ଅନଲାଇନ ଗେମ୍ ଖେଳି କୋଟି ପତି, ୬ଟି ଘରେ ପଶିଲା ଇଡି
ବଣାଇ ୨୭/୦୭: ରାତା ରାତି କୋଟିପତି ନିଶା । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବଡଗୋଗୁଆ ଗ୍ରାମରେ କିଛି ଯୁବକ ଅନଲାଇନ ଗେମ ଖେଳୁଥିଲେ । ଗେମ ଖେଳି ଏତେ ଟଙ୍କା ଆସିଲା ବ୍ୟାଙ୍କ ବି ଏତେ ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ଧୀରେ ଧୀରେ ଘଟଣା ଗାଁ ଠାରୁ ଆଖ ପାଖ ପ୍ରଘଟ ହେଲା । ଆଖି ଖସିଲା ପରି ଘର । ଗାଡି, ଚାଲି ଚଳଣି ବଦଳି ଗଲା । ଯିଏ ଦେଖିଲା ସେ କହିଲା ଗେମ କା କମାଲ । ଆଉ ଏହାର ମୁଖ୍ୟ ଥିଲା ଅରୁଣ କୁମାର, ଏବେ ଏହି ବଡ଼ ଗୋଗୁଆ ଗାଁରେ ପଶ୍ଚିମବଙ୍ଗର ଇଡିର ୪୦ ଜଣିଆ ଟିମ ଗତକାଲି ସକାଳୁ ଠାରୁ ଦିନ ରାତି ଏକ କରି ୬ଟି ଘରେ କଲେ ରେଡଜାରି ରଖିଛନ୍ତି । ପ୍ରତିଘର ଆଗରେ CRPF ର ମହିଳା, ପୁରୁଷ ପୋଲିସ ଜଗିଛନ୍ତି । ଗାଁରେ ଏମୁଣ୍ଡ ସେମୁଣ୍ଡ ଖଲି ପୋଲିସର ପଇଁତରା, ଉକ୍ତ ଯୁବକ ମାନେ ଗାଁରେ ନଥିବାରୁ ତାଙ୍କ ପରିବାର ସଦସ୍ୟଙ୍କୁ ଦିନ ରାତି ଜେରା କରୁଛନ୍ତି ଇଡି । କୋଟି କୋଟି ଟଙ୍କା ଖେଳ ଚାଲୁ ଥିବା ବେଳେ ପୋଲିସ କଣ କରୁ ଥିଲା ବୋଲି ଏବେ ଜୋର ଚର୍ଚ୍ଚା ଚାଲି ଥିବା ବେଳେ ଆଗକୁ ପୋଲିସ କି ପଦକ୍ଷପ ନେଉଛି ଏବେ ଦେଖିବାକୁ ବାକି । ଏବେ ବି ଇଡି ଗାଁରେ ରହି ଇଡି ଟିମ ତଦନ୍ତ ଚଳାଇଛି, ଏଥିରେ ପ୍ରାୟ ୧୦୦ ଜଣରୁ ଅଧିକ ଲୋକ ସାମିଲ ଥିବା ଜାଣିପାରିଛି ଇଡି ଟିମ ।
ବଣାଇ ୨୭/୦୭: ରାତା ରାତି କୋଟିପତି ନିଶା । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବଡଗୋଗୁଆ ଗ୍ରାମରେ କିଛି ଯୁବକ ଅନଲାଇନ ଗେମ ଖେଳୁଥିଲେ । ଗେମ ଖେଳି ଏତେ ଟଙ୍କା ଆସିଲା ବ୍ୟାଙ୍କ ବି ଏତେ ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ଧୀରେ ଧୀରେ ଘଟଣା ଗାଁ ଠାରୁ ଆଖ ପାଖ ପ୍ରଘଟ ହେଲା ।
ଆଖି ଖସିଲା ପରି ଘର । ଗାଡି, ଚାଲି ଚଳଣି ବଦଳି ଗଲା । ଯିଏ ଦେଖିଲା ସେ କହିଲା ଗେମ କା କମାଲ । ଆଉ ଏହାର ମୁଖ୍ୟ ଥିଲା ଅରୁଣ କୁମାର, ଏବେ ଏହି ବଡ଼ ଗୋଗୁଆ ଗାଁରେ ପଶ୍ଚିମବଙ୍ଗର ଇଡିର ୪୦ ଜଣିଆ ଟିମ ଗତକାଲି ସକାଳୁ ଠାରୁ ଦିନ ରାତି ଏକ କରି ୬ଟି ଘରେ କଲେ ରେଡଜାରି ରଖିଛନ୍ତି । ପ୍ରତିଘର ଆଗରେ CRPF ର ମହିଳା, ପୁରୁଷ ପୋଲିସ ଜଗିଛନ୍ତି । ଗାଁରେ ଏମୁଣ୍ଡ ସେମୁଣ୍ଡ ଖଲି ପୋଲିସର ପଇଁତରା, ଉକ୍ତ ଯୁବକ ମାନେ ଗାଁରେ ନଥିବାରୁ ତାଙ୍କ ପରିବାର ସଦସ୍ୟଙ୍କୁ ଦିନ ରାତି ଜେରା କରୁଛନ୍ତି ଇଡି ।
କୋଟି କୋଟି ଟଙ୍କା ଖେଳ ଚାଲୁ ଥିବା ବେଳେ ପୋଲିସ କଣ କରୁ ଥିଲା ବୋଲି ଏବେ ଜୋର ଚର୍ଚ୍ଚା ଚାଲି ଥିବା ବେଳେ ଆଗକୁ ପୋଲିସ କି ପଦକ୍ଷପ ନେଉଛି ଏବେ ଦେଖିବାକୁ ବାକି । ଏବେ ବି ଇଡି ଗାଁରେ ରହି ଇଡି ଟିମ ତଦନ୍ତ ଚଳାଇଛି, ଏଥିରେ ପ୍ରାୟ ୧୦୦ ଜଣରୁ ଅଧିକ ଲୋକ ସାମିଲ ଥିବା ଜାଣିପାରିଛି ଇଡି ଟିମ ।