୨୪ ଘଣ୍ଟା ଖୋଲା ରହିବ ନିରାମୟ
ଭୁବନେଶ୍ବର: ୨୪ ଘଣ୍ଟା ଖୋଲା ରହିବ ନିରାମୟ । ଏହାର ଖିଲାପ ହେଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ସେଥିପାଇଁ ସ୍କ୍ବାଡ୍ ଗଠନ କଲା ସାଧାରଣ ଉଦ୍ୟୋଗ ବିଭାଗ । ସେମାନେ ଅଚାନକ ନିରାମୟ ପରିଦର୍ଶନ କରିବେ । ନିରାମୟ ଖୋଲା ନଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ସବୁ ସ୍ଥିତିର ଯାଞ୍ଚ କରାଯିବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇ କହିଛନ୍ତି “ଏଣିକି […]

ଭୁବନେଶ୍ବର: ୨୪ ଘଣ୍ଟା ଖୋଲା ରହିବ ନିରାମୟ । ଏହାର ଖିଲାପ ହେଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ସେଥିପାଇଁ ସ୍କ୍ବାଡ୍ ଗଠନ କଲା ସାଧାରଣ ଉଦ୍ୟୋଗ ବିଭାଗ । ସେମାନେ ଅଚାନକ ନିରାମୟ ପରିଦର୍ଶନ କରିବେ । ନିରାମୟ ଖୋଲା ନଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ସବୁ ସ୍ଥିତିର ଯାଞ୍ଚ କରାଯିବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇ କହିଛନ୍ତି “ଏଣିକି ୨୪ଘଣ୍ଟା ନିରାମୟ ଖୋଲାଯିବ । ଏହାର ଖିଲାପ ଯେପରି ନହୁଏ ସେଥିପାଇଁ ସ୍କ୍ବାର୍ଡ ଗଠନ କରାଯାଇଛି । ନିରାମୟ ଖୋଲା ନଥିଲେ କାର୍ଯ୍ୟାନୁଷ୍ଠାନ ହେବ । ସରପ୍ରାଇଜ ଭିଜିଟ କରି କମିଟି ଯାଞ୍ଚ କରିବ । ରାତିରେ ନିରାମୟ ଖୋଲୁଛି କି ନାହିଁ ନଜର ରଖାଯିବ । ଏକ୍ସପାଏରୀ ଔଷଧ ରହୁଛି ନାହିଁ ସେନେଇ ମଧ୍ୟ ଯାଞ୍ଚ କରାଯିବ । ” ତେବେ ମନ୍ତ୍ରୀ ଔଷଧ ନିଗମର ଔଷଧ ସଠିକ୍ ସମୟରେ ପହଞ୍ଚୁଛି କି ନାହିଁ ସେ ନେଇ ମଧ୍ୟ ମନ୍ତ୍ରୀ ସମୀକ୍ଷା କରିଛନ୍ତି । ଔଷଧ, ନାପକିନ୍ ଯେପରି ଭାବେ ସ୍କୁଲରେ ପହଞ୍ଚିବ ସେ ଉପରେ ଗୁରୁତ୍ବ ଦିଆଯାଇଛି ।