‘କରଜରେ ବୁଡ଼ି ସାରିଲୁଣି । ସୁଧ ଦେଇ ଦେଇ ନୟାନ୍ତ ହେଲୁଣି। ଆମ ପାଖରେ ଆଉ ଦେବାକୁ କିଛି ନାହିଁ । ତେଣୁ ଆମେ ନିଜ ଜୀବନ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛୁ । 

ଏମିତି ଲେଖି ମେସେଜ ଦେବା ସହ ନିଜର ଶେଷ ସେଲଫି ଜଣେ ସାଙ୍ଗଙ୍କ ନିକଟକୁ ପଠାଇ ଗଙ୍ଗା ନଦୀକୁ ଡେଇଁ ପଡ଼ିଲେ ଦମ୍ପତି । ଯାହା ଜଣାପଡିଛି କି, ଆତ୍ମହତ୍ୟା କରିବା ନିମନ୍ତେ ସେମାନେ ବାଇକ୍‌ରେ ଶହେ କିମି ଆସିଥିବା ଜଣାଯାଇଛି । ଜୀବନ ହାରିଥିବା ଦମ୍ପତ୍ତି ହେଉଛନ୍ତି ଉତ୍ତପ୍ରଦେଶ ସାହାରନପୁର ନିବାସୀ ସୌରଭ ବବ୍ବର ଓ ମୌନା ବବ୍ବର । ପୋଲିସ୍‌ ଗଙ୍ଗା ନଦୀରୁ ସୌରଭଙ୍କ ମୃତଦେହ ଉଦ୍ଧାର କରିବା ପରେ ତାଙ୍କ ଶବ ସତ୍କାର କରାଯାଇଛି । ମାତ୍ର ମୌନାଙ୍କ ପତ୍ତା ମିଳି ପାରି ନାହିଁ । 

ସୂଚନା ଥାଉକି, ସୌରଭ ଜଣେ ସୁନା ବେପାରୀ ହୋଇଥିବା ବେଳେ ୧୮ ବର୍ଷ ତଳେ ମୌନାଙ୍କୁ ବିବାହ କରିଥିଲେ। ଉଭୟଙ୍କ ସଂସାର ବେଶ୍‌ ହସଖୁସିରେ ଚାଲିଥିବା ବେଳେ ସେମାନଙ୍କ ଏକ ୧୨ ବର୍ଷୀୟା ଝିଅ ଓ ୭ ବର୍ଷୀୟ ଦିବ୍ୟାଙ୍ଗ ପୁଅ ଅଛନ୍ତି। ଗତ କିଛି ବର୍ଷ ହେବ ସୌରଭଙ୍କ ବେପାରରେ କ୍ଷତି ହେଉଥିବାରୁ ସେ କୋଟି କୋଟି ଟଙ୍କା ଧାରକରଜରେ ବୁଡ଼ି ଯାଇଥିଲେ । ଏପରିକି କରଜ ଟଙ୍କାର ସୁଧ ବି ପରିଶୋଧ କରି ପାରୁ ନଥିଲେ । 

ଏହାକୁ ନେଇ ଋଣଦାତାମାନେ ତାଙ୍କୁ ବାରମ୍ବାର ଅପମାନିତ କରୁଥିଲେ । ଏନେଇ ସେ ନିଜ ପତ୍ନୀଙ୍କୁ ଜଣାଇବା ପରେ ଉଭୟ ଏମିତି କରିବାକୁ ନିଷ୍ପତ୍ତି ନେଇଥିଲେ । ପରେ ଘରୁ ବାହାରି ହରିଦ୍ୱାରସ୍ଥିତ ଗଙ୍ଗା ନଦୀ କୂଳକୁ ଆସିଥିଲେ। ସେଠାରେ ଏକ ବ୍ରିଜ ଉପରେ ସେମାନେ ନିଜ ଜୀବନର ଶେଷ ସେଲଫି ଉଠାଇଥିଲେ। ଏଥିସହ ଆତ୍ମହତ୍ୟା କରୁଥିବା ନେଇ ନିଜ ସାଙ୍ଗକୁ ହ୍ୱାଟ୍ସ ଆପ୍‌ରେ ମେସେଜ କରିଥିଲେ। ଏହାପରେ ଉଭୟ ଗଙ୍ଗା ନଦୀକୁ ଡେଇଁ ପଡ଼ିଥିଲେ । 

ସୌରଭଙ୍କ ସାଙ୍ଗ ଏ ସଂପର୍କରେ ଜାଣିବା ପରେ ତାଙ୍କ ପରିବାରବର୍ଗଙ୍କୁ ସୂଚନା ଦେଇଥିଲେ । ଏହାପରେ ପରିବାର ଲୋକେ ପୋଲିସ୍‌କୁ ଖବର ଦେଇଥିଲେ । ହରିଦ୍ୱାର ପୋଲିସ୍‌ ତୁରନ୍ତ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଖୋଜଖୋଜି କରି ସୌରଭଙ୍କ ମୃତଦେହ ଉଦ୍ଧାର କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ପରିବାର ଲୋକେ ଶୋକାକୂଳ ପରିବେଶରେ ସୌରଭଙ୍କ ଶେଷକୃତ୍ୟ ସମ୍ପନ୍ନ କରିଥିବା ବେଳେ ତାଙ୍କ ପତ୍ନୀ ମୌନାଙ୍କ ପତ୍ତା ମିଳି ପାରିନି।