ଶେଷ ହେବ ବ୍ରିଟିଶ କାଳର ଚିହ୍ନ, ଏଥର ସମାବର୍ତ୍ତନ ସମାରୋହରେ ଦେଶୀ ପରିଧାନ; ମୋଦୀ ସରକାରଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: କେନ୍ଦ୍ରର ମୋଦୀ ସରକାର ଏମ୍ସ ସମେତ ଅନ୍ୟ ଶୀର୍ଷ ସଂସ୍ଥାନକୁ ସମାବର୍ତ୍ତନ ସମାରୋହରେ ଭାରତୀୟ ପରିଧାନ ଆପଣାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଶୁକ୍ରବାର ଏମ୍ସ ପରି ପ୍ରତିଷ୍ଠିତ ସଂସ୍ଥା ସମେତ କେନ୍ଦ୍ର ଦ୍ୱାରା ପରିଚାଳିତ ସମସ୍ତ ମେଡିକାଲ କଲେଜକୁ ଏକ ନିର୍ଦ୍ଦେଶ ଜାରି କରିଛି । ଏଥିରେ କୁହାଯାଇଛି ସମାବର୍ତ୍ତନ ସମାରୋହରେ ବ୍ରିଟିଶ ଅମଳରୁ ଚାଲି ଆସିଥିବା କଳା ଟୋପି ଏବଂ କଳା ପୋଷାକକୁ ବ୍ୟବହାର କରିବେ ନାହିଁ ।କୁହାଯାଉଛି ଯେ ମନ୍ତ୍ରଣାଳୟ ଦ୍ୱାରା ଗ୍ରହଣ କରାଯାଇଥିବା ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପାଞ୍ଚ ପ୍ରତିଜ୍ଞା’ର ଅନୁରୂପ । ଏହାର ଉଦ୍ଦେଶ୍ୟ ବ୍ରିଟିଶ କାଳର ପରମ୍ପରାକୁ ହଟାଇ ଭାରତୀୟ ସଂସ୍କୃତିକୁ ବଢାଇବା । ଅଗଷ୍ଟ ୨୩ରେ ଲେଖାଯାଇଥିବା ଚିଠିରେ ମନ୍ତ୍ରଣାଳୟ କହିଛି ଯେ ସମାବର୍ତ୍ତନ ସମାରୋହ ବେଳେ କଳା ଟୋପି ଏବଂ କଳା ପୋଷାକ ପିନ୍ଧିବା ପ୍ରଥା ବ୍ରିଟିଶ ସମୟରେ ଆରମ୍ଭ ହୋଇଥିଲା, ଯାହା ମଧ୍ୟ ଯୁଗ ଆରମ୍ଭରେ ୟୁରୋପରୁ ଆସିଥିଲା । ମନ୍ତ୍ରଣାଳୟ ସଂସ୍ଥାଗୁଡ଼ିକୁ ସମାବର୍ତ୍ତନ ସମାରୋହ ପାଇଁ ନୂଆ ଭାରତୀୟ ପରିଧାନ ଡିଜାଇନ୍ କରିବା ପାଇଁ କହିଛି । ଯାହା ସେହି ରାଜ୍ୟର ସ୍ଥାନୀୟ ପରମ୍ପରା ଏବଂ ସଂସ୍କୃତିକୁ ଦର୍ଶାଉଥିବ । ଚିଠିରେ କୁହାଯାଇଛି ଯେ ବର୍ତ୍ତମାନ ପରମ୍ପରା ବ୍ରିଟିଶ ଉପନିବେଶ କାଳକୁ ମନେ ପକାଉଛି, ଯାହାକୁ ଶେ
ନୂଆଦିଲ୍ଲୀ: କେନ୍ଦ୍ରର ମୋଦୀ ସରକାର ଏମ୍ସ ସମେତ ଅନ୍ୟ ଶୀର୍ଷ ସଂସ୍ଥାନକୁ ସମାବର୍ତ୍ତନ ସମାରୋହରେ ଭାରତୀୟ ପରିଧାନ ଆପଣାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଶୁକ୍ରବାର ଏମ୍ସ ପରି ପ୍ରତିଷ୍ଠିତ ସଂସ୍ଥା ସମେତ କେନ୍ଦ୍ର ଦ୍ୱାରା ପରିଚାଳିତ ସମସ୍ତ ମେଡିକାଲ କଲେଜକୁ ଏକ ନିର୍ଦ୍ଦେଶ ଜାରି କରିଛି । ଏଥିରେ କୁହାଯାଇଛି ସମାବର୍ତ୍ତନ ସମାରୋହରେ ବ୍ରିଟିଶ ଅମଳରୁ ଚାଲି ଆସିଥିବା କଳା ଟୋପି ଏବଂ କଳା ପୋଷାକକୁ ବ୍ୟବହାର କରିବେ ନାହିଁ ।
କୁହାଯାଉଛି ଯେ ମନ୍ତ୍ରଣାଳୟ ଦ୍ୱାରା ଗ୍ରହଣ କରାଯାଇଥିବା ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପାଞ୍ଚ ପ୍ରତିଜ୍ଞା’ର ଅନୁରୂପ । ଏହାର ଉଦ୍ଦେଶ୍ୟ ବ୍ରିଟିଶ କାଳର ପରମ୍ପରାକୁ ହଟାଇ ଭାରତୀୟ ସଂସ୍କୃତିକୁ ବଢାଇବା । ଅଗଷ୍ଟ ୨୩ରେ ଲେଖାଯାଇଥିବା ଚିଠିରେ ମନ୍ତ୍ରଣାଳୟ କହିଛି ଯେ ସମାବର୍ତ୍ତନ ସମାରୋହ ବେଳେ କଳା ଟୋପି ଏବଂ କଳା ପୋଷାକ ପିନ୍ଧିବା ପ୍ରଥା ବ୍ରିଟିଶ ସମୟରେ ଆରମ୍ଭ ହୋଇଥିଲା, ଯାହା ମଧ୍ୟ ଯୁଗ ଆରମ୍ଭରେ ୟୁରୋପରୁ ଆସିଥିଲା । ମନ୍ତ୍ରଣାଳୟ ସଂସ୍ଥାଗୁଡ଼ିକୁ ସମାବର୍ତ୍ତନ ସମାରୋହ ପାଇଁ ନୂଆ ଭାରତୀୟ ପରିଧାନ ଡିଜାଇନ୍ କରିବା ପାଇଁ କହିଛି । ଯାହା ସେହି ରାଜ୍ୟର ସ୍ଥାନୀୟ ପରମ୍ପରା ଏବଂ ସଂସ୍କୃତିକୁ ଦର୍ଶାଉଥିବ । ଚିଠିରେ କୁହାଯାଇଛି ଯେ ବର୍ତ୍ତମାନ ପରମ୍ପରା ବ୍ରିଟିଶ ଉପନିବେଶ କାଳକୁ ମନେ ପକାଉଛି, ଯାହାକୁ ଶେଷ କରିବାର ଆବଶ୍ୟକତା ରହିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ଅଗଷ୍ଟ ୧୫ରେ ଲାଲକିଲ୍ଲାର ଐତିହାସିକ ପ୍ରଚୀରରୁ ଦେଶ ଉଦ୍ଦେଶ୍ୟରେ ସମ୍ୱୋଧନ କରି ପାଞ୍ଚ ପ୍ରତିଜ୍ଞା ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଏହି ପାଞ୍ଚ ପ୍ରତିଜ୍ଞା ଦେଶର ଆଗାମୀ ୨୫ ବର୍ଷର ବିକାଶ ଗାଥା ଲେଖିବ । ପାଞ୍ଚ ପ୍ରତିଜ୍ଞାରେ ପିଏମ୍ ମୋଦୀ ‘ବିକଶିତ ଭାରତ’, ‘ଗୋଲାମୀରୁ ମୁକ୍ତି’, ‘ଐତିହ୍ୟ ଉପରେ ଗର୍ବ’, ‘ଏକତା’ ଏବଂ ‘ନାଗରିକଙ୍କ କର୍ତ୍ତବ୍ୟ’ ଉଲ୍ଲେଖ କରିଥିଲେ ।