ଶେଷ ହେବ ପାକ୍ କ୍ରିକେଟରଙ୍କ କ୍ୟାରିୟର ! ଟିମ୍ରେ କେବେବି ମିଳିନପାରେ ଚାନ୍ସ !
ନୂଆଦିଲ୍ଲୀ ୧୭।୦୬: ଟି-୨୦ ଓ୍ବାର୍ଲ୍ଡକପ୍ । ଖୁବ୍ ଚର୍ଚ୍ଚାରେ । ଆଉ କିଛି ଦିନ ପରେ ସରିବ ଟି-୨୦ ଲିଗ୍ । ଭାରତ, ଆଫଗାନିସ୍ତାନ, ଆମେରିକା, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍ ଏବଂ ଅଷ୍ଟ୍ରେଲିଆର ଟିମ୍ ସୁପର-୮ରେ ପହଞ୍ଚି ସାରିଛନ୍ତି। ସେହିପରି ୨ଟି ଟିମ୍ ପରବର୍ତ୍ତୀ ରାଉଣ୍ଡକୁ ଯିବାକୁ ବାକି ଅଛି ।ଅନ୍ୟପଟେ ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା ଭଳି ବଡ ଟିମ୍ ସୁପର-୮ରୁ ହୋଇଛନ୍ତି ବାହାର । ଲିଗ୍ ପର୍ଯ୍ୟାୟରେ ପାକିସ୍ତାନ, ଆମେରିକା ଏବଂ ଭାରତ ଠାରୁ ହାରିଥିଲା । ତେବେ ଟିମ୍ର ଖରାପ ପ୍ରଦର୍ଶନ ପରେ PCB ନେଇପାରେ ବଡ ଆକ୍ସନ୍ । ଏମିତିକି ୩ ଖେଳାଳୀଙ୍କ କ୍ୟାରିୟର ହୋଇପାରେ ଶେଷ । ଭେଟେରାନ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମୋଇନ୍ ଖାନଙ୍କ ପୁଅ ଆଜାମ ଖାନ । ସେ ନିଜ ଖରାପ ଫର୍ମକୁ ନେଇ ଜାରି ରଖିଛନ୍ତି ସଂଘର୍ଷ । ଆଜାମ୍ ୱିକେଟ୍କିପିଙ୍ଗରେ ମଧ୍ୟ କିଛି ଖାସ୍ ପ୍ରଦର୍ଶନ କରିପାରିନଥିଲେ । ତାଙ୍କର ଓଜନ ଏବଂ ଶରୀରକୁ ନେଇ ଅନେକ ସମୟରେ ତାଙ୍କର ଥଟ୍ଟା ପରିହାସ କରାଯାଇଛି । ବିଶ୍ୱକପ୍ରେ ଖରାପ ପ୍ରଦର୍ଶନ ଯୋଗୁଁ ସାରା ବିଶ୍ୱରେ ଆଜାମ୍ଙ୍କୁ କରାଯାଉଛି ସମାଲୋଚନା । ଏଭଳି ସ୍ଥିତିରେ ଆଜାମ ଖାନ ପାକିସ୍ଥାନ କ୍ରିକେଟ ଟିମ୍ରୁ ହୋଇପାରନ୍ତି ବିଦା । ଏପରିକି ସେ ଆଉ ପାକିସ୍ତାନ ଦଳକୁ ଫେରିନପାରନ୍ତି । ଇମାଦ୍ ୱାସିମ୍ । ଟି-୨୦ ୨୦୨୪ ବିଶ୍ୱକପ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରୁ ନେଇଛନ୍ତି ଅବସର
ନୂଆଦିଲ୍ଲୀ ୧୭।୦୬: ଟି-୨୦ ଓ୍ବାର୍ଲ୍ଡକପ୍ । ଖୁବ୍ ଚର୍ଚ୍ଚାରେ । ଆଉ କିଛି ଦିନ ପରେ ସରିବ ଟି-୨୦ ଲିଗ୍ । ଭାରତ, ଆଫଗାନିସ୍ତାନ, ଆମେରିକା, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍ ଏବଂ ଅଷ୍ଟ୍ରେଲିଆର ଟିମ୍ ସୁପର-୮ରେ ପହଞ୍ଚି ସାରିଛନ୍ତି। ସେହିପରି ୨ଟି ଟିମ୍ ପରବର୍ତ୍ତୀ ରାଉଣ୍ଡକୁ ଯିବାକୁ ବାକି ଅଛି ।ଅନ୍ୟପଟେ ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା ଭଳି ବଡ ଟିମ୍ ସୁପର-୮ରୁ ହୋଇଛନ୍ତି ବାହାର । ଲିଗ୍ ପର୍ଯ୍ୟାୟରେ ପାକିସ୍ତାନ, ଆମେରିକା ଏବଂ ଭାରତ ଠାରୁ ହାରିଥିଲା । ତେବେ ଟିମ୍ର ଖରାପ ପ୍ରଦର୍ଶନ ପରେ PCB ନେଇପାରେ ବଡ ଆକ୍ସନ୍ । ଏମିତିକି ୩ ଖେଳାଳୀଙ୍କ କ୍ୟାରିୟର ହୋଇପାରେ ଶେଷ ।

ଭେଟେରାନ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମୋଇନ୍ ଖାନଙ୍କ ପୁଅ ଆଜାମ ଖାନ । ସେ ନିଜ ଖରାପ ଫର୍ମକୁ ନେଇ ଜାରି ରଖିଛନ୍ତି ସଂଘର୍ଷ । ଆଜାମ୍ ୱିକେଟ୍କିପିଙ୍ଗରେ ମଧ୍ୟ କିଛି ଖାସ୍ ପ୍ରଦର୍ଶନ କରିପାରିନଥିଲେ । ତାଙ୍କର ଓଜନ ଏବଂ ଶରୀରକୁ ନେଇ ଅନେକ ସମୟରେ ତାଙ୍କର ଥଟ୍ଟା ପରିହାସ କରାଯାଇଛି । ବିଶ୍ୱକପ୍ରେ ଖରାପ ପ୍ରଦର୍ଶନ ଯୋଗୁଁ ସାରା ବିଶ୍ୱରେ ଆଜାମ୍ଙ୍କୁ କରାଯାଉଛି ସମାଲୋଚନା । ଏଭଳି ସ୍ଥିତିରେ ଆଜାମ ଖାନ ପାକିସ୍ଥାନ କ୍ରିକେଟ ଟିମ୍ରୁ ହୋଇପାରନ୍ତି ବିଦା । ଏପରିକି ସେ ଆଉ ପାକିସ୍ତାନ ଦଳକୁ ଫେରିନପାରନ୍ତି ।

ଇମାଦ୍ ୱାସିମ୍ । ଟି-୨୦ ୨୦୨୪ ବିଶ୍ୱକପ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରୁ ନେଇଛନ୍ତି ଅବସର । ଏହି ସ୍ପିନ୍ ଅଲରାଉଣ୍ଡର ବିଶ୍ୱକପରେ ଦେଖାଯାଉଛନ୍ତି ସମ୍ପୂର୍ଣ୍ଣ ଦୁର୍ବଳ । ଭାରତ ବିପକ୍ଷରେ ବ୍ୟାଟିଂ କରିବାରେ ଇମାଦ ଲଜ୍ଜାଜନକ ପ୍ରଦର୍ଶନ କରିଥିଲେ। ଅନେକ ପୂର୍ବତନ ଭେଟେରାନ ମଧ୍ୟ ଇମାଦଙ୍କ ଉପରେ ଉଠାଇଥିଲେ ପ୍ରଶ୍ନ । ଟି-୨୦ ବିଶ୍ୱକପରେ ପାକିସ୍ତାନର ଏଭଳି ପ୍ରଦର୍ଶନ ପରେ ଏବେ ଇମାଦଙ୍କ ପାଇଁ ପୁଣି ପାକିସ୍ତାନ ଟିମ୍ରେ ଖେଳିବା ଅତ୍ୟନ୍ତ କଷ୍ଟକର ବୋଲି କୁହାଯାଉଛି ।

ବାମ ହାତୀ ଦ୍ରୁତ ବୋଲର ମହମ୍ମଦ ଆମୀର । ସେ ମଧ୍ୟ ଟି-୨୦ ୨୦୨୪ ଓ୍ବାର୍ଲ୍ଡକପ୍ ପୂର୍ବରୁ ନେଇଛନ୍ତି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର । ଯଦିଓ ଆମୀର ଭାରତ ବିପକ୍ଷରେ ଭଲ ବୋଲିଂ କରିଥିଲେ କିନ୍ତୁ ସେ ସୁପର ଓଭରରେ ଆମେରିକା ବିପକ୍ଷରେ ୧୮ ରନ୍ ଦେଇଥିଲେ । ଯେଉଁଥିରେ ଅନେକ ଏକ୍ସଟ୍ରା ରନ୍ ମଧ୍ୟ ରହିଥିଲା। ସୁପର ଓଭରରେ ଆମୀର ୩ଟି ଓ୍ବାଇଡ୍ ବଲ ବୋଲିଂ କରିଥିଲେ । ଯେଉଁଥିରେ ଆମେରିକାର ବ୍ୟାଟର ରନ୍ ସଂଗ୍ରହ କରିଥିଲେ । ବର୍ତ୍ତମାନ ପାକିସ୍ତାନ ଲିଗ୍ ପର୍ଯ୍ୟାୟରୁ ବାହାରେ ଅଛନ୍ତି ଆମୀର । ଏଥିପାଇଁ ପୁଣିଥରେ ପାକିସ୍ତାନ ଟିମ୍ରେ ସେ ଖେଳିବା ଅତ୍ୟନ୍ତ କଷ୍ଟକର ବୋଲି କୁହାଯାଉଛି ।