ବିକଟାଳ ଶବ୍ଦରେ ଥରିଲା ଓ୍ୱାୟନାଡ, ବଢିଲା ଭୂସ୍ଖଳନ ଆଶଙ୍କା
ୱାୟନାଡ ୧୦/୮: କେରଳର ୱାୟନାଡ ଭୂସ୍ଖଳନ ଘଟଣା ଏବେ ବି ଛାତି ଥରାଇ ଦେଉଛି । ଏଥିରେ ୪ଟି ଗାଁ ନିଶ୍ଚିହ୍ନ ହୋଇଯାଇଥିଲା । ୪୦୦ରୁ ଅଧିକ ପ୍ରାଣ ହରାଇଥିଲେ । ସବୁଠି ହାହାକାର ସ୍ଥିତି ଉପୁଜିଥିଲା । ହେଲେ ଏହି ଭୟ ଥମିନାହିଁ । ପୁଣି ଘାରିଲାଣି ଭୂସ୍ଖଳନ ଭୟ । ଭୂସ୍ଖଳନ ହୋଇଥିବା ଅଞ୍ଚଳରେ ଆଜି ମାଟି ତଳୁ ଜୋର୍ରେ ଶବ୍ଦ ହେବା ପରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଏହି ରହସ୍ୟମୟ ଶବ୍ଦ ସମସ୍ତଙ୍କୁ ବ୍ୟତିବ୍ୟସ୍ତ କରିପକାଇଛି । ପ୍ରଶାସନକୁ ବି ଛନକା ପଶିଛି । ଖବର ମୁତାବକ, ଶୁକ୍ରବାର ପୂର୍ବାହ୍ନ ୧୦ଟା ୧୫ରେ ମାଟି ତଳୁ ଭୀଷଣ ଶବ୍ଦ ହୋଇଥିଲା । ଏହା କାନରେ ପଡ଼ିବା ମାତ୍ରେ ସମସ୍ତେ ଡରିଯାଇଥିଲେ । ୱାୟନାଡସ୍ଥିତ ଅମ୍ବାଲାୱାୟଲ ଏବଂ ବ୍ୟଥିରି ଗ୍ରାମରେ ଏହି ଘଟଣା ଘଟିଛି । ଏହାପରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଜୁଲାଇ ୩୦ରେ ଆସିଥିବା ଭୂସ୍ଖଳନ ପୂର୍ବରୁ ମଧ୍ୟ ଜୋର୍ରେ ଶବ୍ଦ ହୋଇଥିବା ନେଇ କିଛି ଲୋକ କହିଥିଲେ । ଏଥର ମାଟି ତଳୁ ରହସ୍ୟମୟ ଶବ୍ଦ ବାହାରିବା ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ୱାୟନାଡ ଜିଲ୍ଲାପାଳ ଡି ଆର ମେଘାଶ୍ରୀ କହିଛନ୍ତି, ମାଟି ତଳୁ ରହସ୍ୟମୟ ଶବ୍ଦ ବାହାରିବା ପରେ ଲୋକମାନେ ଭୟଭୀତ ହୋଇଯାଇଛନ୍ତି । ଏହାପରେ ଆଉ ଏକ ଭୂସ୍ଖଳନ ଆସିବା ଭୟ ସମସ୍ତଙ୍କୁ ଘାରିଛି । ଏହାକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଛି । କେରଳ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ
ୱାୟନାଡ ୧୦/୮: କେରଳର ୱାୟନାଡ ଭୂସ୍ଖଳନ ଘଟଣା ଏବେ ବି ଛାତି ଥରାଇ ଦେଉଛି । ଏଥିରେ ୪ଟି ଗାଁ ନିଶ୍ଚିହ୍ନ ହୋଇଯାଇଥିଲା । ୪୦୦ରୁ ଅଧିକ ପ୍ରାଣ ହରାଇଥିଲେ । ସବୁଠି ହାହାକାର ସ୍ଥିତି ଉପୁଜିଥିଲା । ହେଲେ ଏହି ଭୟ ଥମିନାହିଁ । ପୁଣି ଘାରିଲାଣି ଭୂସ୍ଖଳନ ଭୟ । ଭୂସ୍ଖଳନ ହୋଇଥିବା ଅଞ୍ଚଳରେ ଆଜି ମାଟି ତଳୁ ଜୋର୍ରେ ଶବ୍ଦ ହେବା ପରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଏହି ରହସ୍ୟମୟ ଶବ୍ଦ ସମସ୍ତଙ୍କୁ ବ୍ୟତିବ୍ୟସ୍ତ କରିପକାଇଛି । ପ୍ରଶାସନକୁ ବି ଛନକା ପଶିଛି ।
ଖବର ମୁତାବକ, ଶୁକ୍ରବାର ପୂର୍ବାହ୍ନ ୧୦ଟା ୧୫ରେ ମାଟି ତଳୁ ଭୀଷଣ ଶବ୍ଦ ହୋଇଥିଲା । ଏହା କାନରେ ପଡ଼ିବା ମାତ୍ରେ ସମସ୍ତେ ଡରିଯାଇଥିଲେ । ୱାୟନାଡସ୍ଥିତ ଅମ୍ବାଲାୱାୟଲ ଏବଂ ବ୍ୟଥିରି ଗ୍ରାମରେ ଏହି ଘଟଣା ଘଟିଛି । ଏହାପରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଜୁଲାଇ ୩୦ରେ ଆସିଥିବା ଭୂସ୍ଖଳନ ପୂର୍ବରୁ ମଧ୍ୟ ଜୋର୍ରେ ଶବ୍ଦ ହୋଇଥିବା ନେଇ କିଛି ଲୋକ କହିଥିଲେ ।
ଏଥର ମାଟି ତଳୁ ରହସ୍ୟମୟ ଶବ୍ଦ ବାହାରିବା ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି ।
ୱାୟନାଡ ଜିଲ୍ଲାପାଳ ଡି ଆର ମେଘାଶ୍ରୀ କହିଛନ୍ତି, ମାଟି ତଳୁ ରହସ୍ୟମୟ ଶବ୍ଦ ବାହାରିବା ପରେ ଲୋକମାନେ ଭୟଭୀତ ହୋଇଯାଇଛନ୍ତି । ଏହାପରେ ଆଉ ଏକ ଭୂସ୍ଖଳନ ଆସିବା ଭୟ ସମସ୍ତଙ୍କୁ ଘାରିଛି । ଏହାକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଛି । କେରଳ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (କେଏସ୍ଡିଏମ୍ଏ)ର ସୂଚନା ମୁତାବକ, ରିକ୍ଟର ସ୍କେଲରେ ଭୂକମ୍ପ ହେବା ନେଇ କୌଣସି ସଙ୍କେତ ମିଳିନାହିଁ । ତେବେ କେଉଁ କାରଣରୁ ଏତେ ଜୋରରେ ଶବ୍ଦ ହେଲା, ତାହା ଜାଣିବା ଲାଗି ଯାଞ୍ଚ କରାଯାଉଛି ।
ସୁରକ୍ଷା ଦୃଷ୍ଟିକୋଣରୁ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି । ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଭଳି ଉଦ୍ଧାରକାରୀ ଏଜେନ୍ସି ଆଲର୍ଟ ହୋଇଯାଇଛନ୍ତି । ଅନ୍ୟପକ୍ଷରେ ୱାୟନାଡ ଭୂସ୍ଖଳନ ଘଟଣାକୁ ନେଇ କେରଳ ହାଇକୋର୍ଟ ନିଜ ଆଡୁ ସଂଜ୍ଞାନ ନେଇଛନ୍ତି । ବିଚାରପତି ଜୟଶଙ୍କରନ ନାମ୍ବିଆର ଏବଂ ଭି ଏମ୍ ଶ୍ୟାମକୁମାରଙ୍କ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଶୁଣାଣି କରି କହିଛନ୍ତି, ଯଦି ପରିବେଶ ଅଡିଟ୍ ହୋଇଥାଏ, ଏହାର ରିପୋର୍ଟ ଆମକୁ ପ୍ରଦାନ କରାଯିବା ଉଚିତ । ସମସ୍ୟା ହେଉଛି ଆମ ପାଖରେ ଆଇନ ଅଛି, କିନ୍ତୁ କାର୍ଯ୍ୟକାରୀ କରାଯାଉ ନାହିଁ । ଆମେ ଏହି ମାମଲାରେ ପ୍ରତି ଶୁକ୍ରବାର ଶୁଣାଣି କରିବୁ । ଅଗଷ୍ଟ ୧୬ରେ ପରବର୍ତ୍ତୀ ଶୁଣାଣି ହେବ ।
ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି (ଶନିବାର) କେରଳର ଭୂସ୍ଖଳନ ପ୍ରଭାବିତ ୱାୟନାଡ ଗସ୍ତ କରିବେ । ଏହି ସମୟରେ ସେ ଭୂସ୍ଖଳନ ପ୍ରପୀଡ଼ିତଙ୍କୁ ଭେଟିବା ସହ ରିଲିଫ୍ ଓ ଥଇଥାନ କାର୍ଯ୍ୟର ସମୀକ୍ଷା କରିବେ । ସମୀକ୍ଷା ବୈଠକରେ ମୋଦି ଅଧ୍ୟକ୍ଷତା କରି ଉଦ୍ଧାରକାରୀ ଦଳଗୁଡ଼ିକ ସହିତ ମତ ବିନିମୟ କରିବେ । ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ପ୍ରଧାନମନ୍ତ୍ରୀ ମୋଦି ଶନିବାର ସ୍ୱତନ୍ତ୍ର ବିମାନ ଯୋଗେ ପୂର୍ବାହ୍ନ ୧୧ଟାରେ କନ୍ନୁରରେ ପହଞ୍ଚିବେ । ଏହାପରେ ହେଲିକପ୍ଟରରେ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ । ଉଦ୍ଧାରକାରୀ ଟିମ୍ଗୁଡ଼ିକ ତାଙ୍କୁ ଉଦ୍ଧାର ଅଭିଯାନ ବାବଦରେ ସୂଚନା ଦେବେ ।
ଏହାପରେ ପ୍ରଧାନମନ୍ତ୍ରୀ ରିଲିଫ ଶିବିର ଏବଂ ହସ୍ପିଟାଲ ଆଦି ପରିଦର୍ଶନ କରି ପୀଡ଼ିତମାନଙ୍କୁ ଭେଟିବେ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ । ଆହତ ଉଦ୍ଧାରକାରୀ କର୍ମୀଙ୍କୁ ମଧ୍ୟ ସେ ସାକ୍ଷାତ କରିବେ । ଉଲ୍ଲେଖଯୋଗ୍ୟ, ୱାୟନାଡରେ ଜୁଲାଇ ୩୦ରେ ହୋଇଥିବା ଭୂସ୍ଖଳନ ଯୋଗୁ ୪ଟି ଗ୍ରାମ ଯଥା ଚୁରାଲମାଲା, ଅଟ୍ଟାମାଲା, ମୁଣ୍ଡାକାଇ ଏବଂ ନୁଲପୁଝା ପ୍ରଭାବିତ ହୋଇଥିଲା । ଏହାଯୋଗୁ ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ଶତାଧିକ ଆହତ ହୋଇଥିଲେ । ଏବେ ବି ୧୩୮ ଲୋକ ନିଖୋଜ ଅଛନ୍ତି ।