ଶୋଏବ ଦେଇ ନାହାନ୍ତି ଛାଡପତ୍ର ! ସାନିଆ ଭାଙ୍ଗିଛନ୍ତି ସମ୍ପର୍କ, ଟେନିସ୍‌ ତାରକାଙ୍କ ବାପା କଲେ ଖୁଲାସା

ମୁମ୍ବାଇ ୨୧।୦୧: ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ । ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା। ଦୁହିଁଙ୍କ ବୈବାହିକ ଜୀବନରେ ନୂଆ ମୋଡ ନେଇଛି। ଶୋଏବ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ବିବାହ କରିଛନ୍ତି। ଏହି ବିବାହ କେବଳ ପାକିସ୍ତାନରେ ହୋଇଥିଲା। ଏହା ଶୋଏବଙ୍କ ତୃତୀୟ ବିବାହ ଥିଲା। ଶୋଏବ ଏବଂ ସାନିଆ ୨୦୧୦ରେ ବିବାହ କରିଥିଲେ। ଦୀର୍ଘ ୧୪ବର୍ଷ ପରେ ଏହି ସମ୍ପର୍କ ଭାଙ୍ଗିଯାଇଛି। ସାନିଆ ଏବଂ ଶୋଏବ ଦୀର୍ଘଦିନ ଧରି ଅଲଗା ରହୁଥିଲେ। ଦୁହିଁଙ୍କ ମଧ୍ୟରେ ସମ୍ପର୍କ କିଏ ଭାଙ୍ଗିଥିଲା ? ଏବଂ କାହିଁକି ? ଛାଡ଼ପତ୍ର କିଏ ନେଇଛି। ତେବେ ଏବେ ପ୍ରଶ୍ନ ଉଠୁଛି କି ଶୋଏବ ସାନିଆଙ୍କୁ ତଲାକ୍‌ ଦେଇଛନ୍ତି କି ନାହିଁ ? ନା ଯେପରି ପ୍ରଥମ ପତ୍ନୀଙ୍କୁ ତଲାକ୍‌ ନଦେଇ ସାନିଆଙ୍କୁ ବିବାହ କରିଥିଲେ।  ସେପରି ସାନିଆଙ୍କୁ ବିନା ଛାଡପତ୍ରରେ ତୃତୀୟ ବିବାହ କରିଛନ୍ତି? ଏ ନେଇ ସାନିଆଙ୍କ ବାପା ଗଣମାଧ୍ୟମରେ ତାଙ୍କର ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ତଲାକ୍‌ ହୋଇନାହିଁ, କିନ୍ତୁ ‘ଖୁଲା’ ହୋଇଛି। ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ ତଲାକ୍‌ ଓ ଖୁଲା ମଧ୍ୟରେ ଏକ ଛୋଟ ପାର୍ଥକ୍ୟ ରହିଛି। View this post on Instagram A post shared by Shoaib Malik (@realshoaibmalik) ଏନେଇ ଇମ୍ରାନ କହିଛନ୍ତି, ଶୋଏବ ନୁହନ୍ତି, ସାନିଆ ନିଜେ ହିଁ ସମ୍ପର୍କ ଭାଙ୍ଗିଛନ୍ତି। ସାନି

ଶୋଏବ ଦେଇ ନାହାନ୍ତି ଛାଡପତ୍ର ! ସାନିଆ ଭାଙ୍ଗିଛନ୍ତି ସମ୍ପର୍କ, ଟେନିସ୍‌ ତାରକାଙ୍କ ବାପା କଲେ ଖୁଲାସା

ମୁମ୍ବାଇ ୨୧।୦୧: ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ । ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା। ଦୁହିଁଙ୍କ ବୈବାହିକ ଜୀବନରେ ନୂଆ ମୋଡ ନେଇଛି। ଶୋଏବ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ବିବାହ କରିଛନ୍ତି। ଏହି ବିବାହ କେବଳ ପାକିସ୍ତାନରେ ହୋଇଥିଲା। ଏହା ଶୋଏବଙ୍କ ତୃତୀୟ ବିବାହ ଥିଲା। ଶୋଏବ ଏବଂ ସାନିଆ ୨୦୧୦ରେ ବିବାହ କରିଥିଲେ। ଦୀର୍ଘ ୧୪ବର୍ଷ ପରେ ଏହି ସମ୍ପର୍କ ଭାଙ୍ଗିଯାଇଛି। ସାନିଆ ଏବଂ ଶୋଏବ ଦୀର୍ଘଦିନ ଧରି ଅଲଗା ରହୁଥିଲେ। ଦୁହିଁଙ୍କ ମଧ୍ୟରେ ସମ୍ପର୍କ କିଏ ଭାଙ୍ଗିଥିଲା ? ଏବଂ କାହିଁକି ? ଛାଡ଼ପତ୍ର କିଏ ନେଇଛି।

ତେବେ ଏବେ ପ୍ରଶ୍ନ ଉଠୁଛି କି ଶୋଏବ ସାନିଆଙ୍କୁ ତଲାକ୍‌ ଦେଇଛନ୍ତି କି ନାହିଁ ? ନା ଯେପରି ପ୍ରଥମ ପତ୍ନୀଙ୍କୁ ତଲାକ୍‌ ନଦେଇ ସାନିଆଙ୍କୁ ବିବାହ କରିଥିଲେ।  ସେପରି ସାନିଆଙ୍କୁ ବିନା ଛାଡପତ୍ରରେ ତୃତୀୟ ବିବାହ କରିଛନ୍ତି? ଏ ନେଇ ସାନିଆଙ୍କ ବାପା ଗଣମାଧ୍ୟମରେ ତାଙ୍କର ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ତଲାକ୍‌ ହୋଇନାହିଁ, କିନ୍ତୁ ‘ଖୁଲା’ ହୋଇଛି। ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ ତଲାକ୍‌ ଓ ଖୁଲା ମଧ୍ୟରେ ଏକ ଛୋଟ ପାର୍ଥକ୍ୟ ରହିଛି।

ଏନେଇ ଇମ୍ରାନ କହିଛନ୍ତି, ଶୋଏବ ନୁହନ୍ତି, ସାନିଆ ନିଜେ ହିଁ ସମ୍ପର୍କ ଭାଙ୍ଗିଛନ୍ତି। ସାନିଆ ‘ଖୁଲା’ ଅଧିକାରରେ ଶୋଏବଙ୍କ ସହ ତାଙ୍କର ବିବାହରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଏହାର ଅର୍ଥ ହେଉଛି, ଶୋଏବ ଛାଡ଼ପତ୍ର ଦେଇନାହାନ୍ତି କିନ୍ତୁ ସାନିଆ ନିଜେ ମତଭେଦ ହେତୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଇମ୍ରାନ କହିଛନ୍ତି, ଇସ୍‌ଲାମରେ ଏକ ବିବାହ ଭାଙ୍ଗିବାର ଅନେକ ଉପାୟ ଅଛି। ସେଥିମଧ୍ୟରୁ ଗୋଟିଏ ହେଉଛି ‘ଖୁଲା’। ଯେତେବେଳେ ପୁଅ ଝିଅକୁ ଛାଡ଼ିବାକୁ ଚାହେଁ ତ ସେତେବେଳେ ତଲାକ୍‌ ହୁଏ। ଆଉ ଯେତେବେଳେ ଝିଅ ତା’ ଆଡୁ ପୁଅକୁ ଛାଡ଼େ ତ ତାହାକୁ ଖୁଲା କୁହାଯାଏ। ତାହାଲେ ଏଥିରୁ ସ୍ପଷ୍ଟ ଯେ ସାନିଆ ନିଜ ଆଡୁ ସ୍ବାମୀ ଶୋଏବଙ୍କ ଠାରୁ ଅଲଗା ହୋଇଛନ୍ତି।

https://www.prameyanews7.com/shoaib-malik-marries-sana-javed-amid-rumours-of-seperation-with-sania-mirza/

The post ଶୋଏବ ଦେଇ ନାହାନ୍ତି ଛାଡପତ୍ର ! ସାନିଆ ଭାଙ୍ଗିଛନ୍ତି ସମ୍ପର୍କ, ଟେନିସ୍‌ ତାରକାଙ୍କ ବାପା କଲେ ଖୁଲାସା appeared first on Prameya News7.