୧୮୦୦ କୋଟି ଟଙ୍କାର ଖଣି ଦୁର୍ନୀତି: ଦୀପକ ଗୁପ୍ତାଙ୍କ ବାସଭବନରେ ଇଡି ଚଢ଼ାଉ
ବଡ଼ବିଲ,୧ା୩(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲର ଦୁଇଟି ସ୍ଥାନରେ ଇଡି(ଏନ୍ଫୋର୍ସମେଣ୍ଟ ଡିରେକ୍ଟର/ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ର ଚଢ଼ାଉ ହୋଇଛି। ୧୮୦୦ କୋଟି ଟଙ୍କାର ଉଲିବୁରୁ ଖଣି ମହାଦୁର୍ନୀତିକୁ ନେଇ ଇଡି ପକ୍ଷରୁ ଏହାର ମୁଖ୍ୟ ଦୀପକ ଗୁପ୍ତାଙ୍କ ବଡ଼ବିଲସ୍ଥିତ ବାସଭବନ ଏବଂ ଧୋବି ହଟିଂସ୍ଥିତ କାର୍ଯ୍ୟାଳୟ-ଇସ୍ପାତ ଭବନରେ ଶୁକ୍ରବାର ସକାଳୁ ଚଢାଉ ଜାରି ରଖିଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ୨୦୧୩ରେ ଭିଜିଲାନ୍ସ ଚଢ଼ାଉ ପରେ ଉଲିବୁରୁ ଖଣିରୁ ବେଆଇନ ଭାବେ ଖଣି ଖନନ କରାଯାଇ ଚୋରାଚାଲାଣ ଘଟଣାକୁ ରାଜ୍ୟ ଭିଜିଲାନ୍ସ ବିଭାଗ […] The post ୧୮୦୦ କୋଟି ଟଙ୍କାର ଖଣି ଦୁର୍ନୀତି: ଦୀପକ ଗୁପ୍ତାଙ୍କ ବାସଭବନରେ ଇଡି ଚଢ଼ାଉ appeared first on Dharitri Odia News.
ବଡ଼ବିଲ,୧ା୩(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲର ଦୁଇଟି ସ୍ଥାନରେ ଇଡି(ଏନ୍ଫୋର୍ସମେଣ୍ଟ ଡିରେକ୍ଟର/ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ର ଚଢ଼ାଉ ହୋଇଛି। ୧୮୦୦ କୋଟି ଟଙ୍କାର ଉଲିବୁରୁ ଖଣି ମହାଦୁର୍ନୀତିକୁ ନେଇ ଇଡି ପକ୍ଷରୁ ଏହାର ମୁଖ୍ୟ ଦୀପକ ଗୁପ୍ତାଙ୍କ ବଡ଼ବିଲସ୍ଥିତ ବାସଭବନ ଏବଂ ଧୋବି ହଟିଂସ୍ଥିତ କାର୍ଯ୍ୟାଳୟ-ଇସ୍ପାତ ଭବନରେ ଶୁକ୍ରବାର ସକାଳୁ ଚଢାଉ ଜାରି ରଖିଥିବା ଜଣାପଡ଼ିଛି।
ସୂଚନାନୁଯାୟୀ, ୨୦୧୩ରେ ଭିଜିଲାନ୍ସ ଚଢ଼ାଉ ପରେ ଉଲିବୁରୁ ଖଣିରୁ ବେଆଇନ ଭାବେ ଖଣି ଖନନ କରାଯାଇ ଚୋରାଚାଲାଣ ଘଟଣାକୁ ରାଜ୍ୟ ଭିଜିଲାନ୍ସ ବିଭାଗ ୧୮୦୦ କୋଟି ଟଙ୍କାର ମହାଦୁର୍ନୀତିର ପର୍ଦ୍ଦାଫାଶ କରିଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ଖଣି ବ୍ୟବସାୟୀ ଏବଂ ଶିଳ୍ପପତି ଦୀପକ ଗୁପ୍ତାଙ୍କୁ ଗିରଫ କରାଯାଇଥିଲା। ଦୀର୍ଘ ବର୍ଷ ପରେ ଏହି ଉଲିବୁରୁ ଖଣି ମହାଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କ ବଡ଼ବିଲସ୍ଥିତ ବାସଭବନ ଓ କାର୍ଯ୍ୟାଳୟ-ଇସ୍ପାତ ଭବନରେ ଶୁକ୍ରବାର ସକାଳୁ ଇଡି ଚଢାଉ କର ଜାରି ରଖିଛି। ଏଥି ସହ ଇଡି ଦୀପକ ଗୁପ୍ତାଙ୍କ କୋଲକୋତାସ୍ଥିତ ବାସଭବନ, ତାଙ୍କ ସିଏ(ଚାର୍ଟାର୍ଡ ଆକାଉଣ୍ଟାଣ୍ଟ)ଙ୍କ ଭୁବନେଶ୍ୱର ଓ ରାଉରକେଲାସ୍ଥିତ ଭାସଭବନରେ ମଧ୍ୟ ଚଢାଉ କରିଥିବା ସୂଚନା ମିଳିଛି। ରାଜ୍ୟ ଭିଜିଲାନ୍ସ ପରେ ଇଡି ଏହି ଚଢ଼ାଉ କରି ପୁଣି ଖୋଲତାଡ଼ ଆରମ୍ଭ କରିଥିବା ଜଣାପଡ଼ିଛି। ତେବେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏହି ଚଢାଉ ଜାରି ରହିଥିଲା ବେଳେ ଗଣମାଧ୍ୟମକୁ କୌଣସି ସୂଚନା ଦେଇନାହାନ୍ତି ଇଡି କର୍ତ୍ତୃପକ୍ଷ। ଉଭୟସ୍ଥାନରେ ଇଡିର ଟିମ୍ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନଥିପତ୍ରକୁ ଯାଞ୍ଚ କରୁଥିବା ଜଣାପଡିଛି। ଦୀର୍ଘବର୍ଷ ପରେ ଦୀପକ ସର୍ତ୍ତମୂଳକ ଜାମିନରେ ମୁକୁଳି ଥିବା ବେଳେ ଏବେ ଇଡିର ଚଢ଼ାଉ ପରେ କେଉଁ ପ୍ରକାର ଓ କେତେ ପରିମାଣର ବେଆଇନ ଅର୍ଥ କାରବାର ହୋଇଛି ସେ ନେଇ ଇଡି ପ୍ରକାଶ କଲେ ଜଣାପଡ଼ିବ।
The post ୧୮୦୦ କୋଟି ଟଙ୍କାର ଖଣି ଦୁର୍ନୀତି: ଦୀପକ ଗୁପ୍ତାଙ୍କ ବାସଭବନରେ ଇଡି ଚଢ଼ାଉ appeared first on Dharitri Odia News.